ଲୋକସଭାରେ ସଂଖ୍ୟା ଶୂନ ପରେ ବିଜେଡିକୁ ଭରସା ରାଜ୍ୟସଭା । ଓଡ଼ିଶା ସ୍ୱାର୍ଥ ଲଢେଇ ପାଇଁ ନବୀନ ନିବାସରେ ରଣନୀତି ।
ମୁଖ୍ୟମନ୍ତ୍ରୀଙ୍କ ଖଣି ଯଚା ମନ୍ତବ୍ୟର ଜବାବ ରଖିଲା ବିଜେଡି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।
ନବୀନ କହିଛନ୍ତି ରାଜ୍ୟରେ ବିଜେପି ସରକାରରେ ୨ରୁ ୩ ଜଣ MLA ସଂଖ୍ୟା ଗରିଷ୍ଠତାରୁ ଅଧିକ ଅଛନ୍ତି, କେନ୍ଦ୍ରରେ ବି ଅଳ୍ପସଂଖ୍ୟକ ସରକାର ଚାଲିଛି। ତେଣୁ ପରିଶ୍ରମ କରନ୍ତୁ, ଏକଜୁଟ୍ ରୁହନ୍ତୁ ଆଉ ଦଳକୁ ମଜବୁତ ରଖନ୍ତୁ ବୋଲି ନବୀନ ନିଜ ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।
ପାର୍ଟି ଅଫିସ୍ ଚାମ୍ବରକୁ ଧସେଇ ପଶି କାଳିମାଡ଼ କଲେ ଅଜଣା ବ୍ୟକ୍ତି । ନିଟ୍ ବିଭ୍ରାଟ ବିକ୍ଷୋଭ ଭଣ୍ଡୁର ପାଇଁ ବିଜେପିର ଅପଚେଷ୍ଟା- ଶରତ ପଟ୍ଟନାୟକ
ନିୟମ ଅନୁସାରେ ଉପାଧ୍ୟକ୍ଷଙ୍କୁ କାହିଁକି ଏତେ ଦିନ ଯାଏ ଦାୟିତ୍ୱ ଦିଆଯାଇନଥିଲା ବୋଲି କହି ବିଡିଓଙ୍କୁ ଘେରିଥିଲେ ନିର୍ବାଚନ ଜନପ୍ରତିନିଧି ।
ନବୀନବାବୁଙ୍କ ହାତ କ’ଣ ପାଇଁ ଏମିତି ଥରୁଥିବା ପ୍ରଶ୍ନରେ ତାରା କହିଛନ୍ତି, ଜାଣିଶୁଣି ଏମିତି କରୁଥିବେ ବୋଲି ଭାବୁଛି। ଡ୍ରାମା କରୁଥିଲେ। ଲେଖା ଛିଡିଗଲା। ପାଇଟି ସରିଲାବୋଲି ତାରା କହିଛନ୍ତି।
ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ । ବିଜେଡି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବୀନ ସୁସ୍ଥ ଅଛନ୍ତି ନା ନାହିଁ, ସେ ବାବଦରେ ଓଡ଼ିଶାବାସୀଙ୍କ ଜାଣିବାର ଅଧିକାର ରହିଛି ବୋଲି ମୋଦି କହିଥିଲେ ।
ବରଗଡ଼ରେ ସିଏମ୍ ମୋହନ ମାଝୀ ଦେଲେ ସହାୟତା । ବଦଳିବ କି କାଳିଆ ଯୋଜନା, ବଢ଼ିଲା ଚର୍ଚ୍ଚା।
ପାଣ୍ଡିଆନଙ୍କ ବାବଦରେ ପଚାରିବାରୁ ଏଡାଇଗଲେ ନେତା । କାଲି ବିଜେଡି ବିଧାୟକ ଦଳ ବୈଠକ ଉପରେ ନଜର ।
ଉପାସନା ଆହୁରି କହିଥିଲେ, ସେ ବିଧାନସଭାର ପବିତ୍ର ଗୃହ ଭିତରକୁ ପ୍ରବେଶ କରିବା ବେଳେ ସାରା ବ୍ରହ୍ମଗିରିବାସୀଙ୍କ ସାହସ ତାଙ୍କ ସାଥୀରେ ଅଛି। ଏକଥା ମଧ୍ୟ ସେ ନିର୍ବାଚନ ପୂର୍ବରୁ ବ୍ରହ୍ମଗିରିବାସୀଙ୍କୁ ଜଣାଇଦେଇଛନ୍ତି।
ବ୍ରହ୍ମପୁରରୁ ଦୁଇ ଥର ସାଂସଦ ହୋଇଥିବା ସିଦ୍ଧାନ୍ତ ଏଥର ହାଇପ୍ରୋଫାଇଲ୍ ଦିଗପହଣ୍ଡି ସିଟରୁ ବିଧାୟକ ବନିଛନ୍ତି। ଓଡ଼ିଆ ସିନେମା ଜଗତର ବଡ଼ ଷ୍ଟାର୍ ସିଦ୍ଧାନ୍ତ ନିଜ ଫିଲ୍ମ କ୍ୟାରିୟରରେ ବି ‘ସରପଞ୍ଚ ବାବୁ’ ନାଁରେ ଏକ ବଡ଼ ହିଟ୍ ଫିଲ୍ମ ଦେଇଛନ୍ତି।
ଯେଉଁ ଗୃହକୁ ସେ ମୁଖ୍ୟମନ୍ତ୍ରୀ ଥାଟ୍ଟରେ ଏଣ୍ଟ୍ରି କରୁଥିଲେ, ସେହି ଗୃହକୁ ଆଜି କେବଳ ବିଧାୟକ ହୋଇଯାଇଛନ୍ତି । ଯେଉଁ ଗୃହରେ ଦୀର୍ଘ ୨୫ ବର୍ଷ ଧରି ତାଙ୍କ ଦଳ ରାଜ କରୁଥିଲା ଆଉ ସେ ଥିଲେ ଦଳର ମୁଖିଆ, ଆଜି ସେ ବିଧାୟକ ଭାବେ ଗୃହ ଭିତରକୁ ପ୍ରବେଶ କରିଛନ୍ତି।
ରୋଷେୟା କିମ୍ବା ସ୍ୱୟଂ ସହାୟକ ଗୋଷ୍ଠୀ ରାନ୍ଧିବାକୁ ଦେବା ପୂର୍ବରୁ ଭଲ ଭାବେ ଚାଖିବେ। ସାମଗ୍ରୀଗୁଡ଼ିକ ଖାଇବା ଯୋଗ୍ୟ ନଥିଲେ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବେ ସ୍କୁଲ ପ୍ରଧାନଶିକ୍ଷକ।
ସବୁଠୁ ଚିନ୍ତାଜନକ ବିଷୟ ହେଲା ସରକାରୀ କାମରେ ପରିଚାଳନା ଦାୟିତ୍ୱ ନେଇଛନ୍ତି ଠିକା ସଂସ୍ଥା। କେଉଁ ବିଭାଗ ପାଇଁ କିଏ ଉତ୍ତରଦାୟୀ ତାର ବି ଉତ୍ତର ବାବୁ ମାନଙ୍କ ପାଖରେ ନାହିଁ। ରାଜ୍ୟରେ ଏମିତି ପ୍ରଶାସନିକ ଅବ୍ୟବସ୍ଥା ଦେଖି ତାଜୁବ ହୋଇଛନ୍ତି ନୂଆ ସିଏମ୍।
ବିଜେଡିର ଦଳୀୟ କାମରେ ମୁଣ୍ଡ ପୁରାଉଥିଲେ, ହେଲେ ଗତ ନିର୍ବାଚନରେ ଧରାପଡ଼ି ନିଲମ୍ବନ ହେଲେ। ପରେ ଅବଶ୍ୟ ତାଙ୍କ ଉପରୁ ନିଲମ୍ବନ ହଟିଥିଲେ ବି କାର୍ଯ୍ୟାନୁଷ୍ଠାନ ଖଣ୍ଡା ଝୁଲି ରହିଛି।
ବିଜେଡି ସରକାରର ଏଜେଣ୍ଟ ସାଜି କାମ କରୁଥିବାର ମିଳିଥିଲା ପ୍ରମାଣ । ନିର୍ବାଚନବେଳେ କେତେକଙ୍କ ବିରୋଧରେ ECI ବି ନେଇଥିଲେ ଆକ୍ସନ ।
ଖୋଦ୍ ସିଏମଓରେ ଏକାଧିକ ଆଉଟସୋର୍ସ ନିଯୁକ୍ତିକୁ ଦେଖି ତାଜୁବ୍ ସିଏମ୍ ମୋହନ ।
ଏହି କ୍ରମରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ନଗର ଉନ୍ନୟନ ତଥା ସଂସଦୀୟ ବ୍ୟାପାର ସଚିବ ଜି.ମାଥିଭାତନନ୍ ପ୍ରମୁଖ ରାଜ୍ୟ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ରତ୍ନବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସରୁ ସରୁ ଭକ୍ତଙ୍କ ପାଇଁ ଖୋଲି ଦିଆଗଲା ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ସହ ଅନ୍ୟ ତିନି ଦ୍ୱାର ବ୍ୟାଘ୍ର, ହସ୍ତୀ ଓ ଅଶ୍ୱ ଦ୍ୱାର । ଯାହାକି ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଭାବେ ବିବେଚିତ।
ସମ୍ୱଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିନି। ଯେଉଁଥିଲାଗି ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।
ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଆଉ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ପ୍ରମୁଖ ସଚିବ ରହିଲେଣି ଏହି ଅଧିକାରୀ।
ଗୋଟିଏ ଗୋଟିଏ ବିଭାଗରେ ୮-୧୦ ବର୍ଷ ଧରି ଅଛନ୍ତି ସରକାରୀ ଅଧିକାରୀ । ବିଜେପି ସରକାର ଆସିବା ପରେ ଟେନସନରେ ବିଜେଡି ମାର୍କା ବାବୁ ।
ବିଜେପି ସରକାରର ଘୋଷଣା ହୋଇନଥିବା ୬ ମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ଜୋର୍ । ଶପଥ ଗ୍ରହଣର 24 ଘଣ୍ଟା ପରେ ବି ଅପେକ୍ଷାରେ ବହୁ ଆଶାୟୀ ।
ହାଇକୋର୍ଟ ପରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା କୋର୍ଟରୁ ବି ମିଳିଲା ଜାମିନ୍ । ଖୋର୍ଦ୍ଧା JMFC କୋର୍ଟରେ ଆଜି ଜଗଦ୍ଦେବ ବ୍ୟକ୍ତିଗତ ଭାବେ ହାଜର ହେବା ପରେ ତାଙ୍କୁ ନିୟମିତ ଜାମିନ୍ ମିଳିଛି ।