Advertisment

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଭବାନୀପାଟଣା  : ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। ଦିନ ୧ଟା ୩୦ରେ ଶାହା ଭବାନୀପାଟଣାରେ ପହଞ୍ଚିବେ। ଶାହାଙ୍କ ସମାବେଶ ପାଇଁ ଭବାନୀପାଟଣାର ଲାଲବାହାଦୁର ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ମହାସମାବେଶରେ କର୍ମୀ ଓ ନେତାଙ୍କୁ ମିଶନ ୧୨୦ ପ୍ଲସ୍ ପାଇଁ ମନ୍ତ୍ର ଦେବେ ଅମିତ ଶାହା। ସଂଗଠନ ମଜବୁତ ପାଇଁ ସେପ୍ଟେମ୍ବରରେ ବିସ୍ତାରକଙ୍କୁ ଦେଇଥିବା ଟାକ୍ସ କେତେ ପୂରଣ ହୋଇଛି ,ତାର ମଧ୍ୟ ସମୀକ୍ଷା କରିବେ। କୋର୍‌ ଟିମ୍‌ […]

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆଜି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

saha

Advertisment

ଭବାନୀପାଟଣା  : ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। ଦିନ ୧ଟା ୩୦ରେ ଶାହା ଭବାନୀପାଟଣାରେ ପହଞ୍ଚିବେ। ଶାହାଙ୍କ ସମାବେଶ ପାଇଁ ଭବାନୀପାଟଣାର ଲାଲବାହାଦୁର ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ମହାସମାବେଶରେ କର୍ମୀ ଓ ନେତାଙ୍କୁ ମିଶନ ୧୨୦ ପ୍ଲସ୍ ପାଇଁ ମନ୍ତ୍ର ଦେବେ ଅମିତ ଶାହା।

Advertisment

ସଂଗଠନ ମଜବୁତ ପାଇଁ ସେପ୍ଟେମ୍ବରରେ ବିସ୍ତାରକଙ୍କୁ ଦେଇଥିବା ଟାକ୍ସ କେତେ ପୂରଣ ହୋଇଛି ,ତାର ମଧ୍ୟ ସମୀକ୍ଷା କରିବେ। କୋର୍‌ ଟିମ୍‌ ନେତାଙ୍କ ସହ ବି ମନ୍ତ୍ରଣା କରିବେ ଅମିତ ଶାହା।  ଆସନ୍ତାକାଲି ବଲାଙ୍ଗିରରେ ସେ ଯୁବ ସମାବେଶରେ ଉଦବୋଧନ ଦେବେ। ବିଜେପୁର ଝଟକା ପରେ ଲକ୍ଷାଧିକ କର୍ମୀ ଓ ସମର୍ଥକଙ୍କୁ ଏକାଠି କରି ପଶ୍ଚିମ ଓଡିଶାରେ ପୁଣିଥରେ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି ବିଜେପି।

ଗତବର୍ଷ ସେମ୍ବେର ୬ରେ ତିନିଦିନିଆ ଓଡିଶା ଗସ୍ତରେ ଆସି  ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ମିଶନ୍ ୧୨୦ ପ୍ଲସର ଆହ୍ୱାନ ଦେଇଥିଲେ ଅମିତ ଶାହା।

Advertisment
Bhawanipatna Lal Bahadur Shastri Stadium Amit Shah Latest News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ