Mobile Setting Photograph: (OTV)
ନିକଟରେ ପ୍ରଚଣ୍ଡ ଭୂମିକମ୍ପରେ ଥରିଯାଇଛି କୋଲକାତା ସମେତ ଏହାର ଆଖପାଖ ଅଞ୍ଚଳ। ସଳାକ ପ୍ରାୟ ସାଢେ ୧୦ଟା ବେଳେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା ଯାହାର ତୀବ୍ରତା ରିକ୍ଟର୍ ସ୍କେଲ୍ରେ ୫.୫ ଥିଲା। ଏହା ଏତେ ସାଂଘାତିକ ଥିଲା ଯେ ଲୋକେ ଭୟରେ ଥରି ଉଠିଥିଲେ। କେତେକ ସ୍ଥାନରେ ବିଲ୍ଡିଂ ଗୁଡ଼ିକର କ୍ଷୟକ୍ଷତି ହୋଇଥିବା ବେଳେ କେତେକ ସ୍ଥାନରେ ନିଆଁ ମଧ୍ୟ ଲାଗିଯାଇଥିଲା। ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ଭୂମିକମ୍ପ ପରେ, ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଆସୁଥିଲା: କ'ଣ ସେମାନଙ୍କ ଫୋନକୁ ଭୂମିକମ୍ପର ସତର୍କତା ଆସିଥିଲା କି ? ଆଜିକାଲି ସ୍ମାର୍ଟଫୋନ୍ ସମୟ ପୂର୍ବରୁ ଭୂମିକମ୍ପର ସତର୍କତା ପଠାଇ ଦେଉଛି । କିନ୍ତୁ ଏହା ସେତେବେଳେ ସମ୍ଭବ, ଯଦି ଏହି ଫିଚର ଅନ୍ ହୋଇଥାଏ। ହୁଏତ ଏହି ସତର୍କତା ମାତ୍ର କେଇ ସେକେଣ୍ଡର ହୋଇପାରେ, କିନ୍ତୁ ଏହି କେଇ ସେକେଣ୍ଡ ମଧ୍ୟ ଜଣଙ୍କୁ ସୁରକ୍ଷିତ ଜାଗାରେ ପହଞ୍ଚାଇବାରେ ସାହାଯ୍ୟ କରିପାରେ।
ଏଇମିତି ସେଟିଂ କରନ୍ତୁ
ତେବେ ଆପଣ ଯଦି ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି ତେବେ ପ୍ରଥମେ ଫୋନର Setting କୁ ଯାଆନ୍ତୁ। ତା'ପରେ, Safety And Emergency ଅନ୍ କରନ୍ତୁ। ଏଠାରେ Earthquake Alerts ଦେଖିବାକୁ ମିଳିବ। ଏହାକୁ ଅନ୍ କରନ୍ତୁ। ଏହା କରିବା ଦ୍ୱାରା ଭୂମିକମ୍ପ ପୂର୍ବରୁ ଆପଣଙ୍କ ଫୋନକୁ ଆଲର୍ଟ ଆସିଯିବ।
ସେହିପରି ଆପଣ ଯଦି iPhone ୟୁଜର ତେବେ Settings ଖୋଲନ୍ତୁ। ଏହା ପରେ Notificationsକୁ ଯାଇ Emergency Alerts ଅନ୍ କରନ୍ତୁ।
ଆପଣ ଯଦି ଭୂମିକମ୍ପକୁ ନେଇ ଅଧିକ ସୂଚନା ପାଇବାକୁ ଚାହାନ୍ତି, ତେବେ MyShake App ଡାଉନଲୋଡ୍ କରନ୍ତୁ। ଏହା ପରେ ଆପ୍ ଖୋଲି ସେଟଅପ୍ ପୂରା କରନ୍ତୁ ଏବଂ ଲୋକେସନ୍ ଆକ୍ସେସ୍ ଦିଅନ୍ତୁ। ଏହି ଆପ୍ ଆପଣଙ୍କୁ ରିକ୍ଟର ସ୍କେଲରେ ୪.୫ ତୀବ୍ରତାରୁ ଅଧିକ ଭୂମିକମ୍ପ ପାଇଁ ଆଲର୍ଟ ପଠାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/23/mobile-setting-2025-11-23-16-37-14.jpg)