Advertisment

ଭୁଶୁଡ଼ିଲା ଚାରି ମହଲା ବିଲଡିଂ: ୧୦ଜଣ ମୃତ, ୫ ଗୁରୁତର ଆହତ

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଚାରି ମହଲା ବିଲଡିଂ ଭୁଶୁଡି ୧୦ଜଣଙ୍କ ମୃତ୍ୟୁ ହୋଇଛି।  ଏଥିସହ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଇନ୍ଦୋରର ଏମୱାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଭଗ୍ନାବଶେଷ ତଳେ କିଛି ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।  ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତକାଲି ରାତିରେ ବିଲଡିଂକୁ ଏକ ଭାରୀଯାନ ଧକ୍କା ଦେବାରୁ ଭୁଶୁଡି ପଡିଥିଲା।  ଏହି ବିଲଡିଂଟି ୫୦ବର୍ଷ […]

ଭୁଶୁଡ଼ିଲା ଚାରି ମହଲା ବିଲଡିଂ: ୧୦ଜଣ ମୃତ, ୫ ଗୁରୁତର ଆହତ

building collapse

Advertisment

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଚାରି ମହଲା ବିଲଡିଂ ଭୁଶୁଡି ୧୦ଜଣଙ୍କ ମୃତ୍ୟୁ ହୋଇଛି।  ଏଥିସହ ୫ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ସେମାନଙ୍କୁ ଇନ୍ଦୋରର ଏମୱାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଭଗ୍ନାବଶେଷ ତଳେ କିଛି ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।  ଅଗ୍ନିଶମ ବିଭାଗ ଓ ପୋଲିସ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଗତକାଲି ରାତିରେ ବିଲଡିଂକୁ ଏକ ଭାରୀଯାନ ଧକ୍କା ଦେବାରୁ ଭୁଶୁଡି ପଡିଥିଲା।  ଏହି ବିଲଡିଂଟି ୫୦ବର୍ଷ ତଳର ବୋଲି ଜଣାପଡିଛି।  ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଏକ ଜରୁରୀ ବୈଠକ ଡାକି ପରିସ୍ଥିତିର ସମୀକ୍ଷା କରିଛନ୍ତି।  ଏଥିସହ ମୃତକଙ୍କ ପରିବାର ପ୍ରତି ୨ଲକ୍ଷ ଟଙ୍କା ଓ ଆହତଙ୍କ ପ୍ରତି ୫୦ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।

Advertisment
Indore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ