Advertisment

ସୁନ୍ଦରଗଡ଼ ବନ୍ଦ ଡାକରା

ସୁନ୍ଦରଗଡ଼:  ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସ୍କକାନୀରେ  ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାଗରିକ କମିଟିର ବିରୋଧ।  ଟୋଲ  ଆଦାୟକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କମିଟିର ଯୁକ୍ତି ହେଲା, ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ  ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲା।  ଜିଲ୍ଲାବାସୀ ଦୀର୍ଘ ୧୭  ବର୍ଷ ଟୋଲ ଦେଇଛନ୍ତି।  ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ  କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି। ତେଣୁ […]

ସୁନ୍ଦରଗଡ଼ ବନ୍ଦ ଡାକରା

Sundergarh bandh

Advertisment

ସୁନ୍ଦରଗଡ଼:  ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସ୍କକାନୀରେ  ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାଗରିକ କମିଟିର ବିରୋଧ।  ଟୋଲ  ଆଦାୟକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

Advertisment

କମିଟିର ଯୁକ୍ତି ହେଲା, ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ  ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲା।  ଜିଲ୍ଲାବାସୀ ଦୀର୍ଘ ୧୭  ବର୍ଷ ଟୋଲ ଦେଇଛନ୍ତି।  ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ  କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି।

ତେଣୁ ପୁଣି ଥରେ କାହିଁକି ଟୋଲ ଆଦାୟ କରାଯିବ ବୋଲି କମିଟି  ପ୍ରଶ୍ନ କରିଛି।  କେବଳ ସୁନ୍ଦରଗଡ଼ ନୁହେଁ ଏକ୍ସପ୍ରେସ ୱେର ସମ୍ବଲପୁର  ରେଙ୍ଗାଲି ଓ ରାଜଗାଙ୍ଗପୁର ଲାଇନରେ ଥିବା ଟୋଲ୍ ଗେଟରେ  ଟୋଲ ଆଦାୟକୁ ମଧ୍ୟ ସ୍ଥାନୀୟ ଲୋକ ଜୋରଦାର ବିରୋଧ କରିଛନ୍ତି।   ସମ୍ବଲପୁର ଜିଲ୍ଲାର ଗାଡିକୁ ଟୋଲ ଆଦାୟରୁ ବାଦ୍ ଦେବାକୁ  ଲୋକେ ଦାବି କରିଛନ୍ତି।

Advertisment

ସେପଟେ ସରକାର କହିଛନ୍ତି ଯେ, ବିଜୁ  ଏକ୍ସପ୍ରେସ ୱେ ପିପିପି ମୋଡରେ ତିଆରି ହୋଇଛି।  ତେଣୁ ବିନିଯୋଗ  ଅର୍ଥ ଉଠିବା ପର୍ଯ୍ୟନ୍ତ  ଟୋଲ ଆଦାୟ କରିବାକୁ ପଡିବ ବୋଲି  ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।

ଏହି ରାସ୍ତା ନିର୍ମାଣରେ ରାଜ୍ୟ  ସରକାର ୩୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଅବଶିଷ୍ଟ ୬୬  ପ୍ରତିଶତ ଅର୍ଥ ଏଲଆଣ୍ଡ ଟି ବିନିଯୋଗ କରିଛି। ଏକ୍ସପ୍ରେସ ୱେ ପ୍ରତିଷ୍ଠା  କରାଯାଇଥିବା ୩ଟି ଟୋଲ୍ ଗେଟ୍ ଜରିଆରେ ଦିନକୁ ୫୦ ଲକ୍ଷ କରି  ୧୯ ବର୍ଷ ଯାଏଁ ଟୋଲ ଆଦାୟ ଲାଗି ଲକ୍ଷ୍ୟ ରହିଛି।

Advertisment
Sundergarh Toll Collection On Biju Express Way Toll Collection Sundergarh Bandh Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ