ଶାସନ ଅଛି, ପ୍ରଶାସନ ଢିଲା। ବ୍ୟବସ୍ଥା ଅଛି ଅବସ୍ଥା ଖରାପ। ଫଳ ଏୟା, ତମାମ ସରକାରୀ ପଦକ୍ଷେପ ସତ୍ତ୍ବେ ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ। ବରଂ ସାମ୍ନାକୁ ଆସୁଛି ସାମୁହିକ ବିବେକକୁ ଦୋହଲାଇ ଦେବା ଭଳି ଗୋଟିକ ପରେ ଗୋଟିଏ ଅଲୋଡ଼ା କାହାଣୀ।
ବଲାଙ୍ଗିର ଜିଲ୍ଳାରେ ଥମୁନି ଶ୍ରମିକର ଶବ ଆସିବା ଘଟଣା । ଗତକାଲି ସଇଁନ୍ତଳାରେ ଜଣେ ଶ୍ରମିକର ଶବ ଆସିଥିବା ବେଳେ, ଦିନକ ତଳେ ଟିଟିଲାଗଡ ଖୋଲାନରେ ପହଞ୍ଚିଥିଲା ଆଉ ଜଣେ ଶ୍ରମିକର ଶବ । ହେଲେ ଶବ ଆଣିବା ପାଇଁ ଧାର କରଜ କରୁଛନ୍ତି ପରିବାର ଲୋକେ ।