jee main exam
ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଜି ଜେଇଇ ମେନ୍ ଫାଇନାଲ୍ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପେପର୍ ପାଇଁ ସକାଳ ସାଢେ ୯ରୁ ସାଢେ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ।
ସେହିପରି ଦ୍ୱିତୀୟ ପେପର ପାଇଁ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ଉଭୟ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଅଢେଇ ଘଣ୍ଟା ପୂର୍ବରୁ ନିଜନିଜ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ।
ଜେଇଇ ମେନ୍ରେ ଓଡିଶାର ମୋଟ ୪୪ହଜାର ୪୮୮ଜଣ ରେଜିଷ୍ଟ୍ରେସନ କରିଛନ୍ତି। ସେଥିମଧ୍ୟରୁ ୩୬ ହଜାର ୪୯୯ ଜଣ ଅଫ୍ଲାଇନ୍ ଓ ୭ହଜାର ୯୮୯ଜଣ ଅନ୍ଲାଇନ୍ରେ ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀମାନେ ଆଡ଼ମିଟ୍ କାର୍ଡ ନେବା ବାଧ୍ୟତାମୂଳକ ରହିଛି।
ଏପ୍ରିଲ ୩୦ରେ ପ୍ରଥମ ସିଟିଂ ଓ ଏପ୍ରିଲ ୩୧ରେ ଦ୍ୱିତୀୟ ସିଟିଂର ରେଜଲ୍ଟ ବାହାରିବ। ଏପ୍ରିଲ ୧୫ ଏବଂ ୧୬ ତାରିଖରେ ଅନଲାଇନ୍ ପରୀକ୍ଷା ହେବ। ତେବେ ପରୀକ୍ଷା କେନ୍ଦ୍ରକୁ ଘଣ୍ଟା, କାଲ୍କୁଲେଟର୍, ମେଟାଲିକ୍ ଜୁଏଲାରୀ ପ୍ରଭୃତି ବାରଣ କରାଯାଇଛି। ତେବେ ଯେଉଁମାନେ ମଧୁମେହ ରୋଗୀ ସେମାନେ ସୁଗାର ଟାବ୍ଲେଟ୍, ଫଳ ଓ ପାଣି ନେଇପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jee-main-exam_1626437785.jpg)