Advertisment

କାହାକୁ ଡାକିବେ ରାଜ୍ୟପାଳ ତା ଉପରେ ନଜର

ବେଙ୍ଗାଲୁରୁ : ବିଖଣ୍ଡିତ ଜନାଦେଶକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଛକାପଞ୍ଛା। କାହା ହାତକୁ ଯିବ କର୍ଣ୍ଣାଟକ ଶାସନ କ୍ଷମତାର ଡୋରି, ତାକୁ ନେଇ ଏବେବି ଲାଗି ରହିଛି ସସ୍‌ପେନ୍ସ। ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନମିଳିବା ପରେ ସରକାର ଗଠନ ଲାଗି ଚାଲିଛି ଘମାସାନ୍। କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଗଠନ ଲାଗି ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବ। ସେପଟେ ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ […]

କାହାକୁ ଡାକିବେ ରାଜ୍ୟପାଳ ତା ଉପରେ ନଜର

karnatak

Advertisment

ବେଙ୍ଗାଲୁରୁ : ବିଖଣ୍ଡିତ ଜନାଦେଶକୁ ନେଇ କର୍ଣ୍ଣାଟକରେ ରାଜନୈତିକ ଛକାପଞ୍ଛା। କାହା ହାତକୁ ଯିବ କର୍ଣ୍ଣାଟକ ଶାସନ କ୍ଷମତାର ଡୋରି, ତାକୁ ନେଇ ଏବେବି ଲାଗି ରହିଛି ସସ୍‌ପେନ୍ସ। ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନମିଳିବା ପରେ ସରକାର ଗଠନ ଲାଗି ଚାଲିଛି ଘମାସାନ୍।

Advertisment

publive-imageକଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଗଠନ ଲାଗି ଆଜି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବ। ସେପଟେ ବିଜେପି ମଧ୍ୟ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ। ଏପଟେ ବହୁମତ ପ୍ରମାଣ ସମ୍ପର୍କରେ ଆଲୋଚନା ପାଇଁ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ। ଆଜି ଦିନ ସାଢ଼େ ୧୦ଟାରେ ଏହି ବୈଠକ ବସିବ। ରାଜ୍ୟର ମୋଟ ୨୨୪ ଆସନରୁ ୨୨୨ରେ ଭୋଟ ହୋଇଥିବା ବେଳେ ବିଜେପି ୧୦୪ଟି ଆସନ ଜିତି ସର୍ବବୃହତ ଦଳର ମାନ୍ୟତା ପାଇଛି। ତେବେ ଆଉ ୮ଟି ଆସନ ଲାଗି ମ୍ୟାଜିକ୍ ନମ୍ବର ୧୧୨ ଛୁଇଁପାରିନି ବିଜେପି।

ସେପଟେ କଂଗ୍ରେସ ଓ ଜେଡିଏସ ମେଣ୍ଟ ନିକଟରେ ୧୧୬ ସଦସ୍ୟଙ୍କ ସମର୍ଥନ ଥିବାରୁ ଦଳ ସରକାର ଗଢ଼ିବା ପାଇଁ ଦାବି ଜୋରଦାର କରିଛି। ଏ ନେଇ ଉଭୟ ପକ୍ଷ ଆଜି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇବେ। ତେବେ ରାଜ୍ୟପାଳ ବାଜୁଭାଇ ବାଲା ସରକାର ଗଠନ ଲାଗି ପ୍ରଥମେ କାହାକୁ ଆମନ୍ତ୍ରଣ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି।

Advertisment
BJP Congress Governor JD(S) Karnataka Elections Results 2018
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ