Advertisment

ଭଲ ଅଛନ୍ତି ଅଭିନେତା ପପୁ ପମ୍‌ ପମ୍‌

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଅଭିନେତା ପପୁ ପମ୍ ପମ୍। ତେବେ ତାଙ୍କ ସମ୍ପର୍କରେ କିଛି ଗୁଜବ ପ୍ରଚାର କରାଯାଉଥିବାରୁ ଏଭଳି ନ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ। ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଯନ୍ତ୍ରଣା ଯୋଗୁଁ ପପୁ ଗତ ତିନି ଦିନ ଧରି ଚିକିତ୍ସାଧୀନ ଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପପୁଙ୍କୁ ଦିଲ୍ଲୀ ପଠାଯାଇଥିଲା। ବର୍ତ୍ତମାନ ସେ ଦିଲ୍ଲୀରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ […]

ଭଲ ଅଛନ୍ତି ଅଭିନେତା ପପୁ ପମ୍‌ ପମ୍‌

papu pom pom

Advertisment

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଅଭିନେତା ପପୁ ପମ୍ ପମ୍। ତେବେ ତାଙ୍କ ସମ୍ପର୍କରେ କିଛି ଗୁଜବ ପ୍ରଚାର କରାଯାଉଥିବାରୁ ଏଭଳି ନ କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ।

Advertisment

ଅଗ୍ନାଶୟ ବା ପାନ୍‌କ୍ରିୟାସ୍‌ ଯନ୍ତ୍ରଣା ଯୋଗୁଁ ପପୁ ଗତ ତିନି ଦିନ ଧରି ଚିକିତ୍ସାଧୀନ ଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପପୁଙ୍କୁ ଦିଲ୍ଲୀ ପଠାଯାଇଥିଲା। ବର୍ତ୍ତମାନ ସେ ଦିଲ୍ଲୀରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହେଉଛି।

ପପୁ ଏବେ ଏମ୍ସର ଗ୍ୟାଷ୍ଟ୍ରୋଲୋଜି ବିଭାଗ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ଏବେ ଭଲ ଥିବା ବେଳେ ଖୁବଶୀଘ୍ର ସେ ସୁସ୍ଥ ହୋଇ ଫେରିବେ ବୋଲି ତାଙ୍କ ପତ୍ନୀ କହିଛନ୍ତି। ତେଣୁ ତାଙ୍କ ସମ୍ପର୍କରେ କୌଣସି ପ୍ରକାର ଭୁଲ୍‌ ଖବର ପ୍ରଚାର ନ କରିବାକୁ ପପୁ ପମ୍‌ ପମ୍‌ଙ୍କ ପତ୍ନୀ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।

Advertisment
Papu Pom Pom
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ