• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Barmer

barmer
ନବଜାତକକୁ ବଞ୍ଚାଇଦେଲା ମମତା : ମା’ର ବିକଳ କାନ୍ଦଣା ଦେଖି କୁନି ପୁଅକୁ ଫେରାଇ ଦେଲା ଚୋର

ମମତାର ଶକ୍ତି ମା’, ମମତାର ମୂର୍ତ୍ତି ମା’ । ବାଡମେର୍ ଅଲସୁବା ଜିଲ୍ଲା ଡାକ୍ତରଖାନାରୁ ଚୋରି ହୋଇ ଯାଇଥିଲା ତିନି ଦିନର କୁନି ଶିଶୁ । ପୁଅର ମୁହଁକୁ ଭଲରେ ଦେଖିବା ଆଗରୁ ମା’ର କୋଳଶୂନ୍ୟ ହୋଇସାରିଥିଲା । କେହି ଜଣେ ଡାକ୍ତରଖାନାରୁ ନବଜାତକକୁ ଚୋରାଇ ନେଇଥିଲା । ପୁଅକୁ ନପାଇ ବିକଳରେ କାନ୍ଦୁଥିଲେ ମହିଳା ଜଣକ । କେତେବେଳ କାନ୍ଦି କାନ୍ଦି ବେହୋସ ହୋଇଯାଉଥିଲେ ତ ଆଉ କେତେବେଳେ ପୁଅକୁ ଖୋଜି ଆଣିବାକୁ ସ୍ୱାମୀ ନିକଟରେ ଗୁହାରୀ କରୁଥିଲେ । ଏପରିକି କାନ୍ଦି କାନ୍ଦି ପୁଅକୁ ଫେରାଇ ଦିଅ କହି ଚୋର ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଅଭିଯୋଗ ପରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସ ନବଜାତକକୁ ଖୋଜାଖୋଜି କରୁଥିଲେ ।