Advertisment

T20 World Cup Uncertainty: T-20 ବିଶ୍ବକପରୁ ଓହରିଯିବ କି ପାକିସ୍ତାନ ? ପାକ୍ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟଙ୍କ ମଧ୍ୟରେ ଆଲୋଚନା

ଆଇସିସି T-20 ବିଶ୍ବକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସାମିଲ ହେବନି କି ପାକିସ୍ତାନ ?  ପାକିସ୍ତାନ T-20 ବିଶ୍ବକପ ଭାଗ ନେବା ନେଇ ନିଷ୍ପତ୍ତି ନେବାରେ ବିଳମ୍ବ, ଏଭଳି ଆଶଙ୍କା ସୃଷ୍ଟି କରିଛି।

Pakistan

Pakistan Photograph: (OTV)

Advertisment

ଆଇସିସି T-20 ବିଶ୍ବକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସାମିଲ ହେବନି କି ପାକିସ୍ତାନ ?  ପାକିସ୍ତାନ T-20 ବିଶ୍ବକପ ଭାଗ ନେବା ନେଇ ନିଷ୍ପତ୍ତି ନେବାରେ ବିଳମ୍ବ, ଏଭଳି ଆଶଙ୍କା ସୃଷ୍ଟି କରିଛି। ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମହସିନ ନକଭି, ପାକ୍ ପ୍ରଧାନମନ୍ତ୍ରୀ ମହମ୍ମଦ ସେହବାଜ ସରିଫଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଥିବା ପିସିବି ଅଧ୍ୟକ୍ଷ ଏକ୍ସରେ ସୂଚନା ଦେଇଛନ୍ତି।

Advertisment

ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ ଓ ବାଂଲାଦେଶ ପ୍ରସଙ୍ଗ ନେଇ ଉଭୟ ଆଲୋଚନା କରିଛନ୍ତି। ତେବେ ସେମାନଙ୍କ ଭିତରେ ଏଭଳି ସାକ୍ଷାତ ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ଉପସ୍ଥିତି କିମ୍ବା ଅନୁପସ୍ଥିତି ଉପରେ କିଛି ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି ଆଶଙ୍କା ସୃଷ୍ଟି କରୁଛି। ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ, ଭାଗ ନେବ କି ନାହିଁ, ତାହା ଆସନ୍ତା ଶୁକ୍ରବାର କିମ୍ବା ସୋମବାର ସୁଦ୍ଧା ଆଇସିସିକୁ ଜଣାଇବ ବୋଲି ସମୟ ନେଇଥିବାରୁ ଏବେ ଏ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇଛି।...

T-20 ବିଶ୍ବକପରୁ ଓହରିଯିବ କି ପାକିସ୍ତାନ କ୍ରିକେଟ୍ ଟିମ୍ ?

ଆଇସିସି T-20 ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟର ସାମିଲ ହେବନି କି ଦଳ ?
ଭାରତରେ ମ୍ୟାଚ୍ ନଖେଳିବାକୁ ବାଂଲାଦେଶ ଭଳି ନେବ କି ନିଷ୍ପତ୍ତି ?
ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ କି ନାହିଁ, ନିଷ୍ପତ୍ତି ପାଇଁ ମାଗିଲା ସମୟ
ଶୁକ୍ରବାର କିମ୍ବା ସୋମବାର ସୁଦ୍ଧା ଜଣାଇବ କହିଲା ପାକ୍ କ୍ରିକେଟ୍ ବୋର୍ଡ
ପ୍ରସଙ୍ଗରେ ଆଲୋଚନା କଲେ ସେହବାଜ ସରିଫ ଓ ମହସିନ ନକଭି

Advertisment
Pakistan T20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ