bbsr airport
ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା। ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ପ୍ରାୟ ୪ଶହ ଗ୍ରାମ ଓଜନର ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ।
ଏହି ଘଟଣାରେ ୨ ଜଣ ଅଟକ ଥିବା ସୂଚନା ମିଳିଛି। ବ୍ୟାଙ୍ଗକକ୍ରୁ ସୁନା ଚୋରାରେ ଆସୁଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ଛାନ୍ଭିନ୍ ବେଳେ ଏହି ସୁନା ଉଦ୍ଧାର ହୋଇଛି।
୨ଦିନ ତଳେ ଅନୁରୂପ ଭାବେ ପ୍ରାୟ ୧୨୦୦ ଗ୍ରାମ ଓଜନର ସୁନା ବିସ୍କୁଟ ଜବତ ହୋଇଥିଲା। ଭୁବନେଶ୍ୱର ବିମାନ ବନ୍ଦରକୁ ବାରମ୍ବାର ସୁନା ସ୍ମଗଲିଂ ପାଇଁ ଟାର୍ଗେଟ୍ କରାଯାଉଥିବାବେଳେ ଏନେଇ ଚିନ୍ତା ବଢ଼ିଛି।
ଗତ ପ୍ରାୟ ୫ ମାସ ହେଲାଣି କ୍ରମାଗତ ଭାବେ ଧରାପଡୁଛି ବିଦେଶୀ ସୁନା ଏବଂ ମୁଦ୍ରା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bbsr-airport_1626434481.jpg)