school vehicle accident
ଗୋରଖପୁର: ଉତ୍ତର ପ୍ରଦେଶ କୁଶି ନଗରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଭ୍ୟାନ୍କୁ ଟ୍ରେନ୍ ଧକ୍କା ଦେବା ଫଳରେ ୧୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଗୋରଖପୁର ଠାରୁ ୫୦ କି.ମି. ଦୂରରେ ଆଜି ସକାଳେ ଏହି ଘଟଣା ଘଟିଛି।
ଜଗୁଆଳୀ ବିହୀନ ଲେବଲ୍ କ୍ରସିଂ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଭ୍ୟାନ୍ରେ ୨୦ ରୁ ୩୦ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି କୁହାଯାଉଛି। ସେଥିମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ସେ ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/train-1_1626501922.jpg)