ସୁନ୍ଦର ତଥା ପ୍ରତିଭାବାନ ଟିଭି ଅଭିନେତ୍ରୀ ରୁବିନା ଦିଲୈକ ବର୍ତ୍ତମାନ କୁକିଂ ରିଏଲିଟି ଶୋ 'ଲାଫ୍ଟର ଶେଫ୍ସ'ରେ ନଜର ଆସୁଛନ୍ତି। ଏହାରି ଭିତରେ, ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ପାରମ୍ପରିକ ଲୁକ୍ ସହିତ ଗ୍ଲାମରର ଛୁଙ୍କ ଦେଇଛନ୍ତି। ଦେଖନ୍ତୁ ତାଙ୍କର ଆକର୍ଷଣୀୟ ଫଟୋ...
ଖୁବ୍ ଶୀଘ୍ର ଟିଭି ଦମ୍ପତି ରୁବିନା ଦିଲୈକ ଏବଂ ଅଭିନଭ ଶୁକ୍ଳାଙ୍କ ଘରେ ଶୁଭିବ କୁଆଁକୁଆଁ। ବାପାମାଆ ହେବା ନେଇ ଏହି ଦମ୍ପତି ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ଗର୍ଭଧାରଣ ସହ ଜଡିତ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। ଖବର ଅଛି ଯେ ରୁବିନା ଯାଆଁଳା ଶିଶୁର ମା’ ହେବେ।