kotia
ଜୟପୁର : ବିବାଦୀୟ କୋଟିଆ ପଂଚାୟତରେ ଆନ୍ଧ୍ର ସରକାରଙ୍କ ୭ ଜଣିଆ ଟିମ୍ । ଚନରେଡି ବାଲସା ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଏ ଅବସରରେ ଏକ ମୋବାଇଲ୍ ଆମ୍ବୁଲାନ୍ସକୁ ଗାଁ ଲୋକଙ୍କ ପାଇଁ ଏହି ଟିମ୍ ଉତ୍ସର୍ଗ କରିଛନ୍ତି । ସେଠାରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ନିକଟ ସ୍କୁଲକୁ ପରିଦର୍ଶନ କରିଥିଲେ । ଏଥିସହ ପ୍ରତି ସପ୍ତାହରେ ଥରେ ଏଠାକୁ ଆସିବେ ବୋଲି ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ଗତ ଦୁଇ ମାସ ହେବ ଆନ୍ଧ୍ରର ଏଭଳି ଆଚରଣ ରାଜ୍ୟରେ ଉଷ୍ମତା ଆଣିଥିବା ବେଳେ, ରାଜ୍ୟ ସରକାର କେବଳ ସଭା ସମତି, ବୈଠକରେ ନିଜକୁ ସୀମିତ ରଖିଛନ୍ତି । ଆନ୍ଧ୍ରର ଏଭଳି କାର୍ଯ୍ୟକୁ ‘ଆମ କୋଟିଆ’ ସଂଗଠନ ସ୍ୱାଗତ କରିଛି । ସୁବିଧା ଦେବା ନାଁରେ ଆନ୍ଧ୍ର ଅଧିକ କିଛି ଆଶା ନ କରୁ ବୋଲି ସଂଗଠନ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kotia_1626430495.jpg)