Advertisment

Jadeja Out of CSK: ରବୀନ୍ଦ୍ର ଜାଡେଜାଙ୍କୁ କାହିଁକି ବାହାର କଲା CSK ? ୧୮ କୋଟିରେ ରିଟେନ୍ କରି ୧୪ କୋଟିରେ ବିକିଲା

ରବୀନ୍ଦ୍ର ଜାଡେଜାଙ୍କୁ କାହିଁକି ବାହାର କଲା CSK ? ଥାଲାପତିଙ୍କ ଉପରେ ଖପ୍ପା କି ମ୍ୟାନେଜମେଣ୍ଟ୍ ? ୧୮ କୋଟିରେ ରିଟେନ୍ କରି ୧୪ କୋଟିରେ ବିକିଲା। ନିଷ୍ପତ୍ତିକୁ ନେଇ ଜାଡେଜା ଦେଲେ ବଡ଼ ବୟାନ ।

Jadeja

Jadeja Photograph: (OTV)

Advertisment

ଏବେ ୟେଲୋ ଜର୍ସିରେ ନଜର ଆସିବେନି ଚେନ୍ନାଇ ସୁପର କିଙ୍ଗସର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନଙ୍କ ସହ ଜାଡେଜା ଓ ସାମ୍ କରନଙ୍କୁ ଟ୍ରେଡ କରିଛି CSK। ତେବେ ୧୦ ବର୍ଷ ଧରି ଦଳରେ ଥିବା ଜାଡେଜାଙ୍କୁ କାହିଁକି ବାହର କଲା CSK ସେନେଇ ଫ୍ୟାନ ମାନେ ଉଠାଇଲେଣି ପ୍ରଶ୍ନ। ଯାହାର ଉତ୍ତର ରଖିଛନ୍ତି CSK ସିଇଓ କାଶୀ ବିଶ୍ୱନାଥନ୍।

Advertisment

ବିଶ୍ୱନାଥନ୍ କହିଛନ୍ତି ଯେ ନିଷ୍ପତ୍ତି କଷ୍ଟକର ଥିଲା, କିନ୍ତୁ ଟିମ୍ କମ୍ୱିନେସନକୁ ବିଚାରକୁ ନେବାକୁ ପଡିଲା। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ବିଷୟରେ ତାଙ୍କର ଜାଡେଜାଙ୍କ ସହିତ ଦୀର୍ଘ ଆଲୋଚନା ହୋଇଥିଲା। କାଶୀ ବିଶ୍ୱନାଥନ୍ କହିଛନ୍ତି ଯେ ଦଳ ଶୀର୍ଷ କ୍ରମରେ ଜଣେ ଭାରତୀୟ ବ୍ୟାଟସମ୍ୟାନଙ୍କ ଆବଶ୍ୟକତା ଅନୁଭବ କରୁଥିଲା।

ବହୁତ କଷ୍ଟକର ନିଷ୍ପତ୍ତି

ନିଲାମରେ ଅଧିକ ଭାରତୀୟ ବ୍ୟାଟସମ୍ୟାନ୍ ଉପଲବ୍ଧ ହେବେ ନାହିଁ, ତେଣୁ ଆମେ ଜଣେ ଭାରତୀୟ ଟପ୍-ଅର୍ଡର ବ୍ୟାଟସମ୍ୟାନଙ୍କୁ ଟ୍ରେଡ୍ ମାଧ୍ୟମରେ ଆଣିବାକୁ ଚିନ୍ତା କରିଥିଲୁ। ତେଣୁ ଏହି ନିଷ୍ପତ୍ତି ନେବାକୁ ପଡିଲା। ଜାଡେଜାଙ୍କୁ ଦଳରୁ ବାହାର କରିବା ମ୍ୟାନେଜମେଣ୍ଟ ଦ୍ୱାରା ନିଆଯାଇଥିବା ଏକ ବହୁତ କଷ୍ଟକର ନିଷ୍ପତ୍ତି ବୋଲି କହିଛନ୍ତି ବିଶ୍ବନାଥନ। 

Advertisment

ତେବେ ଏହି ନିଷ୍ପତ୍ତି ପୂର୍ବରୁ ଜାଡେଜାଙ୍କ ସହ କଥା ହୋଇଥିଲେ CSK CEO। ଜାଡେଜା ସ୍ପଷ୍ଟ ଭାବରେ କହିଥିଲେ ଯେ ଯଦି ତାଙ୍କ ପାଇଁ ସୁଯୋଗ ଅଛି, ତେବେ ସେ ନିଶ୍ଚିତ ଭାବରେ ଏହାକୁ ଗ୍ରହଣ କରିବା ଉଚିତ। ସେ ମଧ୍ୟ ଅନୁଭବ କରନ୍ତି ଯେ ସେ ତାଙ୍କ ଧଳା ବଲ୍ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି।" ତେଣୁ ସେ ମଧ୍ୟ ଅନୁଭବ କଲେ ଯେ ତାଙ୍କୁ ବିରତି ମିଳିପାରେ।

ପୂର୍ବରୁ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କୁ ନେଇ CSK ବହୁତ ଆଶାବାଦୀ ଅଛି। ୩୦ ବର୍ଷୀୟ ସଞ୍ଜୁ ଆଇପିଏଲର ସବୁଠାରୁ ଅଭିଜ୍ଞ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ। ସେ ୪,୫୦୦ ରୁ ଅଧିକ ରନ ସ୍କୋର କରିଛନ୍ତି। ସେହିପରି ସଞ୍ଜୁ ଜଣେ ଦକ୍ଷ ଓ୍ବିକେଟକିପର ହୋଇଥିବାରୁ ଭବିଷ୍ୟତରେ ସେ ସିଏସକେ ପାଇଁ ଏକ ଭଲ ବିକଳ୍ପ ହେବେ ବୋଲି ଦଳ ଆଶା ରଖିଛି ।     

Advertisment

IPL CSK Ravindra Jadeja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ