accident
ବାଲେଶ୍ୱର: ବାଲେଶ୍ୱର ବସ୍ତା ଥାନା ଭେଲୋରାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଟ୍ୟୁସନ ସାରି ଫେରୁଥିବାବେଳେ ୨ ଜଣ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ।
ଘଟଣାସ୍ଥଳରେ ୨ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରରୁ ପଶ୍ଚିମବଂଗ ପଟକୁ ଯାଉଥିବା ଏକ ଟ୍ରକ ଦୁଇ ଛାତ୍ରୀଙ୍କ ଧକ୍କା ଦେବା ପୂର୍ବରୁ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ବାଇକକୁ ଧକ୍କା ଦେବା ପରେ ଯିବାକୁ ଚେଷ୍ଟା କରିବା ବେଳେ ୨ ଛାତ୍ରୀଙ୍କ ଉପରେ ମାଡିଯାଇଥିଲା ଟ୍ରକ।
ମୋଟର ସାଇକେଲରେ ଥିବା ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ପ୍ରତିବାଦ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/truck_1626432548.jpg)