ON-LINE-SCAM-MOBILE Photograph: (OTV)
ପାର୍ସଲ ଖୋଲିଲେ, ହାର୍ଟ ଆଟାକ୍ ହେଲା । ମଗାଇଥିଲେ ଦାମୀ ଜିନିଷ ଆସିଲା ଭଙ୍ଗାରୁଜା ଜିନିଷ । କ ଣ ଏମିତି ଥିଲା କି ପାର୍ସଲରେ ଯାହା ଦେଖି ବ୍ୟକ୍ତି ଜଣଙ୍କର ହାର୍ଟ ଆଟାକ ହେବାଭଳି ପରିସ୍ଥିତି ଆସିଲା ।
ବେଙ୍ଗାଲୁରୁର ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅନଲାଇନରେ ଅର୍ଡର୍ କରିଥିଲେ ଲକ୍ଷାଧିକ ଟଙ୍କାର ଫୋନ୍ , କିନ୍ତୁ ଡେଲିଭରି ବକ୍ସ ଖୋଲିଲାବେଳକୁ ଯାହା ପାଇଲେ ତାକୁ ଦେଖି ଚମକି ପଡିଲେ । ଅର୍ଡର କରିଥିଲେ ୧ ଲକ୍ଷ ୮୭ ହଜାର ଟଙ୍କାର ଏକ ମହଙ୍ଗା ଫୋନ୍ । ଆଉ ଏହାର ପେମେଣ୍ଟ କରିଦେଇଥିଲେ ମଧ୍ୟ । କିନ୍ତୁ ପାର୍ସଲ ଆସିଲା ଯାହା ଦେଖି ସେ ପୁରା ତାଜୁବ । ବକ୍ସ ଭିତରେ ଫୋନ୍ ନଥିଲା ଥିଲା କିଛି ଭଙ୍ଗାରୁଜା ମାର୍ବଲ ଟାଇଲ୍ ।
ବ୍ୟକ୍ତି ଜଣଙ୍କ ଆମାଜନରୁ ପାଇଥିବା ପାର୍ସଲ ଖୋଲିଲେ । ଭିତରେ ଥିଲା Samsung Galaxy Z Fold7ର ବକ୍ସ, କିନ୍ତୁ ତାହା ଖୋଲିଲାବେଳକୁ ବାହାରିଲା ଖଣ୍ଡ ବିଖଣ୍ଡିତ ଟାଇଲ୍ । କିନ୍ତୁ ଇଂଜିନିୟର ଜଣଙ୍କ ପାର୍ସଲ ଖୋଲିବାବେଳକୁ ଭିଡିଓ ରେକର୍ଡ କରୁଥିଲେ ଯେଉଁଥିପାଇଁ ସେ ବଞ୍ଚିଗଲେ ।
ଏହା ଦେଖି ବ୍ୟକ୍ତି ଜଣଙ୍କ ତୁରନ୍ତ ନ୍ୟାଶନାଲ ସାଇବର କ୍ରାଇମ୍ ପୋର୍ଟାଲ୍ (NCRP) ଏବଂ ପାଖ ପୋଲିସ୍ ଷ୍ଟେସନରେ ରିପୋର୍ଟ କଲେ । ପୋଲିସ୍ FIR ରେଜିଷ୍ଟର କରି ତଦନ୍ତ ଆରମ୍ଭ କରିଛି।ଏହାପରେ ଆମାଜନରୁ ତାଙ୍କ ଟଙ୍କା ଫେରସ୍ତ ମିଳିଯାଇଛି ।
ଦଶର୍କବନ୍ଧୁ ଆମଜାନ୍ ତ ପଇସା ଫେରାଇଦେଲେ କିନ୍ତୁ ଗ୍ରାହକଙ୍କ ଭରସାକୁ ହରାଇଲା ନିଶ୍ଚିତ। ଏହି ଘଟଣାକୁ ଦେଖିଲେ ମନରେ ପ୍ରଶ୍ନ ଆସିବା ସ୍ବଭାବିକ ଏମିତି କାହିଁକ ଘଟୁଛି ? ପ୍ରତିଥର ଅନଲାଇନରୁ ଜିନିଷ ଅର୍ଡର କଲେ ମନରେ ଡର ଆସେ ଠିକ ଜିନିଷ ଆସିବ ତ । ତେଣୁ କରି ଅନଲାଇନ୍ ର ଆକର୍ଷଣୀୟ ଅଫରରେ ଫଶିଯାଆନ୍ତୁ ନାହିଁ ନହେଲେ ଏହିଭଳି ଠକାମୀର ଶିକାର ହୋଇପାରନ୍ତି । ତେଣୁ ସତର୍କ ରୁହନ୍ତୁ, ଏବଂ ମହଙ୍ଗା ଜିନିଷ ଯଦି ଅର୍ଡର କରିଛନ୍ତି ତେବେ ଭିଡିଓ ପ୍ରୁଫ୍ ରଖନ୍ତୁ।
ଇ-କମର୍ସ ସାଇଟ୍ରୁ ସ୍ମାର୍ଟଫୋନ୍ କିମ୍ବା ମହଙ୍ଗା ଜିନିଷ ମଗାଇବା ପୁର୍ବରୁ ଦୁଇ ଥର ଭାବନ୍ତୁ ଠିକ ଜିନିଷ ପାଇବେ ତ କିଛି ଅସୁବିଧା ହେବନି ତ । ଏହା ସହିତ ଅଫର ଓ ଡିସ୍କାଉଣ୍ଟର ଲୋଭରେ ଫସିଯାଆନ୍ତୁ ନାହିଁ । ଏହି ଜିନିଷ ବି ଅଫଲାଇନରେ ମଧ୍ୟ ମିଳିଯାଏ। ଆଉ ଅଫଲାଇନରେ ବକ୍ସ ଭିତରେ ଫୋନ୍ ମିଳିବାର ଗ୍ୟାରେଣ୍ଟି ଥାଏ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/01/on-line-scam-mobile-2025-11-01-15-19-28.jpg)