virat-kohli
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଗୁଡବାଏ କହିଛନ୍ତି। ଧୋନିଙ୍କ ସନ୍ନ୍ୟାସକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ମିଳିଛି। ତେବେ ଧୋନିଙ୍କ ଅବସର ଘୋଷଣା କରିବା ପରେ ବର୍ତ୍ତମାନର ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଖୁବ୍ ଭାବବିହ୍ୱଳ ହୋଇପଡ଼ିଛନ୍ତି। ସେ ଟ୍ୱିଟରରେ ଧୋନିଙ୍କ ଯୋଗଦାନକୁ ସ୍ମରଣ କରି ମନ ଛୁଇଁଲା ଭଳି କଥା କହିଛନ୍ତି।
କୋହଲି କହିଛନ୍ତି, ଜଣେ କ୍ରିକେଟରଙ୍କୁ ଦିନେ ନା ଦିନେ ନିଜର ଏହି ଯାତ୍ରା ଶେଷ କରିବାକୁ ପଡ଼ିଥାଏ। କିନ୍ତୁ ଯେତେବେଳେ କେହି ଜଣେ ନିକଟତର ବା ଘନିଷ୍ଠ ସାଥୀ ଏହାର ଘୋଷଣା କରନ୍ତି, ତାହେଲେ ଜଣେ ଅଧିକ ଭାବବିହ୍ୱଳ ହୋଇପଡ଼ିଥାଏ। ଆପଣ ଦେଶ ପାଇଁ ଯାହା କରିଛନ୍ତି, ତାହା ସର୍ବଦା ସମସ୍ତଙ୍କ ହୃଦୟରେ ରହିବ।
କୋହଲି ଆଉ ଏକ ଟ୍ୱିଟରେ ଲେଖିଛନ୍ତି, ଆଜି ମୁଁ ଯେଉଁ ସମ୍ମାନ ଓ ଉତ୍ସାହ ଆପଣଙ୍କଠାରୁ ପାଇଛି, ତାହା ସବୁବେଳେ ମୋର ହୋଇ ରହିବ। ଯେଉଁଠି ସାରା ଦୁନିଆ ଆପଣଙ୍କୁ ଉପଲବ୍ଧିକୁ ଦେଖିଛି, କିନ୍ତୁ ମୁଁ ସେହିଠାରେ ଜଣେ ବ୍ୟକ୍ତିତ୍ୱକୁ ଦେଖିଛି। ଶେଷରେ କୋହଲି ଲେଖିଛନ୍ତି, ଏସବୁ କିଛି ପାଇଁ ଆପଣଙ୍କୁ ଧନ୍ୟବାଦ, ଆପଣଙ୍କ ଆଗରେ ମୋର ମୁଣ୍ଡ ସର୍ବଦା ନତମସ୍ତକ ରହିବ।
/odishatv-khabar/media/post_attachments/wp-content/uploads/2020/08/sachin-1.jpg)
ସଚିନ୍ ତେନ୍ଦୁଲକର:ଭାରତୀୟ କ୍ରିକେଟ୍ ପ୍ରତି ଆପଣଙ୍କର ଅତ୍ୟଧିକ ଯୋଗଦାନ ରହିଛି। ୨୦୧୧ର ବିଶ୍ୱକପରେ ଆପଣଙ୍କ ସହ ରହିବା ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ରହିଥିଲା। ଆପଣଙ୍କ ଦ୍ୱିତୀୟ ଇନିଂସ୍ ପାଇଁ ଆପଣ ଏବଂ ଆପଣଙ୍କ ପରିବାରକୁ ଶୁଭେଚ୍ଛା।
ସୌରଭ ଗାଙ୍ଗୁଲି:ଧୋନିଙ୍କ ଅବସର ସହ ଶେଷ ହୋଇଛି ଏକ ଯୁଗ। ସେ ଭାରତୀୟ କ୍ରିକେଟ୍ ଏବଂ ବିଶ୍ୱ କ୍ରିକେଟ୍ ପାଇଁ ଜଣେ ବଳିଷ୍ଠ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ବିଶେଷକରି ସୀମିତ ଓଭର କ୍ରିକେଟରେ ତାଙ୍କ କ୍ୟାପଟେନ୍ସିରେ କିଛି ବିଶେଷତ୍ୱ ଥିଲା, ଯାହାକୁ ମ୍ୟାଚ୍ କରିବା କଷ୍ଟକର ଥିଲା।
ରୋହିତ୍ ଶର୍ମା: ଭାରତୀୟ କ୍ରିକେଟ୍ ଇତିହାସର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ବ ମଧ୍ୟରେ ଧୋନି ଅନ୍ୟତମ। କ୍ରିକେଟ୍ ଏବଂ ଏହାର ଆଖପାଖରେ ଧୋନିଙ୍କ ପ୍ରଭାବ ବହୁତ ବଡ଼ ଥିଲା। ତାଙ୍କ ପାଇଁ ଏଭ ଭିଜନ୍ ଥିଲା ଏବଂ ଗୋଟିଏ ଟିମକୁ କିପରି ଗଢ଼ାଯିବ, ତାହା ତାଙ୍କୁ ଭଲଭାବରେ ଜଣାଥିଲା। ହୁଏତ ଆମେ ତାଙ୍କୁ ନୀଳ ଜର୍ସିରେ ଆଉ ଦେଖିପାରିବା ନାହିଁ, କିନ୍ତୁ ହଳଦିଆ ଜର୍ସିରେ ନିଶ୍ଚୟ ଦେଖିବା। ତାହେଲେ ସେପ୍ଟେମ୍ବର ୧୯ ତାରିଖରେ ହେବାକୁଥିବା ଟସରେ ମାହିଙ୍କ ସହ ଦେଖାହେବ।
/odishatv-khabar/media/post_attachments/wp-content/uploads/2020/08/ravi.jpg)
ରବି ଶାସ୍ତ୍ରୀ:ଧୋନି ଏଭଳି ଜଣେ କ୍ରିକେଟର ଥିଲେ, ଯିଏ ଭାରତୀୟ କ୍ରିକେଟର ଚିତ୍ର ବଦଳାଇ ଦେଇଥିଲେ। ସେ କାହାଠାରୁ କୌଣସି ଗୁଣରେ କମ୍ ନଥିଲେ। ୱିକେଟକିପର ଭାବେ ଧୋନି ବହୁତ ସ୍ଫୂର୍ତ୍ତି ଥିଲେ। ତାଙ୍କର ଷ୍ଟମ୍ପିଂ ଓ ରନଆଉଟ୍ କରିବାର ତରିକାରେ ମୁଁ ବହୁତ ପ୍ରଭାବିତ। ସେ ନିଜ ହାତକୁ ଏବେ ସ୍ଫୂର୍ତ୍ତିରେ ବିନିଯୋଗ କରୁଥିଲେ ଯେ ଯେପରି କୌଣସି ପକେଟ୍ମରାଠାରୁ ଅଧିକ ଫାଷ୍ଟ ଥିଲେ।
ବୀରେନ୍ଦ୍ର ସେହ୍ୱାଗ: ଧୋନିଙ୍କ ଭଳି ଖେଳାଳି କେହି ଥିଲେ ନା ଅଛି ନା ଆଗକୁ ହେବେ। ଅନେକ ଖେଳାଳି ଆସିବେ ଓ ଯିବେ, କିନ୍ତୁ ଧୋନିଙ୍କ ଭଳି ଶାନ୍ତସ୍ୱଭାବର ଖେଳାଳି କେହି ହେବେନି। ଧୋନି ନିଜ ସାଥୀମାନଙ୍କ ସହ ଏଭଳି ଯୋଡ଼ି ହୋଇ ରୁହନ୍ତି, ଯେପରି ସମସ୍ତେ ତାଙ୍କ ପରିବାରର ସଦସ୍ୟ ଅଟନ୍ତି। ଓମ୍ ଫିନିଶାୟ ନମଃ…
ଅନୀଲ କୁମ୍ବଲେ: ଧୋନିଙ୍କୁ ଶୁଭକାମନା ଦେଇ କୁମ୍ବଲେ କହିଛନ୍ତି, ଜବରଦସ୍ତ ଅନ୍ତର୍ଜାତୀୟ କ୍ୟାରିୟର ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କୁ ବଧେଇ। ଧୋନିଙ୍କ ସହ ଖେଳିବା ମୋ ପାଇଁ ସମ୍ମାନର କଥା। ଆପଣଙ୍କ ଶାନ୍ତ ଆଚରଣ ଓ କ୍ୟାପଟେନ୍ ଭାବେ ଆପଣ ଯେଉଁ ଐତିହାସିକ କ୍ଷଣ ଆମକୁ ଦେଇଛନ୍ତି, ତାହା ଚିରସ୍ମରଣୀୟ ହୋଇ ରହିବ। ଆପଣଙ୍କୁ ଶୁକକାମନା।
ରବୀନ୍ଦ୍ର ଜାଡେଜା:ଆପଣ କେବଳ ଜଣେ ଜଣେ ବଡ଼ ଭାଇ, ମେଣ୍ଟର, କ୍ୟାପଟେନ୍ ନଥିଲେ ବରଂ ସବୁଠାରୁ ବଡ଼ ମହାନ ଖେଳାଳି ମଧ୍ୟ ଥିଲେ। ଆପଣଙ୍କ ଭଳି କ୍ୟାପଟେନଙ୍କଠାରୁ ମୁଁ ବହୁତ କିଛି ଶିଖିବାକୁ ପାଇଛି। କ୍ରିକେଟରେ ଆପଣଙ୍କ ଅନୁପସ୍ଥିତି ସବୁବେଳେ ଅନୁଭୂତ ହେବ।
ଜାହିର୍ ଖାନ୍: ଧୋନି ଏଭଳି ଜଣେ କ୍ୟାପଟେନ୍, ଯିଏ ସର୍ବଦା ନିଜ ଖେଳାଳିମାନଙ୍କର ପୂର୍ଣ୍ଣ ଉପଯୋଗ କରିଛନ୍ତି। ଆପଣଙ୍କ ସହ ବୋଲିଂ କରିବା ସମୟରେ ଯେଉଁ ସ୍ୱାଧୀନତା ମିଳିଛି, ତା'ର ଭରପୂର ଉପଭୋଗ କରିଛି। ଆଉଏକ ଇନିଂସ୍ ପାଇଁ ଆପଣଙ୍କ ବହୁତ ଶୁଭେଚ୍ଛା।
ରବିଚନ୍ଦ୍ରନ୍ ଅଶ୍ୱିନ୍:କିମ୍ବଦନ୍ତୀ ସର୍ବଦା ନିଜର ଚିରାଚରିତ ଶୈଳୀରେ ଅବସର ନେଇଛନ୍ତି। ମାହି ଭାଇ ଆପଣ ଦେଶ ପାଇଁ ସବୁକିଛି ଦେଇଛନ୍ତି। ଚାମ୍ପିୟନ୍ସ ଟ୍ରଫି, ୨୦୧୧ ବିଶ୍ୱକପ୍ ଏବଂ ଚେନ୍ନାଇ ଆଇପିଏଲ୍ ଟ୍ରଫି, ଏସବୁ ବିଜୟ ସର୍ବଦା ମୋ ପାଇଁ ସ୍ମରଣୀୟ ହୋଇ ରହିବ। ଆପଣଙ୍କ ଭବିଷ୍ୟତ ପାଇଁ ଶୁଭକାମନା।
/odishatv-khabar/media/post_attachments/article/139353-vcaefphctn-1585804942.jpg)
ଗୌତମ ଗମ୍ଭୀର: ଭାରତ-ଏ'ରୁ 'ଭାରତ' ପର୍ଯ୍ୟନ୍ତ ଆମର ଯାତ୍ରା ପ୍ରଶ୍ନବାଚୀ ଚିହ୍ନ, କମା, ବ୍ଲାଙ୍କସ୍ ଓ ବିସ୍ମୟସୂଚକ ରହିଆସିଛି। ଏବେ ଯେହେତୁ ନିଜର ଅଧ୍ୟାୟରେ ପୂର୍ଣ୍ଣଛେଦ ପକାଇଛନ୍ତି, ତେଣୁ ଆପଣଙ୍କୁ ମୁଁ ମୋର ଅଭିଜ୍ଞତାରୁ ଏତିକି କହିବି ଯେ ଆପଣଙ୍କ ନୂଆ ପର୍ଯ୍ୟାୟ ନିଶ୍ଚିତ ରୋମାଞ୍ଚିତ ହେବ ଏବଂ ଏଠାରେ ଡିଆରଏସର କୌଣସି ସୀମା ରହିବ ନାହିଁ। ବହୁତ ଭଲ ଖେଳିଲେ ମହେନ୍ଦ୍ର ସିଂହ ଧୋନି।
/odishatv-khabar/media/post_attachments/photo/msid-73306127/73306127.jpg)
ହରଭଜନ ସିଂହ: ଭାରତର ସବୁଠାରୁ ମହାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି। ତାଙ୍କୁ ମୁଁ ଭବିଷ୍ୟତର ଶୁଭକାମନା ଜଣାଉଛି। କ୍ରିକେଟ୍ ମଇଦାନରେ ସମସ୍ତ ପ୍ରକାରର ମହାନ ଯୋଗଦାନ ଏବଂ ସ୍ମୃତି ପାଇଁ ଧନ୍ୟବାଦ। ଚମତ୍କାର କ୍ରିକେଟ୍ କ୍ୟାରିୟର ପାଇଁ ବଧେଇ। ଆଇପିଏଲରେ ଚେନ୍ନାଇ ସୁପର୍ କିଙ୍ଗସରେ ଆପଣଙ୍କ ସହ ହଳଦିଆ ଜର୍ସିରେ ଶୀଘ୍ର ଦେଖାହେବ।
/odishatv-khabar/media/post_attachments/photo/msid-66934959/66934959.jpg)
ଶିଖର ଧୱନ: କ୍ୟାପଟେନ୍। ନେତୃତ୍ୱ। କିମ୍ବଦନ୍ତୀ। ଦେଶ ପାଇଁ ଆପଣ ଯାହା କରିଛନ୍ତି, ସେଥିପାଇଁ ଶୁଭେଚ୍ଛା ମାହି ଭାଇ।
/odishatv-khabar/media/post_attachments/wp-content/uploads/2020/08/jpg-1.jpg)
ଇରଫାନ୍ ପଠାନ୍: ଧୋନିଙ୍କ ଭଳି କ୍ରିକେଟରଙ୍କ ସହ ଖେଳିବା ମୋ ପାଇଁ ସୌଭାଗ୍ୟ କଥା ଥିଲା, ଯିଏ କ୍ରିକେଟ୍ ମଇଦାନରେ ଭାରତକୁ ଅନେଶ ଯଶକୀର୍ତ୍ତି ଦେଇଛନ୍ତି। ଏକ ସଫଳ କ୍ୟାରିୟର ପାଇଁ ଧୋନିଙ୍କୁ ଧନ୍ୟବାଦ।
/odishatv-khabar/media/post_attachments/sites/default/files/styles/full/public/2019/04/01/808093-807745-1-csk-vs-rr-ipl-website.jpg)
ଆଜିଙ୍କ୍ୟ ରାହାଣେ: ଦେଶକୁ ସବୁକିଛି ଦେଇଥିବାରୁ ଧନ୍ୟବାଦ ମାହି ଭାଇ। ଆପଣ ସର୍ବଦା ମୋ ପାଇଁ ସ୍ୱତନ୍ତ୍ର ହୋଇ ରହିବେ। କାରଣ ଆପଣଙ୍କଠାରୁ ମୁଁ ବହୁତ କିଛି ଶିଖିବାକୁ ପାଇଛି। ଆପଣଙ୍କ ଭବିଷ୍ୟତ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/virat-kohli_1625425683.jpg)