Advertisment

ଆଜି ପବିତ୍ର ଅକ୍ଷୟ ତୃତୀୟା

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ଚଷା ପୁଅ। ଆଜିଠୁ ଆରମ୍ଭ ଚାଷ କାମ। ଅଖି ମୁଠି ବୁଣି ଚାଷ କାମର ଶୁଭାରମ୍ଭ କରିବ ଚାଷୀ। କୃଷି ଭିତ୍ତିକ ଏ ପର୍ବରେ ଲାଗି ଉତ୍ସବମୁଖର ହୋଇଛି ଗାଁ ପରିବେଶ। ବିଶ୍ୱାସ ରହିଛି ଆଜି ଭଳି ପବିତ୍ର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଆସେ ଭଲ ଫସଲ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚଷା ପୁଅ। ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ଚାଷୀ ଘରେ କୃଷି […]

ଆଜି ପବିତ୍ର ଅକ୍ଷୟ ତୃତୀୟା

akshaya tritiya

Advertisment

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ଚଳଚଞ୍ଚଳ ଚଷା ପୁଅ। ଆଜିଠୁ ଆରମ୍ଭ ଚାଷ କାମ। ଅଖି ମୁଠି ବୁଣି ଚାଷ କାମର ଶୁଭାରମ୍ଭ କରିବ ଚାଷୀ। କୃଷି ଭିତ୍ତିକ ଏ ପର୍ବରେ ଲାଗି ଉତ୍ସବମୁଖର ହୋଇଛି ଗାଁ ପରିବେଶ।

Advertisment

ବିଶ୍ୱାସ ରହିଛି ଆଜି ଭଳି ପବିତ୍ର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଆସେ ଭଲ ଫସଲ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଚଷା ପୁଅ।

ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ଚାଷୀ ଘରେ କୃଷି ସରଞ୍ଜାମ ସାଜସଜା କରିବା ପରମ୍ପରା ବହୁ ପୁରୁଣା। ସେହିଭଳି ବଳଦକୁ ଗାଧୋଇ, ତା ମୁଣ୍ଡରେ ସିନ୍ଦୁର ହଳଦି ଲଗାଇ ପୂଜାର୍ଚ୍ଚନା କରାଯାଏ। ଆଉ ଅକ୍ଷୟ ତୃତୀୟା ତିଥିରେ ହଳ ଲଙ୍ଗଳ ଧରି କ୍ଷେତକୁ ବାହାରି ଯାଇଥାନ୍ତି ଚାଷୀ। ମାଟି ମାକୁ ମୁଣ୍ଡିଆ ମାରି ସୁନା ଫସଲ ଫଳାଇବାକୁ ଆରମ୍ଭ କରିଥାନ୍ତି ପରିଶ୍ରମ।

Advertisment

କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ମହତ୍ତ୍ୱ ଓଡ଼ିଆ ପରମ୍ପରାରେ ଆଜି ବି ଉଜ୍ଜିବିତ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳରେ ଅଖିମୁଠି ଅନୁକୁଳ କରିବେ। ସେହିପରି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ବାଙ୍କି ଏବଂ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଖୋର୍ଦ୍ଧା ଜିଲ୍ଲା ଜଟଣିର କୁସୁମାଟିରେ ଅଖିମୁଠି ଅନୁକୁଳ କରିବେ।

Odisha Farmers Akshaya Tritiya
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ