Advertisment

ଦେଢ଼ ମାସ ପରେ ସମୁଦ୍ରକୁ ଫେରିଲେ ଅଲିଭ ରିଡଲେଙ୍କ ଶାବକ

ଭୁବନେଶ୍ୱର: ଦେଢ଼ ମାସ ପରେ ସମୁଦ୍ରକୁ ଫେରିଲେ ଅଲିଭ ରିଡଲେଙ୍କ ଶାବକ। ୫୪୨ଟି ଅଲିଭ୍ ରିଡଲେ କଇଁଛ ଛୁଆଙ୍କୁ ସମୁଦ୍ରକୁ ଛାଡ଼ିଛନ୍ତି ବନ ବିଭାଗ କର୍ମଚାରୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ରରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ଅଣ୍ଡା ସୁରକ୍ଷିତ ରକ୍ଷା ଯାଇଛି। ଏହାସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଲିଭ ରିଡଲେଙ୍କ ମୃତ୍ୟୁହାର ହ୍ରାସ ପାଇଛି। ଦେବୀ ନଦୀ ମୁହାଣରେ ୬୫୦ କଇଁଛଙ୍କ ବସା […]

ଦେଢ଼ ମାସ ପରେ ସମୁଦ୍ରକୁ ଫେରିଲେ ଅଲିଭ ରିଡଲେଙ୍କ ଶାବକ

olive ridley turtle

Advertisment

ଭୁବନେଶ୍ୱର: ଦେଢ଼ ମାସ ପରେ ସମୁଦ୍ରକୁ ଫେରିଲେ ଅଲିଭ ରିଡଲେଙ୍କ ଶାବକ। ୫୪୨ଟି ଅଲିଭ୍ ରିଡଲେ କଇଁଛ ଛୁଆଙ୍କୁ ସମୁଦ୍ରକୁ ଛାଡ଼ିଛନ୍ତି ବନ ବିଭାଗ କର୍ମଚାରୀ।

Advertisment

ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ନିର୍ମାଣ ହୋଇଥିବା ସ୍ୱତନ୍ତ୍ର ପ୍ରଜନନ କେନ୍ଦ୍ରରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ଅଣ୍ଡା ସୁରକ୍ଷିତ ରକ୍ଷା ଯାଇଛି।

ଏହାସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଲିଭ ରିଡଲେଙ୍କ ମୃତ୍ୟୁହାର ହ୍ରାସ ପାଇଛି। ଦେବୀ ନଦୀ ମୁହାଣରେ ୬୫୦ କଇଁଛଙ୍କ ବସା ଠାବ ହୋଇଥିବା ବେଳେ କୋଣାର୍କ ଉପକୂଳରେ ୫୩୦ଟି ବସାକୁ ଠାବ କରାଯାଇଛି।

Advertisment

ଏହି ଦୁଇ ଅଞ୍ଚଳରୁ ୬୨ ହଜାର ୯୭୮ଟି ଅଣ୍ଡାକୁ ସୁରକ୍ଷିତ ଭାବେ ରଖାଯାଇଥିଲା। ବନ ବିଭାଗ ପକ୍ଷରୁ ଏସମସ୍ତ ଅଞ୍ଚଳକୁ ସୁରକ୍ଷିତ ଭାବେ ରଖାଯାଇଛି। ଜୀବ ଜନ୍ତୁଙ୍କ କବଳରୁ କଇଁଛଙ୍କ ଅଣ୍ଡାକୁ ସୁରକ୍ଷିତ ଭାବେ ରଖିବା ପରେ ନିଦ୍ଧିଷ୍ଟ ତାପମାତ୍ରାରେ ପ୍ରଜନନ କରାଇଥାନ୍ତି ବନ ବିଭାଗ କର୍ମଚାରୀ।

Konark Olive Ridley Turtles Olive Ridley Hatchlings Olive Ridley Turtle Turtle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ