Advertisment

ଝିଅ ହେଲା ବୋଲି ଗଛ ତଳେ ଛାଡ଼ି ଆସିଲେ ବାପା

ବାଲେଶ୍ୱର: ବାପା ବି ଏତେ ନିର୍ଦ୍ଦୟ ହୋଇପାରେ। ଝିଅ ବୋଲି ବର୍ଷକର ଶିଶୁକୁ ନେଇ ଘରଠାରୁ ଦୂର ଏକ ଗଛ ମୂଳରେ ରଖି ଦେଇଥିଲେ। ଏହି ଅଭାବବୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମେଣ୍ଡାଗଡ଼ଆ ଗାଁରେ। ପ୍ରଥମ ସନ୍ତାନ ଝିଅ ହୋଇଥିବାରୁ ବାପା କୈଳାସ ଚନ୍ଦ୍ର ସାହୁ ଖୁସି ନ ଥିଲେ। ମିଳିଥିବା ସୂଚନା ଅନୁସାରେ, କୈଳାସ ବଳପୂର୍ବକ ଭାବେ ଝିଅକୁ ତା’ର ମା’ କୋଳରୁ ଛଡ଼ାଇ ଆଣି ଜବାହର ନବୋଦୟ ବିଦ୍ୟାଳୟ ରାସ୍ତାର […]

ଝିଅ ହେଲା ବୋଲି ଗଛ ତଳେ ଛାଡ଼ି ଆସିଲେ ବାପା

soro

Advertisment

ବାଲେଶ୍ୱର: ବାପା ବି ଏତେ ନିର୍ଦ୍ଦୟ ହୋଇପାରେ। ଝିଅ ବୋଲି ବର୍ଷକର ଶିଶୁକୁ ନେଇ ଘରଠାରୁ ଦୂର ଏକ ଗଛ ମୂଳରେ ରଖି ଦେଇଥିଲେ। ଏହି ଅଭାବବୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମେଣ୍ଡାଗଡ଼ଆ ଗାଁରେ।

Advertisment

ପ୍ରଥମ ସନ୍ତାନ ଝିଅ ହୋଇଥିବାରୁ ବାପା କୈଳାସ ଚନ୍ଦ୍ର ସାହୁ ଖୁସି ନ ଥିଲେ। ମିଳିଥିବା ସୂଚନା ଅନୁସାରେ, କୈଳାସ ବଳପୂର୍ବକ ଭାବେ ଝିଅକୁ ତା’ର ମା’ କୋଳରୁ ଛଡ଼ାଇ ଆଣି ଜବାହର ନବୋଦୟ ବିଦ୍ୟାଳୟ ରାସ୍ତାର ଏକ ଗଛ ତଳେ ରଖି ପଳାଇ ଯାଇଥିଲେ। ଗତକାଲି କୈଳାସ ଓ ତାଙ୍କ ପତ୍ନୀ ତାଙ୍କର ଶିଶୁ କନ୍ୟାକୁ ଧରି ହସ୍ପିଟାଲରୁ ଫେରିବା ବାଟରେ ଏହି ଘଟଣା ଘଟିଥିଲା।

ପ୍ରଥମେ କୈଳାସ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା କରିଥିଲେ ଓ ପରେ ଶିଶୁଟିକୁ ଛଡ଼ାଇ ନେଇ ପଳାଇଥିଲେ ବୋଲି ତାଙ୍କ ପତ୍ନୀ କହିଛନ୍ତି। ଘରେ ପହଞ୍ଚି ଏସମସ୍ତ ଘଟଣା କହିବା ପରେ ଖୋଜା ଖୋଜି କରିଥିଲେ।

Advertisment

ଶିଶୁଟି କାନ୍ଦିବାରୁ ରାସ୍ତାରେ ଯାଉଥିବା ଲୋକେ ତାକୁ ଉଦ୍ଧାର କରି କାହାର ଝିଅ ବୋଲି ଖୋଜାଖୋଜି କରିଥିଲେ। ଏହି ସମୟରେ ଶିଶୁର ମାଆ ଖୋଜି ଖୋଜି କରି ଶେଷରେ ସେଠାରେ ପହଞ୍ଚିଥିଲେ।

ପିଲାଟି ତାଙ୍କର ବୋଲି ପରିଚୟ ଦେବା ପରେ ଝିଅଟିକୁ ମାଆଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାରେ ଲୋକେ ଉତ୍‌କ୍ଷିପ୍ତ ହୋଇ ବାପାକୁ ନିସ୍ତୁକ ମାଡ଼ ମାରିଥିଲେ।

Advertisment
Balasore Soro
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ