କିଛି ଦିନ ଧରି ଥିବା ସସପେନ୍ସର ଅନ୍ତ ହୋଇ ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନାମରେ ମୋହର ବାଜିଛି। ସେ କାହିଁକି ଓଡିଶା ମାଟିରେ ବିଜେପି ଦଳରୁ ହେଲେ ପ୍ରଥମ ମୁଖ୍ୟମନ୍ତ୍ରୀ। କିଏ ଏହି ମୋହନ। କ’ଣ ରହିଛି ତାଙ୍କର ରାଜନୈତିକ କ୍ୟାରିୟର୍। ଆସନ୍ତୁ ପୂରା ଖବର ଜାଣିବା।
କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା । ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍ । ପିଢ଼ି ପରେ ପିଢ଼ି ପରିବାରବାଦ ରାଜନୀତିକୁ ଧରାଶାୟୀ କରି, ଗଡ ଭାଙ୍ଗି ଦେଇଛନ୍ତି କିଛି ନବାଗତ ।
“ବିଜେପି ଦିନରେ ସ୍ୱପ୍ନ ଦେଖୁଛି।” ନିର୍ବାଚନ ବେଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ନବୀନ ପଟ୍ଟନାୟକଙ୍କ ଏହି ମନ୍ତବ୍ୟ ବିଜେଡି ପାଇଁ ହିଁ ‘ଦିବାସ୍ୱପ୍ନ’ ହେବ ବୋଲି କେହି କଳ୍ପନା କରିଥିଲେ ? ୨୦୨୪ ନିର୍ବାଚନ ଏଭଳି ଚମତ୍କାର ହେବ ଯେ ବିଜେଡିରୁ ଜଣେ ବି ପ୍ରାର୍ଥୀ ଲୋକସଭାରେ ପାଦ ଦେଇପାରିବେ ନାହିଁ ଏବଂ ନବୀନ ଶାସନର ଅନ୍ତ ଘଟିବ ?
ଆସନ୍ତା ୧୨ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ । ତାପୂର୍ବରୁ ବିଜେପି ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।
ତାଲିକାରେ ପ୍ରଥମେ ରହିଛନ୍ତି ବିଜେଡିର ହେଭିୱେଟ୍ କୁହାଯାଉଥିବା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି। ବବିଙ୍କ ରାଜନୀତି କ୍ୟାରିୟର ଏବେ କେଉଁ ମୋଡ଼ ନେବ ତାହା ସମସ୍ତଙ୍କ ନଜରରେ ରହିଛି।
ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍ର ସମ୍ମୁଖୀନ ହେବାଆକୁ ପଡ଼ିଛି।
୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଲେ ବାବୁ ସିଂ। ଏକ୍ରାମ ଭୁବନେଶ୍ୱରର ୩ଥରର ବିଧାୟକ ବିଜେଡି ହେବିଓ୍ୱେଟ ଅଶୋକ ପଣ୍ଡାଙ୍କୁ ଦେଲେ ଚେକମେଟ୍। ରାଜନୈତିକ ଗୋଟି ଚାଳନାରେ ପଛରେ ପଡ଼ିଗଲେ ଅଶୋକ।
ରାଜ୍ୟରେ ବିଜେପିର ପ୍ରଥମ ସରକାରରେ କିଏ ହେବ ମୁଖ୍ୟମନ୍ତ୍ରୀ ? ମନ୍ତ୍ରିମଣ୍ଡଳରେ ସାମିଲ ହେବେ କେଉଁ କେଉଁ ବିଧାୟକ ?
ବଡ଼ କଥା ହେଲା, ବିଜେପିର ନବନିର୍ବାଚିତ ବିଧାୟକଙ୍କ ମଧ୍ୟରୁ କିଛି ହାତ ଗଣତି ହେଭିୱେଟଙ୍କୁ ଛାଡ଼ିଦେଲେ ୬୭ ପ୍ରତିଶତ ହେଉଛନ୍ତି ନୂଆ ମୁହଁ। ଆଉ ପ୍ରଥମ ଥର ପାଇଁ ବିଧାନସଭାକୁ ଆସୁଛନ୍ତି। ତେଣୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚୟନର ଆଧାର କ’ଣ ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।
ବିଜେଡିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ୍ଙ୍କୁ ନେଇ ଦଳରେ ଝଡ଼। ଏପଟେ ଦଳପତି ନବୀନଙ୍କ ପାଣ୍ଡିଆନ୍ ଚାଳିଶା। ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ।
ଆଗରୁ ୩ ଟଙ୍କାରେ କୁଲିମଜୁରୀ କରୁଥିଲେ, ଟ୍ରକ୍ ହେଲପର୍ କାମ ବି ଥିଲେ। ଆଉ ଏବେ ରାତାରାତି ପାଲଟିଯାଇଛନ୍ତି କଣ୍ଟାବାଞ୍ଜିର ରିୟଲ ହିରୋ। ମୁଖ୍ୟମନ୍ତ୍ରୀଙ୍କୁ ମାତ୍ ଦେଇ ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ୍।
କିଏ ସମ୍ଭାଳିବ ଓଡ଼ିଶାର ଶାସନ ଭାର ? କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? କାହା ନାଁରେ ମୋହର ମାରିବ ବିଜେପି ସଂସଦୀୟ ବୋର୍ଡ ?
ସତ୍ତାର ସତରଞ୍ଜରେ ବହୁ ଅଭିଜ୍ଞଙ୍କୁ ମାତ୍ ଦେଇଛନ୍ତି ଅପେକ୍ଷାକୃତ ନବାଗତ ପ୍ରାର୍ଥୀ। ବିଜେଡିର ବହୁ ହେଭିୱେଟଙ୍କୁ ବଡ଼ ଭୋଟ୍ ବ୍ୟବଧାନରେ ହରାଇ ଅଚାନକ ହିରୋ ପାଲଟି ଯାଇଛନ୍ତି ବହୁ ବିଜୟୀ ପ୍ରାର୍ଥୀ।
ବିଜେପିର ବିପୁଳ ବିଜୟ ପରେ ବିଜେଡିକୁ ଟାର୍ଗେଟ୍ କରୁଛନ୍ତି ବିଜେପି ନେତା । ଆଜି ବିଭିନ୍ନ ପ୍ରସଙ୍ଗ ଉଠାଇ ସିଧା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି ବିଜୟୀ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ।
କୁହାଯାଉଛି, ଏବେ ଭି.କେ ପାଣ୍ଡିଆନ୍ଙ୍କ କ’ଣ ହେବ ରାଜନୈତିକ ଭବିଷ୍ୟତ ? ରାଜନୀତିରେ ରହିବେ ନା ରାଜନୀତିରୁ ସନ୍ୟାସ ନେବେ ?
ମୁଖ୍ୟମନ୍ତ୍ରୀ କିଏ ହେବ ପ୍ରସଙ୍ଗରେ ଜୟନାରାୟଣ କହିଛନ୍ତି ଯିଏ ବି ମୁଖ୍ୟମନ୍ତ୍ରୀ ହେବ, ନବୀନଙ୍କ ଠାରୁ ଭଲ ହେବ। ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ, ଓଡ଼ିଆରେ କହିପାରୁଥିବେ।
ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିରର ୪ ଦ୍ବାର? ଶ୍ରୀଜିଉଙ୍କ ରତ୍ନଭଣ୍ଡାର ରହସ୍ୟ ଉପରୁ ହଟିବ କି ପରଦା ?
କୁଆଡେ ଗଲେ ପାଣ୍ଡିଆନ୍? ବିଜେଡିର ବିପର୍ଯ୍ୟୟ ପରେ ଏବେ ଏହି ପାୱାରଫୁଲ୍ ନେତାଙ୍କ ପତା ମିଳୁନି। କ୍ୟାମେରା ଧରି ହେଲିକପ୍ଟରେ ଟୁର୍ ପରେ ଟୁର୍ କରୁଥିବା ପାଣ୍ଡିଆନ୍ କିନ୍ତୁ ଏବେ ସାମନାକୁ ଆସିନାହାନ୍ତି।
ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼, ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।
ଶେଷହେଲା ମୁଖ୍ୟମନ୍ତ୍ରୀ ଭାବେ 24 ବର୍ଷର ନିରଙ୍କୁଶ ଯାତ୍ରା। ମୋଦି ଗ୍ୟାରେଣ୍ଟିରେ ଭାଙ୍ଗି ଗଡ଼ ଗଡ଼ ହେଇଗଲା ବିଜେଡି ଗଡ଼।
ଟଳିଗଲେ ରଥି ମହାରଥୀ। ଧରାଶାୟୀ ନିଜେ ଛତ୍ରପତି। ସରକାର ବିରୋଧୀ ସୁନାମୀରେ ନିଜ ସିଟ୍ ବି ରଖି ପାରିଲେନି ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୀବନରେ ପ୍ରଥମଥର ପାଇଁ ଚାଖିଲେ ପରାଜୟର ସ୍ୱାଦ।
ଭୁଶୁଡିଲା ବିଜେଡି। ବଦଳିଲା ସତ୍ତା। ତେବେ ୨୪ ବର୍ଷର ବିଜେଡି ଦୁର୍ଗ କାହିଁକି ଭୁଶୁଡିଲା? ସାଧାରଣରେ ଚର୍ଚ୍ଚା ଯେ, ଭିକେ ପାଣ୍ଡିଆନ୍ଙ୍କ ଅଭ୍ୟୁଦୟ ବିଜେଡି ପାଇଁ କାଳ ହେଲା।
୬୬ ହଜାରରୁ ଅଧିକ ଭୋଟରେ ବିଜେଡିର ଅଂଶୁମାନ ମହାନ୍ତିଙ୍କୁ ହରାଇବା ପରେ ଜୟ ପଣ୍ଡା ଏହି ବିଜୟ ଶୋଭାଯାତ୍ରା କରୁଛନ୍ତି।
ନିର୍ବାଚନୀ ଫଳାଫଳ ଶାସକ ଦଳ ବିପକ୍ଷରେ ଯାଇଛି। ଓଡ଼ିଶାରେ ‘ମୋଦୀ ସୁନାମୀ’ ଦେଖିବାକୁ ମିଳିଛି। ଫଳରେ ବିଜେଡି ସରକାରର ଅବସାନ ହୋଇଛି। ଏହି ବିଜୟ ପଛରେ ପାଣ୍ଡିଆନଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବୋଲି ବିବେଚନା କରାଯାଇଛି।
ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ବିଜେପି ସରକାର ଶପଥ ନେବା ପରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ।