Advertisment

ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକରେ ପୁଣି ଏନ୍‌କାଉଣ୍ଟର। ଚାଉଳିଆଗଞ୍ଜରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟେ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି।  ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନର ଭାଇ ତାହିରଙ୍କୁ ଗୁଳି ଘଟଣାରେ ଉଭୟେ ସଂପୃକ୍ତ ଥିବା ପୋଲିସ୍ କହିଛି। କାଲା ବାବୁ ଓ ଅଲେଖ ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ପାଇ ପୋଲିସ୍‌ର ଏକ ଟିମ୍ […]

ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ctc

Advertisment

କଟକ: କଟକରେ ପୁଣି ଏନ୍‌କାଉଣ୍ଟର। ଚାଉଳିଆଗଞ୍ଜରେ କମିଶନରେଟ୍ ପୋଲିସ୍‌ର ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ।

Advertisment

ଉଭୟେ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି।  ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନର ଭାଇ ତାହିରଙ୍କୁ ଗୁଳି ଘଟଣାରେ ଉଭୟେ ସଂପୃକ୍ତ ଥିବା ପୋଲିସ୍ କହିଛି।

କାଲା ବାବୁ ଓ ଅଲେଖ ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ପାଇ ପୋଲିସ୍‌ର ଏକ ଟିମ୍ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ସେମାନେ ଗୁଳିମାଡ଼ କରିଥିଲେ। ଜବାବରେ ପୋଲିସ ପାଲଟା ଗୁଳିମାଡ଼ କରିଥିଲା। ଏଥିରେ ଉଭୟ ଆହତ ହୋଇଥିଲେ। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୨ ରାଉଣ୍ଡ ଗୁଳି ଜବତ କରାଯାଇଛି।

Advertisment

ଆହତ ଅବସ୍ଥାରେ ଦୁଇ ଜଣଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Encounter Criminals Injured In Encounter Encounter In Cuttack Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ