Advertisment

ରାଜ୍ୟର ୪ଟି କୋଇଲା ଖଣିକୁ WCL ବଦଳରେ MCLକୁ ଦିଆଯାଉ : ନବୀନ

ଭୁବନେଶ୍ୱର : କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି।  ରାଜ୍ୟର ୪ଟି କୋଇଲା ଖଣିକୁ ୱେଷ୍ଟର୍ଣ୍ଣ କୋଲଫିଲଡ ଲିମିଟେଡ୍‌ ବା WCL ବଦଳରେ ମହାନଦୀ କୋଲ କୋଲଫିଲଡକୁ ଦେବାକୁ ଚିଠିରେ ଦାବି କରିଛନ୍ତି ନବୀନ। କୋଇଲା ଖଣି କାର୍ଯ୍ୟକ୍ଷମ ଜମି ଅଧିଗ୍ରହଣ,ଥଇଥାନ ଏବଂ ପୁନନିର୍ବାସ ଆଦିର ଆବଶ୍ୟକ ହୋଇଥାଏ, ଯେଉଥି ପାଇଁ ସ୍ଥାନୀୟ ପ୍ରଶାସନ ସହ ସଂଯୋଜନା ଜରୁରୀ। WCL ମୁଖ୍ୟାଳୟ ନାଗପୁରରେ ଅବସ୍ଥାପିତ ହୋଇଥିବାରୁ ଏହା ଠିକ ଭାବେ ଏହି […]

ରାଜ୍ୟର ୪ଟି କୋଇଲା ଖଣିକୁ WCL ବଦଳରେ MCLକୁ ଦିଆଯାଉ : ନବୀନ

mining

Advertisment

ଭୁବନେଶ୍ୱର : କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି।  ରାଜ୍ୟର ୪ଟି କୋଇଲା ଖଣିକୁ ୱେଷ୍ଟର୍ଣ୍ଣ କୋଲଫିଲଡ ଲିମିଟେଡ୍‌ ବା WCL ବଦଳରେ ମହାନଦୀ କୋଲ କୋଲଫିଲଡକୁ ଦେବାକୁ ଚିଠିରେ ଦାବି କରିଛନ୍ତି ନବୀନ। କୋଇଲା ଖଣି କାର୍ଯ୍ୟକ୍ଷମ ଜମି ଅଧିଗ୍ରହଣ,ଥଇଥାନ ଏବଂ ପୁନନିର୍ବାସ ଆଦିର ଆବଶ୍ୟକ ହୋଇଥାଏ, ଯେଉଥି ପାଇଁ ସ୍ଥାନୀୟ ପ୍ରଶାସନ ସହ ସଂଯୋଜନା ଜରୁରୀ।

Advertisment

WCL ମୁଖ୍ୟାଳୟ ନାଗପୁରରେ ଅବସ୍ଥାପିତ ହୋଇଥିବାରୁ ଏହା ଠିକ ଭାବେ ଏହି କାର୍ଯ୍ୟ ସମ୍ପାଦନ କରିପାରିବନି ବୋଲି ନବୀନ ଲେଖିଛନ୍ତି। ସ୍ଥାନୀୟ ସମସ୍ୟାକୁ ସମାଧାନ କରିବାରେ WCL ସକ୍ଷମ ହେବନି ବୋଲି ଦର୍ଶାଇ କେନ୍ଦ୍ର ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ,  ରାଜ୍ୟର ରାମ୍ପିଆ, ଡିପ୍‌ ସାଇଡ୍ ରାମ୍ପିଆ, ଘୋଗାରପଲ୍ଲୀ ଏବଂ ଏହାର ଡିପ୍‌ ଏକ୍ସଟେନସନ ଖଣିକୁ WCLକୁ ଆବଣ୍ଟନ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିଲା।

Advertisment
Naveen Patnaik News Mahanadi Coalfields Limited MCL Piyush Goyal Mining In Odisha Union Coal Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ