ଶାସକ ଦଳ ପ୍ରତି ଅହେତୁକ ଅନୁକମ୍ପା ଅଭିଯୋଗରେ ବଢ଼ିଲା ରାଜ୍ୟର ୨ ଚର୍ଚ୍ଚିତ IPS ଡିଏସ୍ କୁଟ୍ଟେ ଏବଂ ଆଶିଷ ସିଂଙ୍କ ଅଡୁଆ । ଆକ୍ସନ ମୋଡକୁ ଆସିଥିବା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଚାରିଆଡ଼େ ଏବେ ହଲଚଲ୍ ।
ନିଜ ଟିମରେ ଥିବା ଡାକ୍ତରଙ୍କୁ ତୁରନ୍ତ ପଠାଇବା ସହ ଚିକିତ୍ସା କରିବା ପାଇଁ କହିଥିଲେ । ମୋଦିଙ୍କ ଏଭଳି ଉଦାରତାକୁ ଏବେ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି ।
ଲୋକଙ୍କ ମନରେ ଉଠୁଥିବା ଏହି ସମସ୍ତ ପ୍ରଶ୍ନ ଉପରୁ ବା ରହସ୍ୟ ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ । ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ତା’ର ଯାଞ୍ଚ ମଧ୍ୟ କରାଯିବ ବୋଲି କହିଛନ୍ତି ମୋଦି ।
ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ । ରାସନ୍ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ବଣ୍ଟନ ହେଉଛି ।
ଭାରତୀୟ ନିର୍ବାଚନ କମିଶନ- ECIଙ୍କୁ ଦୋଷ ଦେଲେ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୁଇ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇ ଇସିଆଇଙ୍କୁ ସାମାଲୋଚନା କରିବାକୁ ବି ପଛାଇ ନାହାନ୍ତି ।
ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଗସ୍ତ କରିବେ। ଅପରାହ୍ନ ୪ଟାରେ ବରୁଆ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ।
ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍ ଗୋଡ଼ରେ ଇଶାରା କରିବା ଦୃଶ୍ୟକୁ ନେଇ ବିଜେଡି କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ସିଏମଓର ସ୍ପେଶାଲ ସେକ୍ରେଟାରୀ ଡିଏସ କୁଟ୍ଟେ ସସପେଣ୍ଡ । ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ପାଇଁ ଆଇପିଏସ ଡିଏସ କୁଟ୍ଟେଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ କମିଶନ ।
ଭୁବନେଶ୍ୱର ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ । କହିଛନ୍ତି, ସନ୍ଧ୍ୟାରେ କିଛି ଲୋକ ଷ୍ଟ୍ରଙ୍ଗ ରୁମ ନିକଟରେ ବୁଲିବା ସହ ଷ୍ଟ୍ରଙ୍ଗ ରୁମ୍ ଖୋଲୁଥିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଥିବା ସେ କହିଛନ୍ତି ।
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତିମ ପର୍ଯ୍ୟାୟ ଭୋଟ୍ ପାଇଁ ମାରାଥନ୍ ପ୍ରଚାରରେ ଆସୁଛନ୍ତି ମୋଦି । ସେ ଆଜି ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ।
ଗାଡ଼ିରେ ବିଜେପି ପତାକା ଲାଗିଥିବା ଦେଖି ୪୦ରୁ ୫୦ ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ ଇଟା, ପଥର ମାଡ଼ ସହ ତାଙ୍କୁ ବିଧା ଗୋଇଠା ମାରିଥିଲେ । ତା’ ପୁଣି ପୋଲିସ ଉପସ୍ଥିତିରେ। ସେଠାରୁ ଜୀବନ ବଞ୍ଚାଇ ଥାନାକୁ ଆସି ଅଭିଯୋଗ କରିଥିଲେ ସୁବାସ।
ସିସିଟିଭି ଫୁଜେଟ୍ ଜାରି କରି ସତ-ମିଛର ପର୍ଦ୍ଦାଫାସ୍ କଲେ ଅପରାଜିତା । ପରାଜୟ ଭୟରେ ତୃତୀୟ ମହଲା ଇଙ୍ଗିତରେ କରାଯାଇଛି ଗିରଫଦାରୀ କହିଛନ୍ତି ସରକାରୀ ଅଧିକାରୀ ।
ଅମିତ ଶାହ ମଧ୍ୟ ଓଡ଼ିଶା ଆସି ନବୀନ ଓ ପାଣ୍ଡିଆନଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହଙ୍କ ଗର୍ଜନରେ କମ୍ପିଲା ପାଣିକୋଇଲି ସଭା । କୋରେଇ ପାଣିକୋଇଲି ସଭାରେ ଅମିତ ଶାହ କହିଲେ ଚିଟଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍ରେ ପୂରାଯିବ ।
ଜିଲ୍ଲାରେ ଜୁନ ୪ତାରିଖ ପର୍ଯ୍ୟନ୍ତ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବରେ ଜାରି କରାଯାଇଛି ଏକାଧିକ କଟକଣା।
ଗତ ୨୫ ତାରିଖରେ ମତଦାନ ବେଳେ ବେଗୁନିଆ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗିବା ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।
ମୋଦି ଚାଉଳ ଦେଉଛନ୍ତି, ନବୀନ ଖାଲି ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅନ୍ତୁ ବୋଲି ଅମିତ ଶାହା କହିଛନ୍ତି।
ପଟ୍ଟା ନାଁରେ ୨୫ ବର୍ଷ ହେଲା ଠକି ଚାଲିଛି ବିଜେଡି। ଗୃହ ମନ୍ତ୍ରୀ ସିଏଏ ଆଇନ୍ ଲାଗୁ କରି ଲୋକଙ୍କୁ ନାଗରିକତା ଦେଇଛନ୍ତି। ସମସ୍ତଙ୍କୁ ପଟ୍ଟା ମିଳିଛି। ଏଥର ବିଜେପି ସରକାର ଆସିଲେ ପଟ୍ଟା ପ୍ରଦାନ କରାଯିବ।
ଜଗଦ୍ଦେବଙ୍କ ଗିରଫଦାରୀଙ୍କୁ ନେଇ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଲେ, ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୂମିକା ନାହିଁ।
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ନେଇ ଥମୁନି ବିରୋଧ। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଘେରିଛି ବିଜେପି। ବିନା ସର୍ତ୍ତରେ ତୁରନ୍ତ ଜଗଦ୍ଦେବଙ୍କୁ ଛାଡିବାକୁ ଦାବି ହୋଇଛି। ସେପଟେ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସେଦିନ ଜଗଦ୍ଦେବଙ୍କୁ ଗାଡିରେ ନେଇଥିବା ଡ୍ରାଇଭର। ଜଗଦେବଙ୍କ ବିରୋଧରେ ବୟାନ ଦେବାକୁ ପୋଲିସ
ଉପକୂଳରେ ଟଳମଳ ବିଜେଡି। ବିଜେଡିର ଅଭେଦ୍ୟ ଗଡ ଯାଜପୁର ଓ ଜଗତସିଂହପୁରରେ ସ୍ଥିତି ଏବେ ଜଟିଳ ହେବାରେ ଲାଗିଛି। ଏ ଦୁଇ ଲୋକସଭା କ୍ଷେତ୍ରର ଗୋଟିଏ ଦୁଇଟି ନିର୍ବାଚନ ମଣ୍ଡଳୀ ଛାଡିଦେଲେ ବାକି ସବୁଠି କଡ଼ା ଫାଇଟ୍। ଏମିତି ହେଭିୱେଟ ନେତାଙ୍କ ସିଟ୍ ରେ ବି ଟକ୍କର ନେକ୍ ଟୁ ନେକ୍।
5 ବର୍ଷରେ 23 ଗୁଣା ବଢ଼ିଯାଇଛି ବିଜେଡି ବିଧାୟକ ସୌଭିକ୍ ସୌଭିକ୍ ବିଶ୍ବାଳଙ୍କ ସଂପତ୍ତି। ଏଡିଆର ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ତଥ୍ୟ। କେବଳ ସଂପତ୍ତି ନୁହେଁ, ବିଧାନସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ମୋଟ୍ 12 ଶହ 85 ବିଧାୟକ ପ୍ରାର୍ଥୀଙ୍କ ଭିତରୁ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ପୃଷ୍ଠଭୂମି, ବୟସ ଆଦି ବାବଦରେ ମଧ୍ୟ ରୋଚକ ତଥ୍ୟ ସାମ୍ନାକୁ ଆଣିଛି ଏଡିଆ ଓ ଓଡ଼ିଶା ଇଲେକ୍ସନ୍ ୱାଚ୍।
ପାଟକୁରା ନିର୍ବାଚନୀ ସଭାରେ ଆସାମ ସିଏମ୍ ହିମନ୍ତ ବିଶ୍ବଶର୍ମାଙ୍କ ଜୋରଦାର୍ ହମଲା। ପୁଣି ନିଶାନାରେ ନବୀନ ଓ ପାଣ୍ଡିଆନ୍। ପାଣ୍ଡିଆନ, ନବୀନଙ୍କୁ ମୁଣ୍ଡଜାମିନ ରଖି ନିଜ ଇସାରାରେ ନଚାଉଛନ୍ତି ବୋଲି ଅଭିଯୋଗ କରିବା ସହ, ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବାକୁ ହେଲେ ଏଠି ପାଣ୍ଡିଆନ ରାଜ୍ ଖତମ୍ କରିବାର ଅଛି ବୋଲି ଆହ୍ବାନ ଦେଇଛନ୍ତି ହିମନ୍ତ।
ଜଗତସିଂହପୁର, ବାଲିକୁଦା-ଏରସମାରେ ବିଦ୍ରୋହୀଙ୍କ ସଂଖ୍ୟା ଅଧିକ। ଆଉ ପାରାଦୀପରେ ସୀମା ଟପିଛି ବିଜେଡି କନ୍ଦଳ। ତିର୍ତ୍ତୋଲରେ ବିଜେଡି ନେତା ସରୋଜକାନ୍ତ ସ୍ୱାଇଁ ବିଜେପିରେ ମିଶିବା ପରେ ଜଳଜଳ ହୋଇ ପଦାକୁ ଆସିଛି ଗୋଷ୍ଠୀ କନ୍ଦଳ।
ଚୌଦ୍ୱାର-କଟକ ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳଙ୍କ ସମ୍ପତ୍ତି ଗତ ୫ ବର୍ଷରେ ୨ ହଜାର ୩୩୮ ପ୍ରତିଶତ ଅର୍ଥାତ୍ ୨୩ ଗୁଣାରୁ ଅଧିକ ବଢ଼ିଯାଇଛି। ୨୦୧୯ରେ ସୌଭିକଙ୍କ ସମ୍ପତ୍ତି ଥିଲା ମାତ୍ର ୨୦ ଲକ୍ଷ ୬୮ ହଜାର ଟଙ୍କା। ୨୦୨୪ରେ ଏହା ୫ କୋଟି ୪ ଲକ୍ଷ ଟଙ୍କାରେ ପହଞ୍ଚିଛି।
ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।