ଫିଲ୍ମରେ ରଜନୀକାନ୍ତ ଥିବେ ଆଉ ସେ ଫିଲ୍ମ ଚାଲିବ ନାହିଁ, ଏହା ପ୍ରାୟ ଦେଖାଯାଏ ନାହିଁ। ଲୋକଙ୍କ ମନରେ ଥିବା ଏହି ଭାବନା ଏବେ କିନ୍ତୁ ଭୁଲ ପ୍ରମାଣିତ ହୋଇଛି। ଆଉ ବୋଧେ କାମ ଦେଉନି ତାଙ୍କ ଅଭିନୟର ଜାଦୁ। କାରଣ ଏହି ଫିଲ୍ମ ରିଲିଜ୍ ହେବାର ୩ ଦିନ ହୋଇଯାଇଥିଲେ ବି ଛୁଇଁଲା ନାହିଁ ୧୦ କୋଟି ଟଙ୍କା।
ରଜନୀକାନ୍ତଙ୍କ ‘ଲାଲ୍ ସଲାମ୍’ର ପ୍ରଥମ ଦିନର ଶୋ’ ବହୁତ ଖରାପ ଥିବା ଦେଖାଯାଇଛି। ତେଲୁଗୁ ଭାଷାଭାଷୀ ଅଞ୍ଚଳର ଅନେକ ପ୍ରେକ୍ଷାଳୟରେ ‘ଲାଲ୍ ସଲାମ୍’ର ଦର୍ଶକ କମ୍ ଥିବାରୁ ପ୍ରଥମ ଦିନର ପ୍ରଥମ ଶୋ’କୁ ବାତିଲ କରାଯାଇଛି। ତେବେ, ଯେଉଁମାନେ ଅନ୍ଲାଇନ୍ରେ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରେଇ ଦିଆଯାଇଛି।
ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ 'ଓଜି'ର ରିଲିଜ୍ ତାରିଖ ଚୂଡାନ୍ତ ହୋଇଛି। ଏହି ଚଳଚ୍ଚିତ୍ରରେ ପୱନ ମୁଖ୍ୟ ନାୟକରେ ନଜର ଆସିବେ, ଯେଉଁଠାରେ ବଡିଉଡ୍ର ରୋମାଣ୍ଟିକ୍ ବୟ ଇମ୍ରାନ ହାଶ୍ମୀଙ୍କୁ ଏକ ଖଳ ଭୂମିକାରେ ଦେଖିବାକୁ ମିଳିବ।
ସାଉଥ୍ର ପ୍ରାୟ ସମସ୍ତ କଳାକାର ନିଶ୍ଚିତ ଭାବରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହାଁନ୍ତି। କେତେକ ସେଲିବ୍ରେଟ୍ ସଫଳ ହୋଇଥିଲେ ମଧ୍ୟ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ନିଜ ଅଭିନୟର ଯାଦୁକୁ ବଲିଉଡ୍ରେ ଦେଖେଇ ପାରି ନାହାନ୍ତି। ତେବେ ଆସନ୍ତୁ ସେହି ସେଲିବବ୍ରେଟିମାନଙ୍କୁ ଜାଣିନେବା।
ଫିଲ୍ମ 'ହନୁମାନ' ତେଲୁଗୁ ଏବଂ ହିନ୍ଦୀ ବକ୍ସ ଅଫିସରେ ଜବରଦସ୍ତ ପ୍ରତିକ୍ରିୟା ପାଉଛି। ଏସ୍ଏସ୍ ରାଜାମୌଲୀଙ୍କ ଠାରୁ ଶିଖିଥିବା ଟିପ୍ସକୁ ଏହାର ନିର୍ଦ୍ଦେଶକ ଏଥିରେ ବ୍ୟବହାର କରିଛନ୍ତି। ସେ କିନ୍ତୁ ତାଙ୍କୁ ଘୃଣା କରୁଥିବା କହିଛନ୍ତି। ଏହାର କାରଣ ବି ଦେଇଛନ୍ତି।
ସୂର୍ଯ୍ୟାଙ୍କ ଅଭିନୀତ ଏହି 'କଙ୍ଗୁଭା'ରେ ବବି ଦେଓଲ୍ ପୁଣି ଥରେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କରିବେ। ଜାରି ହୋଇଛି ପ୍ରଥମ ଲୁକ୍। ଏଥିରେ ବବିଙ୍କୁ ଲମ୍ବା ଚୁଟି, ନକଲି ଆଖି ଏବଂ ଛାତିରେ ଏକ ଅଜବ କବଚ ପିନ୍ଧିଥିବାର ଦେଖାଯାଏ। ଏହା ଦେଖି ବବି ଦେଓଲଙ୍କ ପ୍ରଶଂସକମାନେ ଜବରଦସ୍ତ ପ୍ରତିକ୍ରିୟା ଦେଉଛନ୍ତି।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫିଲ୍ମର ନାମ ଟ୍ରେଣ୍ଡ୍ ହେଉଛି, ଯାହାକୁ ପ୍ରଶଂସକମାନେ ବ୍ଲକ୍ବଷ୍ଟର ବୋଲି କହୁଛନ୍ତି। ଏହି ଚଳଚ୍ଚିତ୍ରଟି ହେଉଛି ‘ହନୁମାନ’, ଯାହା ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଉଛି। ଅନେକ ଲୋକ ଏହାକୁ ଆଦିପୁରୁଷ ସହିତ ତୁଳନା କରୁଥିବା ଦେଖାଯାଏ।
ସାଉଥ୍ ଫିଲ୍ମ 'ଅନ୍ନପୂରନୀ' ପ୍ରଭୁ ଶ୍ରୀରାମଙ୍କୁ ଅପମାନିତ କରିବା ଏବଂ ହିନ୍ଦୁ ସମ୍ପ୍ରଦାୟର ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ମୁମ୍ବାଇ ପରେ ପୁଣି ଥରେ ଫିଲ୍ମ କାଷ୍ଟ୍ ଏବଂ ନିର୍ମାତା-ନିର୍ଦ୍ଦେଶକ ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ଲଭ୍ ଜିହାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।
ଧନୁଷଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କ୍ୟାପଟେନ୍ ମିଲର୍’ର ଟ୍ରେଲର ରିଲିଜ ହୋଇଛି, ଯାହା ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଟ୍ରେଲର ରିଲିଜ୍ ହେବାର ମାତ୍ର ୧୩ ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଅଧିକ ଲୋକ୍ ଏହାକୁ ଦେଖିସାରିଛନ୍ତି। ଏଥି ସହିତ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ବ୍ଲକ୍ବଷ୍ଟର୍ ବୋଲି ମଧ୍ୟ କହୁଛନ୍ତି।
ବର୍ତ୍ତମାନ ଦର୍ଶକଙ୍କ ଆଖି ନୂଆବର୍ଷ ଅର୍ଥାତ୍ ୨୦୨୪ ବର୍ଷ ଉପରେ ରହିଛି। ଦର୍ଶକମାନେ ଉତ୍ସାହର ସହିତ ଚାହିଁ ବସିଛନ୍ତି ଯେ ଏହି ବର୍ଷ କିପରି ଚମତ୍କାର କରିବ ଏବଂ କେଉଁ ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେକ୍ଷାଳୟକୁ ଆସିବ। ରିଲିଜ୍ ଅପେକ୍ଷାରେ ଅଛି ୧୦ଟି ମୁଭି ।
ପୁଣି କନ୍ନଡ ଜଲ୍ୱା। ନୂଆ ଫିଲ୍ମ ‘ବଘିରା’ର ଟିଜର ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ପ୍ରଶଂସକମାନେ ଏହା ଦେଖିବା ପରେ କହୁଛନ୍ତି ଯେ ସେମାନଙ୍କ ରୋମ ଟାଙ୍କୁରି ଉଠୁଛି।
ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ର ଟ୍ରେଲର୍ ରିଲିଜ୍ ହୋଇଛି। ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତରେ ଏହାର ଭିୟୁ ବଢିବାରେ ଲାଗିଛି। ପ୍ରଶଂସକମାନେ ଏହାକୁ ଏକ ମାଷ୍ଟରପିସ୍ ବୋଲି କହୁଛନ୍ତି।
ଅକ୍ଟୋବର ୧୯ରେ ପ୍ରେକ୍ଷାଳୟରେ ସାଉଥ୍ ସୁପରଷ୍ଟାର ଥଲପତି ବିଜୟଙ୍କ ‘ଲିଓ’ ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ଠାରୁ ଖୁବ ଭଲ ପାଇବା ପାଉଛି। ସେଥିପାଇଁ ସାଉଥ୍ରେ ସବୁଠୁ ଜବରଦସ୍ତ ଓପେନିଂ କରି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିଛି। ଶାହରୁଖଙ୍କ ଫିଲ୍ମ ‘ଜବାନ’ ପରି ଗତ ତିନି ଦିନ ମଧ୍ୟରେ ଫିଲ୍ମର ଆୟ ମଧ୍ୟ ଜବରଦସ୍ତ ହୋଇଛି।
‘ଲିଓ’ ପ୍ରଥମ ଦିନରେ ଏକ ଜବରଦସ୍ତ ଓପେନିଂ କରିଛି। ସାରା ବିଶ୍ୱରେ ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ପାର୍ କରିଛି। ଏହି ହିସାବରେ ପଛରେ ପଡିଯାଇଛି ପଠାନ୍ ଆଉ ଜେଲର୍।
ଏବେ ଆଉ ଏକ ପାନ ଇଣ୍ଡିଆ ଫିଲ୍ମ ସାଉଥ୍ରୁ ଆସିବାକୁ ଯାଉଛି। ଏହାର ଟିଜର ମଧ୍ୟ ରିଲିଜ୍ ହୋଇଛି। ଏହି ଫିଲ୍ମର କାହାଣୀ ଧାର୍ମିକ ଗ୍ରନ୍ଥ 'ମହାଭାରତ'ର କର୍ଣ୍ଣଙ୍କ ଉପରେ ଆଧାରିତ। ଏହି ଫିଲ୍ମର ନା’ ହେଉଛି ‘ସୂର୍ଯ୍ୟପୁତ୍ର କର୍ଣ୍ଣ’। ଏଥିରେ 'ଆଇ' ଫେମ୍ ସମସ୍ତଙ୍କ ପ୍ରିୟ ତାରକା ଚିଆନ୍ ବିକ୍ରମ ମୁଖ୍ୟ ଭୂମିକାରେ ଅଛନ୍ତି।
ଏସ୍ଏସ୍ ରାଜାମୌଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଯେତେବେଳେ ସେ 'ଭାରତୀୟ ସିନେମା ଉପରେ ବାୟୋପିକ୍' କରିବାକୁ ଘୋଷଣା କରିଛନ୍ତି। ଏହାର ଟିଜର ମଧ୍ୟ ରିଲିଜ୍ ହୋଇଛି। ‘ଭାରତ ବନାମ ଇଣ୍ଡିଆ’ ବିବାଦ ଭିତରେ ସେ ‘ମେଡ୍ ଇନ୍ ଇଣ୍ଡିଆ’ ଫିଲ୍ମ ଆଣୁଛନ୍ତି।
'ଜେଲର'ର ସୁପର-ଡୁପର ହେଲା ପରେ ସାଉଥ୍ ଇଣ୍ଡଷ୍ଟ୍ରୀ ପୂରା ଖୁସି। ଏହା କିନ୍ତୁ ରଜନୀକାନ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଯାଇଛି। ଫିଲ୍ମକୁ ନେଇ ସମସ୍ତେ ଖୁସି ମନଉଥିବା ବେଳେ ରଜନୀକାନ୍ତଙ୍କ ନିଦ ହଜିଯାଇଛି, ସେ ଏବେ ଡରରେ ଅଛନ୍ତି ବୋଲି କହିଛନ୍ତି। ହେଲେ କାହିଁକି…
ସାଉଥ ସିନେମାର ସୁପରଷ୍ଟାର ଥାଲାପାଥୀ ବିଜୟ ଏବଂ ପୂଜା ହେଗଡେଙ୍କ ବହୁଚର୍ଚ୍ଚିତ ଫିଲ୍ମ 'ବିଷ୍ଟ' ସିନେମାରେ ମୁକ୍ତିଲାଭ କରିଛି। ଚେନ୍ନାଇର ଏକ ଆଇଟି କମ୍ପାନୀ ‘ବିଷ୍ଟ’ ଫିଲ୍ମ ଦେଖିବା ପାଇଁ ନିଜ କର୍ମଚାରୀଙ୍କୁ ଛୁଟି ଦେଇଛି ଏବଂ ସେମାନଙ୍କୁ ଫିଲ୍ମର ଟିକେଟ ମଧ୍ୟ ମାଗଣା ଦିଆଯାଇଛି।