Advertisment

ସିରିୟାରୁ ଆରମ୍ଭ ହୋଇଯିବ କି ତୃତୀୟ ବିଶ୍ୱଯୁଦ୍ଧ?

ମସ୍କୋ: ସିରିୟା ବିରୋଧରେ ଯଦି ପାଶ୍ଚାତ୍ୟଦେଶ ମାନେ ପୁଣି ଥରେ ଆକ୍ରମଣ କରନ୍ତି  ତେବେ ସାରା ବିଶ୍ୱରେ ବିସ୍ଫୋରକ ପରିସ୍ଥିତି ଦେଖାଦେବ ବୋଲି ଆମେରିକାକୁ ଋଷ୍‌ ଖୋଲାଖୋଲି ଧମକ ଦେଇଛି । ଜାତିସଂଘର ଚାର୍ଟରର ଅବମାନନା କରି ସିରିୟା ଉପରେ ଆକ୍ରମଣ ହୋଇଥିବାରୁ ଏହାର ରାଜନୈତିକ ସମାଧାନ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି। ସେପଟେ ଆକ୍ରମଣ ବିରୋଧରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷିଆ ଆଣିଥିବା ନିନ୍ଦା ପ୍ରସ୍ତାବ […]

ସିରିୟାରୁ ଆରମ୍ଭ ହୋଇଯିବ କି ତୃତୀୟ ବିଶ୍ୱଯୁଦ୍ଧ?

russia-us

Advertisment

ମସ୍କୋ: ସିରିୟା ବିରୋଧରେ ଯଦି ପାଶ୍ଚାତ୍ୟଦେଶ ମାନେ ପୁଣି ଥରେ ଆକ୍ରମଣ କରନ୍ତି  ତେବେ ସାରା ବିଶ୍ୱରେ ବିସ୍ଫୋରକ ପରିସ୍ଥିତି ଦେଖାଦେବ ବୋଲି ଆମେରିକାକୁ ଋଷ୍‌ ଖୋଲାଖୋଲି ଧମକ ଦେଇଛି । ଜାତିସଂଘର ଚାର୍ଟରର ଅବମାନନା କରି ସିରିୟା ଉପରେ ଆକ୍ରମଣ ହୋଇଥିବାରୁ ଏହାର ରାଜନୈତିକ ସମାଧାନ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ବୋଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି।

Advertisment

ସେପଟେ ଆକ୍ରମଣ ବିରୋଧରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷିଆ ଆଣିଥିବା ନିନ୍ଦା ପ୍ରସ୍ତାବ କାଟ୍ ଖାଇଛି।  ସିରିୟା ଉପରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସର ମିଳିତ ଆକ୍ରମଣକୁ ନେଇ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ବସିଥିଲା।

୮ ଜଣ ସଦସ୍ୟ ଋଷିଆର ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିବା ବେଳେ ୪ ଜଣ ସଦସ୍ୟ ଅନୁପସ୍ଥିତ ରହିଥିଲେ।  ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ମିଳିତ ଭାବେ ସିରିୟା ଦ୍ୱାରା ରାସାୟନିକ ଅସ୍ତ୍ର ପ୍ରୟୋଗ ବିରୋଧରେ ଆକ୍ରମଣ କରିଥିଲେ ।  ଏହାକୁ ନେଇ ଆମେରିକା ଓ ଋଷିଆ ମୁହାଁମୁହିଁ ହୋଇଛନ୍ତି।

Advertisment
Syria Russia Threatens To America Syria Chemical Attack Russia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ