Advertisment

ଏଆଇସିସି ର ସର୍ବ କନିଷ୍ଠ ସଦସ୍ୟ ଭାବେ ଓଡ଼ିଆ ଝିଅ ମନୋନୀତ

ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ସର୍ବ କନିଷ୍ଠ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ମନିଷା ତ୍ରିପାଠୀ। ରାହୁଲଙ୍କ ୟଙ୍ଗ ବ୍ରିଗେଡରେ ନବରଙ୍ଗପୁରର ମନିଷାଙ୍କୁ ମିଳିଛି ସ୍ଥାନ। ସର୍ବ କନିଷ୍ଠ ସଦସ୍ୟ ଭାବେ ମନୋନୀତ ନେଇ ମନିଷା କହିଛନ୍ତି, ‘ମୁଁ ମୋ ଖୁସିକୁ ବର୍ଣ୍ଣନା କରିପାରୁନି। କାରଣ ଏଇଟା ଖୁସି ଆଉ ସନ୍ତୁଷ୍ଟତାର ବହୁ ଉର୍ଦ୍ଧ୍ୱରେ ମୁଁ ଅଛି। ଏଇଟା ମୋ ପାଇଁ ବହୁ ଗର୍ବର କଥା। ମୋ ପରିବାରରର ମୁଁ […]

ଏଆଇସିସି ର ସର୍ବ କନିଷ୍ଠ ସଦସ୍ୟ ଭାବେ ଓଡ଼ିଆ ଝିଅ ମନୋନୀତ

aicc member

Advertisment

ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ସର୍ବ କନିଷ୍ଠ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ମନିଷା ତ୍ରିପାଠୀ।

Advertisment

ରାହୁଲଙ୍କ ୟଙ୍ଗ ବ୍ରିଗେଡରେ ନବରଙ୍ଗପୁରର ମନିଷାଙ୍କୁ ମିଳିଛି ସ୍ଥାନ।

ସର୍ବ କନିଷ୍ଠ ସଦସ୍ୟ ଭାବେ ମନୋନୀତ ନେଇ ମନିଷା କହିଛନ୍ତି, ‘ମୁଁ ମୋ ଖୁସିକୁ ବର୍ଣ୍ଣନା କରିପାରୁନି। କାରଣ ଏଇଟା ଖୁସି ଆଉ ସନ୍ତୁଷ୍ଟତାର ବହୁ ଉର୍ଦ୍ଧ୍ୱରେ ମୁଁ ଅଛି। ଏଇଟା ମୋ ପାଇଁ ବହୁ ଗର୍ବର କଥା। ମୋ ପରିବାରରର ମୁଁ ୪ର୍ଥ ତମ ପୀଢ଼ି ଯିଏକି ଏଆଇସିସିର ମେମ୍ବର । ଆଉ ସବୁଠୁ ଗର୍ବର କଥା ହେଲା ମୁଁ ଏଆଇସିସିର ୟଙ୍ଗେଷ୍ଟ ମେମ୍ବର। ତା’ଠୁ ଖୁସି ଆଉ ଗର୍ବର କଥା କଣ ଆଉ ହୋଇପାରେ’ ବୋଲି କହିଛନ୍ତି ମନିଷା।

ରାହୁଲ ଗାନ୍ଧୀ ଏଆଇସିସିର ସଭାପତି ହେବାପରେ, ଯୁବବର୍ଗଙ୍କୁ ଗୁରୁତ୍ୱ ଦେଉଛନ୍ତି। ରାହୁଲଙ୍କ ନେତୃତ୍ୱ ଅଧୀନରେ ରାଜନୀତିର କ୍ୟାରିୟରକୁ କିଭଳି ଦେଖୁଛନ୍ତି ଏକ ପ୍ରଶ୍ନରେ ମନିଷା କହିଥିଲେ, ‘ଯଦି ଗୋଟେ ୨୦ ବର୍ଷର ଝିଅକୁ ଯଦି ରାହୁଲ ଗାନ୍ଧି ବାଛିକି ନେଇକି ନିଜ ଟିମର ମେମ୍ବର କରିପାରୁଛନ୍ତି। ତେବେ ଏଥିରୁ ଜଣାପଡ଼ୁଛି ଯେ, ସେ ପୂରା ଦେଶରେ ୟୁଥ୍ ମାନଙ୍କୁ ବଢାଇବା ପାଇଁ ଚାହୁଁଛନ୍ତି। ଏହା ଦ୍ୱାରା କେବଳ କଂଗ୍ରେସ ପାର୍ଟିର ନୁହେଁ ବରଂ ଦେଶର ମଧ୍ୟ ବହୁତ ଉନ୍ନତି ହୋଇପାରିବ। ମୋ ପରି ଯେତେ ୟୁଥ ଅଛନ୍ତି ସେମାନେ ରାହୁଲ ଗାନ୍ଧିଙ୍କ ଆଇଡିଓଲୋଜିକୁ ମାନିକି ଗାନ୍ଧିବାଦୀକୁ ମାନିକି କେମିତି ଦେଶକୁ ଶାନ୍ତି ବନାଇ ରଖିବା ପାଇଁ କଂଗ୍ରେସ ପାର୍ଟିରେ ଯୋଗଦେବେ’-ଏହା ମୂଳ ଲକ୍ଷ୍ୟ ହେବ ବୋଲି କହିଛନ୍ତି ମନିଷା।

Advertisment

ସେହିପରି କଂଗ୍ରେସ ବୈଠକ ସମୟରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବା ଏକ ପ୍ରଶ୍ନରେ କହିଛନ୍ତି, ‘ବକ୍ତବ୍ୟରେ ପ୍ରଥମେ ୟୁଥ୍ ମାନଙ୍କ ଉପରେ କହିବି ଓ ଚେଷ୍ଟା କରିବି କେମିତି ଦକ୍ଷତା ହାସଲ କରିବି’।

Odia Girl Odia Girl In Aicc
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ