• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Corona Breaking News

man died
ଦିଲ୍ଲୀରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଗିରିବନ୍ଧ ଗାଁର ୩୮ ବର୍ଷୀୟ ଗୌରୀଶଙ୍କର ପରିଡ଼ା। ଗତ ସପ୍ତାହେ ହେଲା ତାଙ୍କୁ ଜ୍ୱର ହେଉଥିଲା। କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ଗୌରୀଶଙ୍କରଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବା ପାଇଁ ପରିବାର ଲୋକ ବିଭିନ୍ନ ହସ୍ପିଟାଲ୍‌ ଯାଇଥିଲେ। ହେଲେ କୌଣସି ହସ୍ପିଟାଲ୍‌ରେ ବେଡ୍‌ ମିଳିନଥିଲା। ଶେଷରେ ପରିବାର ଲୋକ ନିରାଶ ହୋଇ ନୋଇଡାର […]

train
କୋଭିଡ୍‌ ମୁକାବିଲା ପାଇଁ ଗଡ଼ିବ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍

ନୂଆଦିଲ୍ଲୀ: କୋଭିଡ୍‌ ରୋଗୀଙ୍କ ଦେଖାଶୁଣା ପାଇଁ ୪୦୦୨ଟି ରେଲ୍‌ୱେ କୋଚ୍‌କୁ ରେଳ ବିଭାଗ ସମ୍ପୂର୍ଣ୍ଣ ଭାବରେ କୋଭିଡ୍‌ କେୟାର କୋଚ୍ ଭାବେ ପରିବର୍ତ୍ତନ କରିଥିବା ବେଳେ କରୋନା ଲଢ଼େଇରେ ଭାରତୀୟ ରେଲ୍‌ୱେର ପୁଣି ଏକ ଯୋଗଦାନ। ବିଭିନ୍ନ ସ୍ଥାନରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ୍ ଅଭାବ ଦେଖାଦେଉଥିବା ବେଳେ, ଏହି ସମସ୍ୟାର ସମାଧାନ ପାଇଁ ‘ଅକ୍ସିଜେନ୍ ଏକ୍ସପ୍ରେସ୍’ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ବିଭାଗ ପ୍ରସ୍ତୁତ ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍‌ […]

naveen patnaik
ଆଜି ଅପରାହ୍ଣ ୪ଟାରେ କ’ଣ କହିବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ଆଜି ଅପରାହ୍ଣ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କିଛି ପରାମର୍ଶ ଦେଇପାରନ୍ତି। କରୋନା ସ୍ଥିତିକୁ ନେଇ ଗତକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ। କୋଭିଡ-୧୯ ସ୍ଥିତି, ଟିକାକରଣ, ଛୋଟ ଛୋଟ କଣ୍ଟେନମେଣ୍ଟ ଜୋନ୍, ନାଇଟ୍‌ କର୍ଫ୍ୟୁ ଏବଂ ଟେଷ୍ଟିଂ ରଣନୀତି ଉପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ଏପ୍ରିଲ ୧୧ରୁ ୧୪ ପର୍ଯ୍ୟନ୍ତ ‘ଟିକା ଉତ୍ସବ’ ପାଳନ […]

health minister
ବାହାର ରାଜ୍ୟରୁ ଓଡ଼ିଶାକୁ ଆସିଲେ RTPCR ଟେଷ୍ଟ ବାଧ୍ୟତାମୂଳକ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୯ଶହ ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ଲାଗୁ କରାଯାଇଛି। ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ RTPCR ଟେଷ୍ଟ ନ କରିବେ ସେମାନଙ୍କୁ ୭ ଦିନ ଲାଗି କ୍ୱାରେଣ୍ଟିନରେ ରଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ […]

gunupur giet university
ଗୁଣୁପୁର GIET ବିଶ୍ୱବିଦ୍ୟାଳୟ ୩ ଦିନ ବନ୍ଦ

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଥିବା ଗାନ୍ଧି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(GIET) ବିଶ୍ୱବିଦ୍ୟାଳୟରୁ କରୋନା ପଜିଟିଭ୍‌ ଚିହ୍ନଟ ପରେ ୩ ଦିନ ପାଇଁ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ଗୁଣୁପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ରେଜିଷ୍ଟ୍ରାର କହିଛନ୍ତି। ଫଳରେ କ୍ୟାମ୍ପସ ବାହାରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫ୍ ଭିତରକୁ ଆସିପାରିବେ ନାହିଁ କି […]

night curfew
ଓଡ଼ିଶାରେ ଆହୁରି କଡ଼ାକଡ଼ି ହେବ ନାଇଟ୍‌ କର୍ଫ୍ୟୁ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ୍‌ କର୍ଫ୍ୟୁ। କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ କଡ଼ାକଡ଼ି କରାଯାଇଛି। ସୀମାବର୍ତ୍ତୀ ଜିଲ୍ଲାର ଯେଉଁ ଲୋକ ପଡୋଶୀ ଛତିଶଗଡ଼ରୁ ଆସୁଛନ୍ତି, ସେମାନଙ୍କୁ ଅନୁଧ୍ୟାନ କରାଯାଉଛି। ଏହାସହ ଜିଲ୍ଲାପାଳ ଓ ପୋଲିସକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗତକାଲି […]

lockdown
ଏପ୍ରିଲ୍ ୬ରୁ ୧୪ ଯାଏ ଏହି ସ୍ଥାନରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା

ଦୁର୍ଗ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଛତିଶଗଡ଼ର ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏପ୍ରିଲ୍ ୬ରୁ ୧୪ ଯାଏ ଲକ୍‌ଡାଉନ୍ ନେଇ‌ ଜିଲ୍ଲାପାଳ ଘୋଷଣା କରିଛନ୍ତି। ଲକ୍‌ଡାଉନ୍ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଟିକାକରଣ ପ୍ରକ୍ରିୟା ଚାଲୁ ରହିବ ବୋଲି ଦୁର୍ଗ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସହ ଏକ ବୈଠକ ପରେ ଦୁର୍ଗ ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ନିଷ୍ପତ୍ତି […]

corona
ସରକାରୀ ପ୍ୟାନେଲର ଖୁଲାସା : ଜୁଲାଇରେ ଶେଷ ହୋଇପାରେ କରୋନାର ଦ୍ୱିତୀୟ ଲହରୀ

ନୂଆଦିଲ୍ଲୀ : ଦେଶରେ କରୋନାର ଭୟାବହତା ମଧ୍ୟରେ ସରକାରୀ ପ୍ୟାନେଲର ଖୁଲାସା । ଜୁଲାଇରେ ଶେଷ ହେବ କରୋନାର ଦ୍ୱିତୀୟ ଲହରୀ । ଛଅ ମାସ ପରେ ପୁଣି କରୋନାର କାୟା ମେଲିବ, ଆସିବ ତୃତୀୟ ଲହରୀ । ଦେଶରେ ଦ୍ୱିତୀୟ ଲହରୀ ଶେଷ ହୋଇନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଲେ ବୈଜ୍ଞାନିକ । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ସ୍ଥାପିତ ତିନିଜଣିଆ ବୈଜ୍ଞାନିକ ପ୍ୟାନେଲ […]

court
କୋର୍ଟ ପାଇଁ ଗାଇଡ୍ ଲାଇନ୍ : ଭର୍ଚୁଆଲ୍ ମୋଡରେ ହେବ ଶୁଣାଣି

କରୋନା କାଳରେ କୋର୍ଟ ପରିଚାଳନା ପାଇଁ ଗାଇଡଲାଇନ୍ କୋର୍ଟରେ ମାମଲାଗୁଡ଼ିକର ଶୁଣାଣି ଭର୍ଚୁଆଲ୍ ମୋଡରେ ହେବ କୋର୍ଟ ରୁମରେ ସାମାଜିକ ଦୂରତା ଓ କରୋନା ପ୍ରୋଟକଲ୍ ପାଳନ କରାଯିବ କୋର୍ଟ ପରିସରକୁ ସପ୍ତାହକୁ ଥରେ ସାନିଟାଇଜ୍ କରାଯିବ ଜ୍ୱର କିମ୍ବା କାଶ ଲକ୍ଷଣ ଥିବା କର୍ମଚାରୀଙ୍କୁ କୋର୍ଟକୁ ବାରଣ କରାଯିବ ଭୁବନେଶ୍ୱର : କରୋନା ସଂକ୍ରମଣ ବଢ଼ୁଥିବାରୁ କୋର୍ଟରେ ମାମଲା ପରିଚାଳନା ନେଇ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କରୋନା ପରିସ୍ଥିତିରେ ମାମଲା ଗୁଡ଼ିକର ଶୁଣାଣି […]

corona
୨୪ ଘଣ୍ଟାରେ ଦେଶରେ ୨,୫୯,୧୭୦ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୬୧ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୨୧ ହଜାର ୮୯କୁ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୧ […]

bus
କୋଭିଡ୍ ସଂକ୍ରମଣରେ ବ୍ରେକ୍ ଦେବାକୁ ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠାରୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ଚଳାଚଳ । ଫଳରେ ଅନ୍ୟ ରାଜ୍ୟକୁ ଯାଆସ କରୁଥିବା ସମସ୍ତ ବସ୍ ସେବା ବନ୍ଦ ରହିବ । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ ‌ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି । ହେଲେ ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚାଲୁ ରହିିବ । କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଯାତ୍ରୀମାନେ କେବଳ ସିଟିଂରେ ହିଁ […]

sonu
ଗରିବଙ୍କ ଭଗବାନ୍ ସୋନୁ ସୁଦଙ୍କୁ କରୋନା

ଅଭିନେତା ସୋନୁ ସୁଦଙ୍କ କରୋନା ରିପୋର୍ଟ ପଜିଟିଭ୍ ଟ୍ୱିଟ୍ କରି ସୂଚନା ଦେଲେ ସୋନୁ ହୋମ୍ କ୍ୱାରେଣ୍ଟିନରେ ରହି ଲୋକଙ୍କ କାମ କରିବି ଘରେ ବସି ଏବେ ଅଧିକ ସମୟ ଲୋକଙ୍କ ସହାୟତା କରିପାରିବି ଅଭିନେତା ସୋନୁ ସୁଦଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି […]

saptahanta-shutdown
ଆଜି ଠାରୁ କୋଭିଡ୍ କଟକଣା କଡ଼ାକଡ଼ି : ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ

ସନ୍ଧ୍ୟା ୬ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ନାଇଟ୍ କର୍ଫ୍ୟୁ ଭୁବନେଶ୍ୱର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୃଷ୍ଟିରେ ରଖି  ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ […]

rukuna
ସଂକ୍ରମଣ ଭୟ : ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ବିନା ଭକ୍ତରେ ହେବ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରଥାରୂଢ଼ ଶ୍ରୀଲିଙ୍ଗରାଜଙ୍କୁ ଆଖି ପୂରାଇ ଦେଖିବା ପାଇଁ। ହେଲେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ ।  ଏବର୍ଷ ବି ରୁକୁଣା ରଥ ଟାଣିପାରିବେନି ଶ୍ରଦ୍ଧାଳୁ । ସଂକ୍ରମଣ ବଢ଼ୁଥିବା ବେଳେ ପରମ୍ପରା ରକ୍ଷା କରି କିପରି ଯାତ୍ରା ହୋଇ ପାରିବ ସେ ନେଇ ଅନୁରୋଧ କରାଯାଇଥିଲା । ନିଷ୍ପତ୍ତି ଅନୁସାରେ […]

corona testing
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦,୯୩୯ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ହାରରେ ସାମାନ୍ୟ ହ୍ରାସ ପାଇଛି । ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୯୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୧୭୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୪୭୬୧। ଆଜି ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତା ପଛକୁ ରହିଛି କଟକ । ଏଠାରେ ୯୨୨ ପଜିଟିଭ […]

_117666215_virusnosegraphic
ରାଜ୍ୟରେ ୧୧ ହଜାର ତଳକୁ ଖସୁନି ସଂକ୍ରମଣ; ଆଜି ବି ବାହାରିଲେ ୧୧, ୧୦୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବେକାବୁ ହେଉଛି କରୋନା। ଦୈନିକ ସଂକ୍ରମଣ ଗତ କିଛି ଦିନ ହେଲା ୧୧ ହଜାର ତଳକୁ ଖସୁନି। ସଂକ୍ରମିତଙ୍କ ସଂଖ୍ୟା ଗତକାଲି ୧୨,୫୨୩  ଥିବାବେଳେ ଆଜି ୧୧,୧୦୮ ରହିଛି। ଏଥିମଧ୍ୟରୁ ୬,୨୧୯ କ୍ୱାରେଣ୍ଟିନରେ ଥିବାବେଳେ ୪୮୮୯ ଲୋକାଲ କଣ୍ଟାକ୍ଟ ରହିଛି। ଆଜି ବି ସର୍ବାଧିକ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ବାହାରିଛନ୍ତି। ଏଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧,୪୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି କଟକ। ଏଠାରୁ ୯୪୪ ଜଣ […]

child
ପିଲାଙ୍କୁ କରୋନା ଭୟ: ପଜିଟିଭ ବାହାରିଲେଣି ୪୦ ହଜାର ଶିଶୁ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ମୃତ୍ୟୁ ହାର ୪ ହଜାର ଉପରେ ରହିଛି। ଦେଶର ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠି କରୋନାର ଦ୍ୱିତୀୟ ଲହର ମୃତ୍ୟୁର ତାଣ୍ଡବ ସୃଷ୍ଟି କରିନି। ଆକଳନ ଅନୁସାରେ, କରୋନର ତୃତୀୟ ଲହର ପିଲାମାନଙ୍କ ପାଇଁ ବିପଦ ନେଇ ଆସିବ। ହେଲେ ୩ୟ ଲହର କଥା ଛାଡ,  ୨ ଲହର ପିଲାଙ୍କୁ ଯେପରି ସଂକ୍ରମିତ କଲାଣି ତାହା ଚିନ୍ତାର […]

covid-1
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ  ବଢି ଚାଲିଛି। ଲକ୍‌ ଡାଉନ ପରେ ବି ଦୈନିକ ସଂକ୍ରମଣରେ ଲାଗିପାରୁନି ବ୍ରେକ୍‌। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।  ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୪୦୩ରେ ପହଞ୍ଚିଛି। କଳାହାଣ୍ଡି ଓ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ […]

covid
ବାହାରିଲେ ୧୧ ହଜାରରୁ ଅଧିକ କରୋନା ପଜିଟିଭ; ଖୋର୍ଦ୍ଧା, କଟକ ହଜାରେ ଉପରେ

ଭୁବନେଶ୍ୱର: ରାଜ୍ୟରେ କରୋନ ସଂକ୍ରମଣ କମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ୧୧ ହଜାର ଉପରେ ରହୁଛି। ଆଜି ବି ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟା କ୍ୱାରେଣ୍ଟାଇନରୁ ୬୪୩୯ ଜଣ ଓ  ଲୋକାଲ କେସ୍ ୫୦୫୯ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ […]

Capture
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୨୪ରୁ ଆରମ୍ଭ ହେବ ପଞ୍ଜୀକରଣ

ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ’ ପହିଲାରୁ ଆରମ୍ଭ ହେବ । ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିପାଇଁ ଆସନ୍ତା ୨୪ ତାରିଖରୁ ପଂଜୀକରଣ ହେବ । ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ କୋ ୱିନ୍ ପୋର୍ଟାଲରେ ପଂଜୀକରଣ କରିପାରିବେ। ମେ’ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୫ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ। ରାଜ୍ୟରେ ୪୨ ପ୍ରତିଶତ ଏହି ବୟସ୍କ ଲୋକମାନେ ଅଛନ୍ତି । […]

corona positive
ଦେଶରେ ଦିନକରେ ଚିହ୍ନଟ ହେଲେ ଏକ ଲକ୍ଷ ୬୮ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଡରେଇଲାଣି କରୋନା । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ  ହୋଇଛନ୍ତି। ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା  ପ୍ରଥମ। ଏହା ପୂର୍ବରୁ ଏପ୍ରିଲ ୧ ତାରିଖ ୧ ଲକ୍ଷ ୫୨ ହଜାର ୫୬୫ ମାମଲା ସାମ୍ନାକୁ ଆସିଥିଲା। ସେହିପରି ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣ ରୋଗୀ ଆଖି ବୁଜିଛନ୍ତି। ଗତ […]

corona new strain
ନୂଆ ଷ୍ଟ୍ରେନ ସହ ପୁଣି ବଢୁଛି କରୋନା ସଂକ୍ରମଣ, ଜାଣନ୍ତୁ ଲକ୍ଷଣ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଛି କରୋନା। ଦେଶର ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକା, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବା କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ  ଦିଲ୍ଲୀ, ଗୁଜରାଟ ଓ ହରିଆଣାର ସ୍ଥିତି ମଧ୍ୟ ଭଲ ନାହିଁ। ଏହାକୁ ଦେଖି ଓଡ଼ିଶାରେ ମଧ୍ୟ ପୁଣି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ ଷ୍ଟ୍ରେନ […]

corona
ଓଡ଼ିଶାରେ ଆଉ ୧୭୦  ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୦  ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ନବରଙ୍ଗପୁର ଓ ଖୋର୍ଦ୍ଧାରୁ ୧୯ଜଣ […]

corona test
୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ରୋଗୀ ସଂଖ୍ୟା ଅପେକ୍ଷାକୃତ କମ୍‌ ରହିଥିଲେ ହଁ ୫୦ ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରୁ ୭୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।  ୪୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୨୮। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ବି […]

EXtOIbPU8AENRU2
ଓଡ଼ିଶାରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୩୦୪ କରୋନା ଆକ୍ରାନ୍ତ, ୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୦୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩୦୪  ଆକ୍ରାନ୍ତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୩୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ୩୦୪ ଆକ୍ରାନ୍ତଙ୍କ […]