ms
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି, କିନ୍ତୁ ଏବେବି ସେ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ହୋଇ ରହିଛନ୍ତି। ଅଭିଜ୍ଞଠାରୁ ଆରମ୍ଭ କରି ଯୁବ ଖେଳାଳି, ସମସ୍ତେ ଧୋନିଙ୍କୁ ଖୁବ୍ ସମ୍ମାନ ଦିଅନ୍ତି।
ଦିନେ ସଚିନ୍ ତେନ୍ଦୁଲକରଙ୍କୁ ପୂଜା କରୁଥିବା ଖୋଦ୍ ଧୋନି ଆଜି ଅନେକ ଯୁବ କ୍ରିକେଟରଙ୍କ ପାଇଁ ଭଗବାନ ସାଜିଛନ୍ତି। ଧୋନିଙ୍କ ସହ ସାକ୍ଷାତ କରିବା ଅନେକ ଯୁବ ଖେଳାଳିଙ୍କ ପାଇଁ ସ୍ୱପ୍ନ ସଦୃଶ ହୋଇଥାଏ। ଏଭଳି ସ୍ଥିତିରେ ଅଣ୍ଡର୍-୧୯ ୱାର୍ଲ୍ଡ କପର ଷ୍ଟାର୍ ଭାବେ ଉଭା ହୋଥିବା ଯଶସ୍ୱୀ ଜୈସୱାଲଙ୍କୁ ଯେତେବେଳେ ସୁଯୋଗ ମିଳିଲା, ସେ ମାହିଙ୍କ ପ୍ରତି ନିଜର ସମ୍ମାନ ଦେଖାଇବା ଭୁଲିଲେ ନାହିଁ।
https://twitter.com/papaakehtehai/status/1308412867889303554?s=20
ମୁମ୍ବାଇର ଏହି ୟଙ୍ଗ ସେନସେସନାଲ୍ ଯଶସ୍ୱୀଙ୍କର କାହାଣୀ ଆଜି ପ୍ରାୟତ ପ୍ରତି କ୍ରିକେଟପ୍ରେମୀ ଜାଣିଛନ୍ତି। ଗୁପଚୁପ୍ ବିକୁଥିବା ଏହି କ୍ରିକେଟର୍ ଅଣ୍ଡର୍-୧୯ ୱାର୍ଲ୍ଡ କପରେ ଖୁବ୍ ରନ୍ ବର୍ଷା କରିଥିଲେ। ତାଙ୍କର ରେକର୍ଡ ପ୍ରଦର୍ଶନ ପୂର୍ବରୁ ହିଁ ରାଜସ୍ଥାନ ତାଙ୍କୁ ଟିମରେ ସାମିଲ୍ କରିସାରିଥିଲା। ମଙ୍ଗଳବାର ଆଇପିଏଲର ଚତୁର୍ଥ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ମାହିଙ୍କ ଟିମ୍। ଏଭଳି ସ୍ଥିତିରେ ଧୋନି ଯେତେବେଳେ ଯଶସ୍ୱୀଙ୍କ ସାମ୍ନାକୁ ଆସିଲେ, ସେତେବେଳେ ଏହି ଯୁବ ଖେଳାଳି ନିଜ ଭାବନାକୁ ରୋକିପାରିଲେ ନାହିଁ।
ମ୍ୟାଚ୍ ଆରମ୍ଭ ହେବା ପୂବୋରୁ ଧୋନି ମଇଦାନରେ ୱାର୍ମଅ କରୁଥିଲେ। ସେହି ସମୟରେ ଯଶସ୍ୱୀଙ୍କ ସହ ଧୋନିଙ୍କର ଭେଟ ହୋଇଥିଲା। ଦୁହେଁ ନିୟମ ମୁତାବକ ହାତ ନମିଳାଇ କେବଳ ଫିଷ୍ଟ୍ ପମ୍ପ୍ କରିଥିଲେ। ଏହା ପରେ ଯଶସ୍ୱୀ ଧୋନିଙ୍କ ଆଗରେ ହାତ ଯୋଡ଼ି ଛିଡ଼ା ହୋଇଗଲେ। ଯଶସ୍ୱୀଙ୍କ ଏହି ସରଳତା ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି ଏବଂ ସୋସିଆଲ୍ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହା ମଧ୍ୟରେ ଧୋନି ଯଶସ୍ୱୀଙ୍କ ଆଡ଼କୁ ଦେଖି ହସିଥିଲୋ ଏବଂ କଥା ମଧ୍ୟ ହୋଇଥିଲେ।
ଯଶସ୍ୱୀ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ୍ ଡେବ୍ୟୁ କରିଥିଲେ ହେଁ, କିଛି ଖାସ୍ କରିପାରିନଥିଲେ। ସେ ମାତ୍ର ୬ ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଥିଲେ। କିନ୍ତୁ ପରବର୍ତ୍ତୀ ମ୍ୟାଚରେ ଯଶସ୍ୱୀ ଭଲ ପ୍ରଦର୍ଶନ କରି ନିଜ ପ୍ରତିଭାର ପରିଚୟ ଦେବାକୁ ଚାହିଁବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ms-2_1625303193.jpg)