IPL
ଆବୁଧାବି: ଆଇପିଏଲ୍ ମହାସମର କୋଲକାତାକୁ ୮ ଓ୍ୱିକେଟ୍ରେ ହରାଇ ବାଙ୍ଗାଲୋର ସପ୍ତମ ବିଜୟ ହାସଲ କରିଛି। ଗତକାଲି ଆବୁଧାବିରେ ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ।
ବାଙ୍ଗାଲୋର କୋଲକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ମାତ୍ର ୮୪ ରନ୍ କରିଥିଲା । ଚଳିତ ଆଇପିଏଲ୍ ସିଜନ୍ରେ ଏହା ସବୁୁଠୁ କମ୍ ସ୍କୋର। ୮୫ ରନ୍ ଟାର୍ଗେଟକୁ ପିଛା କରି ବାଙ୍ଗାଲୋର ମାତ୍ର ୨ ଓ୍ୱିକେଟ୍ ହରାଇ ୧୩ ଓଭର ୩ ବଲ୍ରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
ଯାହା ବି ହେଉ, ଆଇପିଏଲର ୩୯ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚାଲେଞ୍ଜର୍ସଠାରୁ ଅତି ଲଜ୍ଜାଜନକ ଭାବେ ହାରିଥିଲା। କୋଲକାତାର ଭୁଲ୍ ରଣନୀତି ଏହାର ହାରିବାର ମୁଖ୍ୟ କାରଣ। କେକେଆର ପିଚ୍ ନିରୀକ୍ଷଣ ଠିକ୍ରେ କରିପାରି ନ ଥିଲା। ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ପାୱାର ପ୍ଲେରେ ହିଁ ୪ଟି ବଡ ୱିକେଟ ହରାଇଥିଲା।
ଅବଶ୍ୟ ଏକଥା ସତ ଯେ, ବାଙ୍ଗାଲୋରର ଉତ୍ତମ ବୋଲିଂ କେକେଆରକୁ ଅଧିକ ରନ୍ ସଂଗ୍ରହର ମୌକା ହିଁ ଦେଇ ନ ଥିଲା। ଶୁଭମନ ଗିଲ୍ ଖରାପ ଶର୍ଟ ଖେଳି ୱିକେଟ ହରାଇଥିଲେ। ସେହିପରି ଟମ୍ ବେଣ୍ଟନ ୱିକେଟ ପଡ଼ିବା ସମୟରେ ମଧ୍ୟ ଅତି ଆକ୍ରମଣାତ୍ମକ ଖେଳ ଖେଳି ୱିକେଟ ହରାଇଥିଲେ। ଦିନେଶ କାର୍ତ୍ତିକ, ଆର୍ୟ୍ୟନ ମାର୍ଗନଙ୍କ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମଧ୍ୟ ନିଜ ୱିକେଟ ଦେଇ ଫେରି ଯାଇଥିଲେ।
କେକେଆର ରସେଲଙ୍କ ସ୍ଥାନରେ ଟମ ବେଣ୍ଟନଙ୍କୁ ପ୍ଲେଇଂ ୧୧ ରେ ସୁଯୋଗ ଦେଇଥିଲା । ହେଲେ ମାର୍ଗନ ତାଙ୍କୁ ୪ ନମ୍ବରରେ ଆଣିଥିଲେ। ହେଲେ ବେଣ୍ଟନ ଜଣେ ଓପେନର ଏବଂ ସେ ଇଂଲଣ୍ଡ ମ୍ୟାଚ୍ରେ ମଧ୍ୟ ଓପେନିଂ କରୁଥିଲେ। ଗୌତମ ଗମ୍ଭୀର କୋଲକାତାର ଏପରି ରଣନୀତିକୁ ନେଇ ଆଲୋଚନା କରୁଛନ୍ତି।
୮୪ ରନ୍ କରିବା ପରେ ବି କେକେଆର କ୍ୟାପ୍ଟେନ ମାର୍ଗନ ପୂର୍ବ ମ୍ୟାଚ୍ର ହୀରୋ ଲୋକୀ ଫର୍ଗୁସନଙ୍କୁ ଓପେନିଂ ବୋଲିଂ ପାଇଁ ଡାକି ନ ଥିଲେ। ତାଙ୍କୁ ୬ଷ୍ଠ ଓଭରରେ ବୋଲିଂ ସୁଯୋଗ ଦେଇଥିଲେ। ସେତେବେଳକୁ ବାଙ୍ଗାଲୋରର ଗୋଟିଏ ବି ୱିକେଟ ପଡ଼ି ନ ଥିଲା। ଏହା ପରେ ଫର୍ଗସନ ତାଙ୍କର ପ୍ରଥମ ଓଭରରେ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ ଫିଞ୍ଚଙ୍କୁ ଆଉଟ କରିଥିଲେ। ଫର୍ଗୁସନଙ୍କୁ ଆରମ୍ଭରୁ ବୋଲିଂ ସୁଯୋଗ ଦିଆଯାଇଥିଲେ ସେ ବାଙ୍ଗାଲୋରକୁ ପ୍ରାଥମିକ ଝଟ୍କା ଦେବାରେ ସଫଳ ହୋଇଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IPL-1_1625200653.jpg)