ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏହି ବୟସ ପାର୍ଥକ୍ୟ କେବଳ ଏକ ସାମାଜିକ ପ୍ରଥା ନୁହେଁ, ଏହା ପଛରେ ବୈଜ୍ଞାନିକ ଯୁକ୍ତି ମଧ୍ୟ ରହିଛି। ବିଜ୍ଞାନ ଅନୁଯାୟୀ ମଧ୍ୟ ବିବାହରେ ପୁଅ ଝିଅ ମଧ୍ୟ ବୟସର ପାର୍ଥକ୍ୟ ରହିବା ଉଚିତ।
ଝିଅଙ୍କ ବିବାହ ପାଇଁ ବୟସ ସୀମାକୁ ନେଇ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ଦେଶରେ ଝିଅଙ୍କ ବିବାହ ବୟସ ସୀମା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।