boy
ସିଡ଼ିନୀ : ଅନେକ ସମୟରେ ଏମିତି କିଛି ଘଟଣା ସାମନାକୁ ଆସେ ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ ମନେହୁଏ। ଆମକୁ ବିଶ୍ୱାସ ବି ହୁଏନି, ଏମିତି ଘଟଣା ଘଟିଥିବ ବୋଲି। ହେଲେ ସିଡ଼ିନୀରେ ଘଟିଥିବା ଏ ଘଟଣାଟି ପୁରା ସତ। ଜଣେ ୧୨ ବର୍ଷର ପିଲା ନିଜ ମା’ଙ୍କ ସହ ଝଗଡ଼ା କରି ଘରୁ ପଳାଇ ଯାଇଥିଲା। ଆଉ ତାପରେ ଯାହା କରିଛି, ତାହା ଜାଣିଲେ ଆପଣ ବିଶ୍ୱାସ କରିବେନି।
ମିଳିଥିବା ସୂଚନା ଅନୁସାରେ, ସିଡ଼ିନୀରେ ରହୁଥିବା ଏହି ପିଲାଟି ମାଆଙ୍କ ସହ ଝଗଡ଼ା କରି ଘରୁ ପଳାଇଥିଲା ଏବଂ ସାଥିରେ ମାଆଙ୍କର କ୍ରେଡିଟ୍ କାର୍ଡକୁ ନେଇ ବିମାନ ଟିକେଟ୍ କାଟି, ପ୍ରଥମେ ପର୍ଥ ଓ ପରେ ସେଠାରୁ ସେ ଯାଇ ବାଲିରେ ପହଁଞ୍ଚିଥିଲା। ସେଠାରେ ଏକ ରିସର୍ଟରେ ରହିଲା। ଗୋଟେ ସ୍କୁଟର କିଣି ଚାରିଆଡେ ବୁଲି ବିୟର ପିଇଲା।
ସୁଇମିଂ ପୁଲ୍ରେ ଖେଳୁଥିବାର ଏକ ଜିଓଟାଗ୍ ଭିଡ଼ିଓ ପିଲାଟି ଅପଲୋଡ୍ କରିଥିଲା। ପିଲାଟିର ଜଣେ ସାଙ୍ଗ ଏ ଭିଡ଼ିଓଟିକୁ ଦେଖି ତାର ମାଆକୁ ଜଣାଇଥିଲେ। ଇଣ୍ଡୋନେସିଆ ପୁଲିସ୍ ପିଲାଟିକୁ ଏକା ଏକା ବୁଲି ବିୟର ପିଉଥିବାର ସନ୍ଦେହ କରି ଉଦ୍ଧାର କରିଥିଲେ। ଆଉ ତାର ବାପା-ମା’ଙ୍କୁ ଖବର ଦେଇଥିଲେ। ସେମାନେ ବାଲିକୁ ଯାଇ ପିଲାକୁ ଆଣିଥିଲେ।
ପିଲାଟିର ମାଆ କହିଛନ୍ତି, ପୂର୍ବରୁ ସେମାନେ ପରିବାର ସହ ଇଣ୍ଡୋନେସିଆ ବୁଲି ଯାଇଥିଲେ । ଏଣୁ ଏହି ରୁଟ୍ ବିଷୟରେ ପିଲାଟି ଜାଣିଥିଲା। ମାଆଙ୍କର କ୍ରେଡିଟି କାର୍ଡରୁ ପାଖାପାଖି ୪ଲକ୍ଷ ୪ହଜାର ୨୮୦ଟଙ୍କା ଖର୍ଚ୍ଚ କରିଛି ଏହି ପିଲାଟି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/boy_1626502026.jpg)