Advertisment

ବାୟୁସେନାର ସର୍ବବୃହତ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ଯୁଦ୍ଧ ସମୟରେ ଭାରତୀୟ ବାୟୁସେନାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ନିର୍ମଳା ଆସାମ ଓ ଅରୁଣାଚଳ ପ୍ରଦେଶ ଗସ୍ତ କରିଥିଲେ। ଆସାମର ଛାବୁଆ ଏୟାରବେସ୍‌ରେ ହୋଇଥିବା ଭାରତୀୟ ବାୟୁସେନାର ଏହି ସର୍ବବୃହତ ଅଭ୍ୟାସ ବେଳେ ତିନିଶହରୁ ଅଧିକ ଅଫିସରଙ୍କ ସହ ୧୫ହଜାରରୁ ଅଧିକ ବାୟୁସେନା କର୍ମଚାରୀ ଉପସ୍ଥିତ ଥିଲେ। ଏଥିସହ ନୌସେନା ଓ ସ୍ଥଳସେନାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମରାଭ୍ୟାସର ନାଁ ରଖାଯାଇଛି ଗଗନଶକ୍ତି। ଏଥିରେ […]

ବାୟୁସେନାର ସର୍ବବୃହତ ଶକ୍ତି ପ୍ରଦର୍ଶନ

Air force's largest-ever exercise

Advertisment

ନୂଆଦିଲ୍ଲୀ: ଯୁଦ୍ଧ ସମୟରେ ଭାରତୀୟ ବାୟୁସେନାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ନିର୍ମଳା ଆସାମ ଓ ଅରୁଣାଚଳ ପ୍ରଦେଶ ଗସ୍ତ କରିଥିଲେ।

Advertisment

ଆସାମର ଛାବୁଆ ଏୟାରବେସ୍‌ରେ ହୋଇଥିବା ଭାରତୀୟ ବାୟୁସେନାର ଏହି ସର୍ବବୃହତ ଅଭ୍ୟାସ ବେଳେ ତିନିଶହରୁ ଅଧିକ ଅଫିସରଙ୍କ ସହ ୧୫ହଜାରରୁ ଅଧିକ ବାୟୁସେନା କର୍ମଚାରୀ ଉପସ୍ଥିତ ଥିଲେ। ଏଥିସହ ନୌସେନା ଓ ସ୍ଥଳସେନାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ସମରାଭ୍ୟାସର ନାଁ ରଖାଯାଇଛି ଗଗନଶକ୍ତି।

ଏଥିରେ ସୁଖୋଇ SU 30 MKI ଫାଇଟରର୍ସ,C-17 ଗ୍ଲୋବ୍‌ମାଷ୍ଟର ଏୟାରକ୍ରାଫ୍ଟ ଓ MI-17 ହେଲିକପ୍ଟର ଦ୍ୱାରା ଶତ୍ରୁର ଆକ୍ରମଣ ବେଳେ କିପରି ଏହାର ଜବାବ ଦିଆଯିବ ସେ ନେଇ କୌଶଳ ପ୍ରଦର୍ଶିତ ହୋଇଥିଲା।

Advertisment

ଅରୁଣାଚଳ ପ୍ରଦେଶର ପାସିଘାଟ ଆଡଭାନ୍ସ ଲାଣ୍ଡିଂ ଗ୍ରାଉଣ୍ଡରେ ଦୁଇଟି ସୁଖୋଇ ଫାଇଟର ଜେଟର ଉଡାଣ ପରେ C-130J ସୁପର ହର୍‌କୁଲସ ଟ୍ରାନ୍ସପୋର୍ଟ ହେଲିକପ୍ଟର ଅବତରଣ କରିଥିଲା। ଏଥିରୁ ଗରୁଡ଼ କମାଣ୍ଡୋ ବାହାରି ପୂରା ଏୟାରବେସ୍‌କୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ବାୟୁସେନାର ମୁଖ୍ୟ ଏୟାରମାର୍ସାଲ ବିରେନ୍ଦ୍ର ସିଂ ଧାନୋଆ ଉପସ୍ଥିତ ରହି ସମୀକ୍ଷା କରିଥିଲେ।

ବିଭିନ୍ନ ସମୟରେ ସୀମାରେ ପାକିସ୍ତାନ ଓ ଚୀନ ପକ୍ଷରୁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରାଯାଉଥିବାରୁ ଭାରତ ପକ୍ଷରୁ ଏଭଳି ଆକ୍ରମଣାତ୍ମକ ପଦକ୍ଷେପ ନିଆଯାଇଛି।

Advertisment

ଏହାଦ୍ୱାରା ଚୀନ ଓ ପାକିସ୍ତାନ ପକ୍ଷରୁ ଏକ ସମୟରେ ଆକ୍ରମଣ ହେଲେ ମଧ୍ୟ ଭାରତ ଏହାର ଜବାବ ଦେଇପାରିବ।  ଭାରତୀୟ ବାୟୁସେନା ମାତ୍ର ଦୁଇ ଘଣ୍ଟା ମଧ୍ୟରେ ପଶ୍ଚିମ ସୀମାରୁ ପୂର୍ବ ସୀମାରେ ପହଞ୍ଚିପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

Indian Air Force Nirmala Sitharaman Defence Minister Nirmala Sitharaman Gagan Shakti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ