Advertisment

Apple Watch Ultra Saves: ଜୀବନ ବଞ୍ଚାଇ ଦେଲା ଆପଲ୍‌ ଘଣ୍ଟା, ପଢ଼ନ୍ତୁ ପୁରା ଘଟଣା ଗୋଟିଏ କ୍ଲିକରେ

କ୍ଷିତିଜ ଜୋଡ଼ପେ ସମୁଦ୍ରରେ ପ୍ରାୟ ୩୬ ମିଟର ଗଭୀରତାରେ ଡାଇଭିଂ କରୁଥିଲେ ଏବଂ ଧୀରେ ଧୀରେ ଆହୁରି ତଳକୁ ଯାଉଥିଲେ। ସେତେବେଳେ ତାଙ୍କର ଓଜନ ବେଲ୍ଟ ଖୋଲି ଯାଇଥିଲା, ଯାହା ଦ୍ୱାରା ତାଙ୍କୁ ତଳକୁ ଯିବାରେ ଅସୁବିଧା ହେଲା ।

Apple Watch Ultra

Apple Watch Ultra Photograph: (OTV)

Advertisment

ଆପଲ୍ ତା’ର ପରିଧାନଯୋଗ୍ୟ ସ୍ମାର୍ଟ ଡିଭାଇସରେ ଏପରି ଅନେକ ଫିଚର ପ୍ରଦାନ କରେ ଯାହା ଅନେକ ସମୟରେ ଜୀବନ ବଞ୍ଚାଇବାରେ ସଫଳ ହୋଇଛି। ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଆପଲ୍ ଓ୍ୱାଚ ଅଲଟ୍ରା ଜରୁରୀ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 

Advertisment

ମୂଳତଃ ମୁମ୍ବାଇରେ ରହୁଥିବା ୨୬ ବର୍ଷୀୟ ସଫ୍ଟୱେର ଡେଭଲପର କ୍ଷିତିଜ ଜୋଡ଼ପେ ପୁଡୁଚେରୀ ନିକଟରେ ସ୍କୁବା ଡାଇଭିଂ କରୁଥିଲେ, ସେତେବେଳେ ତାଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା। ଡାଇଭିଂ ସମୟରେ ସଫ୍ଟୱେର ଡେଭଲପରଙ୍କୁ ପାଣି ତଳେ ବିପଦର ସୂଚନା ମିଳିଥିଲା, କିନ୍ତୁ ସେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିପାରୁ ନଥିଲେ। ଠିକ୍ ସେହି ସମୟରେ ଆପଲ୍ ଓ୍ୱାଚ ଅଲଟ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଫିଚର କାମ କରିବାକୁ ଲାଗିଲା, ଯାହା ଦ୍ୱାରା ତାଙ୍କ ଜୀବନ ବଞ୍ଚିଗଲା। 

କ୍ଷିତିଜ ଜୋଡ଼ପେ ସମୁଦ୍ରରେ ପ୍ରାୟ ୩୬ ମିଟର ଗଭୀରତାରେ ଡାଇଭିଂ କରୁଥିଲେ ଏବଂ ଧୀରେ ଧୀରେ ଆହୁରି ତଳକୁ ଯାଉଥିଲେ। ସେତେବେଳେ ତାଙ୍କର ଓଜନ ବେଲ୍ଟ ଖୋଲି ଯାଇଥିଲା, ଯାହା ଦ୍ୱାରା ତାଙ୍କୁ ତଳକୁ ଯିବାରେ ଅସୁବିଧା ହେଲା । ବିପଦର ସୂଚନା ମିଳିବା ସତ୍ତ୍ୱେ ସେ ନା ଉପରକୁ ଯିବାକୁ ନିୟନ୍ତ୍ରଣ କରିପାରୁଥିଲେ ନା କାହାକୁ ସାହାଯ୍ୟ ପାଇଁ ଡାକିପାରୁଥିଲେ। ଏହି ସମୟରେ ତାଙ୍କ ହାତରେ ବନ୍ଧା ହୋଇଥିବା ଓ୍ୱାଚ ଅଲଟ୍ରା ଗଭୀରତା ମାପି ଜରୁରୀ ସୂଚନା ପଠାଇଥିଲା। ତା’ପରେ ମଧ୍ୟ ଗତି ନ ବଦଳିବାରୁ ସାଇରନ ବଜାଇବା ଆରମ୍ଭ କରିଥିଲା, ଯାହା ଦ୍ୱାରା ତାଙ୍କ ସାଙ୍ଗରେ ଥିବା ପ୍ରଶିକ୍ଷକଙ୍କୁ ଖବର ମିଳିଥିଲା ଏବଂ ସେ ସାହାଯ୍ୟ କରିଥିଲେ।

Advertisment

କ୍ଷିତିଜ ଆପଲକୁ ଧନ୍ୟବାଦ ଜଣାଇ ସିଇଓ ଟିମ କୁକଙ୍କୁ ଚିଠି ଲେଖି ସମ୍ପୂର୍ଣ୍ଣ ଘଟଣାର ସୂଚନା ଦେଇଥିଲେ। ଆପଲ୍‌ର ସିଇଓ ଉତ୍ତର ଦେଇ ଇମେଲରେ ଲେଖିଥିଲେ ଯେ, “ମୁଁ ବହୁତ ଖୁସି ଯେ ଆପଣଙ୍କ ପ୍ରଶିକ୍ଷକ ଆଲାର୍ମ ଶୁଣିଛନ୍ତି ଏବଂ ଆପଣଙ୍କୁ ତୁରନ୍ତ ସାହାଯ୍ୟ କରିଛନ୍ତି। ଆପଣ ଆପଣଙ୍କ କାହାଣୀ ଆମ ସହିତ ସେୟାର କରିଥିବାରୁ ବହୁତ ବହୁତ ଧନ୍ୟବାଦ ଏବଂ ଆପଣ ସୁସ୍ଥ ରୁହନ୍ତୁ।”

ଆପଲ୍ ଓ୍ୱାଚ ଅଲଟ୍ରାରେ ଜରୁରୀ ସାଇରନ ଫିଚର ରହିଛି, ଯାହାକୁ ଖାସ କରି ଜରୁରୀ ପରିସ୍ଥିତି ପାଇଁ ଡିଜାଇନ କରାଯାଇଛି। ଏହି ସାଇରନ ସର୍ବାଧିକ ପ୍ରଭାବଶାଳୀ ଭାବେ କାମ କରେ। ଉଚ୍ଚ ଶ୍ରବଣଯୋଗ୍ୟ ପରିସର ସହିତ ବାରମ୍ବାର ଆସୁଥିବା ତୀବ୍ର ଶବ୍ଦ ପାଣି ଏବଂ ପରିବେଶର ଶବ୍ଦକୁ ଅତିକ୍ରମ କରେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ