Advertisment

୨୪ ଘଣ୍ଟାରେ ରାଜ୍ୟରେ ୪ ମାଓବାଦୀ ନିହତ

ଭୁବନେଶ୍ୱର : ୨୪ ଘଣ୍ଟା ଭିତରେ ରାଜ୍ୟରେ ୪ ମାଓବାଦୀ ନିହତ। ବଲାଙ୍ଗୀର ପରେ କନ୍ଧମାଳରେ ହୋଇଛି ପୋଲିସ ଏନକାଉଣ୍ଟର। କନ୍ଧମାଳ ସୁଡ଼ୁରୁକୁମ୍ପାରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ପୋଲିସ ଗୁଳିରେ ଟଳିଛନ୍ତି ୨ଜଣ କ୍ୟାଡର ମାଓବାଦୀ। ସେମାନଙ୍କଠାରୁ ୪ଟି ବନ୍ଧୁକ ଜବତ ହୋଇଛି। ଏବେ ବି ସେଠାରେ ପୋଲିସ୍-ମାଓବାଦୀ ଗୁଳିବିନିମୟ ଜାରି ରହିଛି। ସେହିପରି ଗତକାଲି ରାତିରେ ବଲାଙ୍ଗିର ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଜଙ୍ଗଲରେ ଅପରେସନ୍ ବେଳେ ଏନକାଉଣ୍ଟରରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। […]

୨୪ ଘଣ୍ଟାରେ ରାଜ୍ୟରେ ୪ ମାଓବାଦୀ ନିହତ

mao

Advertisment

ଭୁବନେଶ୍ୱର : ୨୪ ଘଣ୍ଟା ଭିତରେ ରାଜ୍ୟରେ ୪ ମାଓବାଦୀ ନିହତ। ବଲାଙ୍ଗୀର ପରେ କନ୍ଧମାଳରେ ହୋଇଛି ପୋଲିସ ଏନକାଉଣ୍ଟର। କନ୍ଧମାଳ ସୁଡ଼ୁରୁକୁମ୍ପାରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ପୋଲିସ ଗୁଳିରେ ଟଳିଛନ୍ତି ୨ଜଣ କ୍ୟାଡର ମାଓବାଦୀ। ସେମାନଙ୍କଠାରୁ ୪ଟି ବନ୍ଧୁକ ଜବତ ହୋଇଛି। ଏବେ ବି ସେଠାରେ ପୋଲିସ୍-ମାଓବାଦୀ ଗୁଳିବିନିମୟ ଜାରି ରହିଛି।

Advertisment

ସେହିପରି ଗତକାଲି ରାତିରେ ବଲାଙ୍ଗିର ବେଲପଡ଼ା ଥାନା ଅନ୍ତର୍ଗତ ଡୁଡୁକାମାଲ ଜଙ୍ଗଲରେ ଅପରେସନ୍ ବେଳେ ଏନକାଉଣ୍ଟରରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ ଡିଭିଜିନାଲ କମିଟି ମେମ୍ବର ସଂଜୀବ ଓ ଏରିଆ କମିଟି ମେମ୍ବର ରାକେଶ। ସଂଜୀବ ନାଁରେ ୫ ଲକ୍ଷ ଓ ରାକେଶ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

ମୃତ ମାଓବାଦୀଙ୍କଠାରୁ ଗୋଟିଏ AK-47 ଓ ଗୋଟିଏ ଇନସାନ୍ ରାଇଫଲ୍ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଉଭୟେ ବଲାଙ୍ଗୀର-ବରଗଡ଼-ମହସମୁଦ BBM ଡିଭିଜନ୍‌ର ବଲାଙ୍ଗୀର ପ୍ଳାଟୁନ୍‌ର ନେତୃତ୍ୱ ନେଉଥିଲେ। ଅପରେସନ୍‌ରେ ଆଉ କିଛି ମାଓବାଦୀ ଆହତ ହୋଇଥିବା ପୋଲିସ୍ ସନ୍ଦେହ କରୁଛି। ଚଳିତ ବର୍ଷ ବିଭିନ୍ନ ଅପରେସନ୍‌ରେ ୯ଜଣ ମାଓବାଦୀ ପ୍ରାଣ ହରାଇଲେଣି।

Advertisment
Encounter Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ