angul
ଅନୁଗୁଳ: ଆଜି୧୨ ଘଣ୍ଟିଆ ଅନୁଗୁଳ ବନ୍ଦ। ଏହି ବନ୍ଦ ଡାକରା ଦେଇଛି ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି। ମୁଖ୍ୟତଃ ୪ ଦଫା ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି।
ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର ସହ ବସ୍ ଓ ରେଳ ଚଳାଚଳ ବନ୍ଦ କରାଯାଇଛି। ଏଥିସହ ସମସ୍ତ ଛକରେ ପିକେଟିଂ, ରାଲି, ଧାରଣା ମାଧ୍ୟମରେ ବିରୋଧ ପ୍ରଦର୍ଶନ କରାଯିବା ନେଇ ନିଷ୍ପତ୍ତି ନେଇଛି କମିଟି।
ତାଳଚେରରେ ନିର୍ମିତ ମେଡିକାଲ କଲେଜ ଓ ହସ୍ପିଟାଲକୁ ସରକାରୀ ପରିଚାଳନାରେ ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେସିଆଲସିଷ୍ଟ ହସ୍ପିଟାଲରେ ପରିଣତ କରିବା, ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ପଦବୀ ପୂରଣ କରିବା ଆଦି ଦାବିରେ କମିଟି ବନ୍ଦ ଡାକରା ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/angul_1626498789.jpg)