Arattai vs WhatsApp Photograph: (OTV)
ଆଜିକାଲି ଭାରତର ନିଜସ୍ୱ ଆପ୍ Arattai (ଆରାଟ୍ଟାଇ) କୁ ନେଇ ଚାରିଆଡେ ଚର୍ଚ୍ଚା। ଏହା ଖୁବ୍ କମ ଦିନ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇପାରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଗ୍ରହଣ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ, ଯାହା ଫଳରେ ଏହାର ୟୁଜରଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, ଏହା ଆପ୍ ଷ୍ଟୋରରେ ସର୍ବାଧିକ ଡାଉନଲୋଡ୍ ହୋଇଥିବା ମେସେଜିଂ ଆପ୍ ବର୍ଗରେ ମଧ୍ୟ ଶୀର୍ଷରେ ପହଞ୍ଚିଛି।
ଏହି ଆପ୍କୁ ଆପଣ WhatsApp ଭଳି ବ୍ୟବହାର କରିପାରିବେ। ଏଥିରେ ଟେକ୍ସଟ୍ ମେସେଜିଂ, ଅଡିଓ/ଭିଡିଓ କଲିଂ ଏବଂ ଫାଇଲ୍ ସେୟାରିଂ କରିପାରିବେ। କିନ୍ତୁ ସବୁଠାରୁ ଖାସ୍ କଥା ହେଉଛି, ଏଥିରେ ଏମିତି କିଛି ଫିଚର୍ ଅଛି ଏହାର ଯାହା WhatsApp ପାଖରେ ଏପର୍ଯ୍ୟନ୍ତ ନାହିଁ।
Arattai ଆପ୍ର ସବୁଠାରୁ ବଡ ଫିଚର ହେଉଛି ଏହାର ଡେଡିକେଟେଟ୍ ଆଣ୍ଡ୍ରଏଡ୍ ଟିଭି ଆପ୍। ଏହା ଦ୍ୱାରା ୟୁଜରମାନେ ସ୍ମାର୍ଟ ଟିଭିରେ ସେମାନଙ୍କର ଆକାଉଣ୍ଟରେ ଲଗ୍ ଇନ୍ କରିପାରିବେ ଆଉ ଚାଟିଂ ଏବଂ କଲ୍ କରିବାର ମଜା ନେଇପାରିବେ। କେବଳ ସେମିତି ନୁହେଁ ଆପଣ ଟିଭିର ବଡ଼ ସ୍କ୍ରିନରେ ଗୋଟିଏ ସମୟରେ ଗ୍ରୁପ୍ କଲରେ ସମସ୍ତଙ୍କୁ ଦେଖିପାରିବେ। ଏହି ଫିଚର ବର୍ତ୍ତମାନ WhatsAppରେ ନାହିଁ।
ତାମିଲରେ "ଆରାଟ୍ଟାଇ"ର ଅର୍ଥ "ଅନୌପଚାରିକ କଥାବାର୍ତ୍ତା"। ଏହାକୁ ୨୦୨୧ ମସିହାରେ Zoho Corporation ଏକ ସାଇଡ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ କରିଥିଲା। ପ୍ରଥମରୁ ଏହା ଉପରେ ବିଶେଷ ଧ୍ୟାନ ଦିଆଯାଇ ନଥିଲା, କିନ୍ତୁ ଏବେ ମନ୍ତ୍ରୀଙ୍କ ଆବେଦନ ଏବଂ ବଢୁଥିବା ଡାଉନଲୋଡ୍ ପରେ, କମ୍ପାନୀକୁ ଜରୁରୀକାଳୀନ ଭିତ୍ତିରେ ଏହାର ଭିତ୍ତିଭୂମିକୁ ଅପଗ୍ରେଡ୍ କରିବାକୁ ପଡୁଛି।
ଜୋହୋର ସହ-ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ କହିଛନ୍ତି ଯେ ୟୁଜର୍ସଙ୍କ ସଂଖ୍ୟା ଏତେ ଦ୍ରୁତ ଗତିରେ ବଢିଛି ଯେ ଟିମ୍କୁ ତୁରନ୍ତ ବଡ଼ ଧରଣରେ ପ୍ରସ୍ତୁତି କରିବାକୁ ପଡୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/02/arattai-vs-whatsapp-2025-10-02-10-29-39.jpg)