Advertisment

BSNL to Launch 5G: ନୂଆ ରୂପରେ BSNL ! 5G ସହ ବଢ଼ିଆ ପ୍ଲାନ୍

ନୂଆ ରୂପରେ ଆସୁଛି BSNL ! 5G ସାଙ୍ଗକୁ BSNL ଆଣୁଛି ବଢ଼ିଆ ପ୍ଲାନ୍ । କମ୍ ଦାମରେ ମିଳିବ ଅନେକ ସୁବିଧା । ସାରା ଭାରତରେ BSNL 4G ସେବା ଆରମ୍ଭ କରିସାରିଛି । ଆଉ ଖୁବ୍ ଶୀଘ୍ର 5G ସେବା ଆରମ୍ଭ କରିବାକୁ ଯାଉଥିବା କମ୍ପାନୀ ପ୍ଲାନ କରୁଛି ।

BSNL-New-Plan

BSNL-New-Plan Photograph: (OTV)

Advertisment

ନୂଆ ରୂପରେ ଆସୁଛି BSNL ! 5G ସାଙ୍ଗକୁ BSNL ଆଣୁଛି ବଢ଼ିଆ ପ୍ଲାନ୍ । କମ୍ ଦାମରେ ମିଳିବ ଅନେକ ସୁବିଧା । ସାରା ଭାରତରେ BSNL 4G ସେବା ଆରମ୍ଭ କରିସାରିଛି । ଆଉ ଖୁବ୍ ଶୀଘ୍ର 5G ସେବା ଆରମ୍ଭ କରିବାକୁ ଯାଉଥିବା କମ୍ପାନୀ ପ୍ଲାନ କରୁଛି । ହିମାଚଳ ପ୍ରଦେଶରେ ଆସନ୍ତା ବର୍ଷ 5G ମୋବାଇଲ୍ ସେବା ଆରମ୍ଭ କରିବାକୁ ଯାଉଛି BSNL । ଏଥିପାଇଁ ଭାରତ ସଞ୍ଚାର ନିଗମ ଲିମିଟେଡର ପୂର୍ବ ସ୍ୱଦେଶୀ 4G ମୋବାଇଲ୍ ଟାୱାରଗୁଡ଼ିକୁ ଅପଗ୍ରେଡ୍ କରିବାକୁ ପଡିବ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଉଦଘାଟନ କରିଥିଲେ । BSNL ରଜତ ଜୟନ୍ତୀ ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ BSNL ହିମାଚଳ ପ୍ରଦେଶ ଟେଲିକମ୍ ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଚରଣ ସିଂହ ଏହା କହିସାରିଛନ୍ତି । ସେ BSNLର ସଫଳତା, ଆର୍ଥିକ ପୁନରୁଦ୍ଧାର ଏବଂ ଭବିଷ୍ୟତର ଅଭିବୃଦ୍ଧି ରୋଡମ୍ୟାପ୍ ଉପରେ ଆଲୋଚନା କରିଛନ୍ତି । 

Advertisment

BSNL କମ୍ପାନୀ ଦାବି କରିଛି ଯେ ଏହି ନେଟୱାର୍କ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ । ଆଗକୁ ଆସିବାକୁ ଥିବା ୫-ଜି ଅପଗ୍ରେଡ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୂଚନା ମୁତାବକ BSNL ପ୍ରାୟ ୯୮ ହଜାର ନୂତନ ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ଯୋଜନା କରୁଛି । ଯାହା ଦ୍ଵାରା ଉପଭୋକ୍ତାମାନଙ୍କୁ ଆହୁରି ଭଲ ନେଟୱାର୍କ କଭରେଜ୍ ଏବଂ ସଂଯୋଗ ପ୍ରଦାନ କରାଯିବ । ଏଥି ସହିତ BSNL ବର୍ତ୍ତମାନ ଏକ ଶସ୍ତା ପ୍ଲାନ୍‌  ଲଞ୍ଚ କରିଛି । ଏହି ଯୋଜନା ୩୦ ଦିନର ବୈଧତା ଥିବାବେଳେ ଉପଭୋକ୍ତାମାନଙ୍କୁ ଅନେକ ସୁବିଧା ଦେବ । ଯେପରିକି, ଆପଣ ଅସୀମିତ କଲିଂ ଏବଂ ଡାଟା ପାଇପାରିବେ । ତା’ ସହ ପ୍ରତିଦିନ ୨.୫ ଜିବି ହାଇ-ସ୍ପିଡ୍ ଡାଟା ସହ ଦିନକୁ ୧୦୦ଟି SMS ସୁବିଧା ମିଳିବ । ଏହି ସବୁଧା ପାଇବାକୁ ହେଲେ ଆପଣ ୨୨୫ ଟଙ୍କା ରିଚାର୍ଜ କରିବେ । ଖାଲି ଏତିକି ନୁହେଁ, ପ୍ରତ୍ୟେକ ପ୍ରିପେଡ୍ ଯୋଜନା ସହିତ, SMS ଉପଭୋକ୍ତାମାନଙ୍କୁ ବିଆଇଟିଭି ଆପ୍ ପାଇଁ ମାଗଣା ଆକ୍ସେସ୍ ପ୍ରଦାନ କରେ, ଯାହା ୩୫୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍ ଏବଂ ଓଟିଟି ଆପ୍ ପାଇଁ ଆକ୍ସେସ୍ ପ୍ରଦାନ କରୁଛି ।

ସେପଟେ BSNL ହିମାଚଳ ପ୍ରଦେଶ ଟେଲିକମ୍ ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଚରଣ ସିଂହ କହିଛନ୍ତି, ହିମାଚଳ ପ୍ରଦେଶରେ BSNLର 1.7 ନିୟୁତରୁ ଅଧିକ ମୋବାଇଲ୍ ଗ୍ରାହକ ଅଛନ୍ତି । ଗତ ବର୍ଷ ପ୍ରାୟ ୩ ଲକ୍ଷ ନୂଆ ଗ୍ରାହକ ଯୋଡ଼ି ହୋଇଛନ୍ତି । ଚଳିତ ବର୍ଷ ମଧ୍ୟ ସେପ୍ଟେମ୍ବର ସୁଦ୍ଧା BSNLକୁ ଭରସା କରିଛନ୍ତି ୯ ହଜାର ୨୭୦ ଗ୍ରାହକ ।  ଆଗକୁ ହିମାଚଳ ପ୍ରଦେଶରେ BSNL 5G ସେବା ଆରମ୍ଭ କରିବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି । 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ