Advertisment

WPL Final Today: ଆଜି WPL ଫାଇନାଲ୍, ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଟକ୍କର

ଆଜି WPL ଫାଇନାଲ୍। ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଟକ୍କର। ସନ୍ଧ୍ୟା ସାଢ଼େ ୭ଟାରେ ବଡ଼ୋଦରାର ବିସିଏ ଷ୍ଟାଡିୟମରେ ମ୍ୟାଚ୍। ପ୍ରଥମ ଟ୍ରଫି ହାସଲ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ।

WPL Final

WPL Final Photograph: (OTV)

Advertisment

ଆଜି WPL ଫାଇନାଲ୍। ଦିଲ୍ଲୀ ଭର୍ସେସ୍ ବେଙ୍ଗାଲୁରୁ ଟକ୍କର। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବଡ଼ୋଦରାର ବିସିଏ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍। ପ୍ରଥମ ଟ୍ରଫି ହାସଲ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ମହିଳା ବାହିନୀ। ଗତ ତିନିଟି ଯାକ ସଂସ୍କରଣ ଅର୍ଥାତ୍ ୨୦୨୩, ୨୦୨୪ ଓ ୨୦୨୫ରେ ଉପବିଜତୋ ହୋଇଥିବା ଦିଲ୍ଲୀ କିନ୍ତୁ ଏଥର ଶେଷ ହିଡ଼ ଡେଇଁବା ଆଶାରେ ଅଛି। 

Advertisment

ଅନ୍ୟପଟେ RCB ଦ୍ବିତୀୟ ଥର ବିଜେତା ହେବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଏହା ପୂର୍ବରୁ ଆର୍ ସିବି ୨୦୨୪ ମସିହାରେ ବିଜେତା ହେବାର ଗୌରବ ଅର୍ଜନ କରିସାରିଛି। ଚଳିତ ବର୍ଷର ଲିଗରେ RCB ପଏଣ୍ଟ୍ ତାଲିକାର ଶୀର୍ଷରେ ରହି ସିଧାସଳଖ ଫାଇନାଲ୍ ଟିକେଟ ହାସଲ କରିଥିଲା। 

ଦିଲ୍ଲୀ ଏଲିମିନେଟର୍ ମୁକାବିଲାରେ ଗୁଜରାଟ ଜାଏଣ୍ଟସକୁ ୭ ୱିକେଟରେ ହରାଇ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯାଉଛି। ଦିଲ୍ଲୀ ବିଜୟରେ ଅଧିନାୟିକା ଜେମିମା ରଡ୍ରିଗ୍ସ ପ୍ରମୁଖ ଭୂୂମିକା ଗ୍ରହଣ କରିଥିଲେ। ଆଜି ମଧ୍ୟ ତାଙ୍କଠାରୁ ଦିଲ୍ଲୀ ଏକ ବଡ଼ ପାଳି ଆଶାରେ ରହିବ।

Advertisment

WPL Final
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ