ମୁମ୍ବାଇରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମାରୋହରେ ରିଏଲିଟି ଟିଭି ତାରକା ତଥା ବିଲେନିୟର୍ କିମ୍ କର୍ଦାଶିଆନ୍ ଏବଂ ତାଙ୍କ ଭଉଣୀ ଖ୍ଲୋଏ କର୍ଦାଶିଆନ୍ ଯୋଗଦେଇ ଖୁବ ଉପଭୋଗ କରିଥିଲେ। ଏହି ସମୟରେ କିମ୍ଙ୍କୁ ଭାରତୀୟ ଲୁକ୍ରେ ଦେଖିବାକୁ ମିଳିଥିଲା। ସେ ନାକ ନୋଥ ପିନ୍ଧିଥିବା ଏବଂ ମଥାମଣି ଏବଂ ଟିକା ପିନ୍ଧିଥିବାର ନଜର ଆସିଥିଲେ। ବର୍ତ୍ତମାନ କିମ୍ ଅନନ୍ତ ଏବଂ ରାଧିକାଙ୍କ ବିବାହରୁ ତାଙ୍କର କିଛି ସୁନ୍ଦର ଚିତ୍ର ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।
ଆମେରିକା ଟିଭି ରିଏଲିଟି ଷ୍ଟାର୍ କିମ୍ କାର୍ଦଶିୟାନ ତାଙ୍କ ଭଉଣୀ ଖ୍ଲୋଏ କାର୍ଦଶିୟାନଙ୍କ ସହ ଅନନ୍ତ-ରାଧିକାଙ୍କ ଖୁସିରେ ସାମିଲ ହେବା ପାଇଁ ଭାରତ ଆସିଥିଲେ। ଆମେରିକା ପହଞ୍ଚି ସେ ଭାରତକୁ ଭୁଲିପାରୁ ନାହାନ୍ତି ବୋଲି କହିଛନ୍ତି।