Advertisment

ବ୍ୟାଟ୍ ଧରିବା ମାତ୍ରକେ ଡରିଗଲେ ବିରାଟ୍ କୋହଲି

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଭ୍ୟାସ ଆରମ୍ଭ କରିଦେଇଛି। ଦୁବାଇରେ ଟିମର କ୍ୟାପଟେନ୍ ବିରାଟ୍ କୋହଲି ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ତେବେ ପ୍ରାକ୍ଟିସ୍ କରିବା ପରେ ବିରାଟ୍ କୋହଲି ଆଶ୍ଚର୍ଯ୍ୟ ଚକିତ କଲା ଭଳି କଥା କହିଛନ୍ତି। ବିରାଟଙ୍କୁ ବୋଲିଂ କରିବା ପାଇଁ ନାମୀଦାମୀ ବୋଲର ଭୟ କରନ୍ତି, କିନ୍ତୁ ଦୁବାଇରେ ପ୍ରଥମଥର କୋହଲି ଯେତେବେଳେ ପ୍ୟାଡ୍ ଓ ଗ୍ଲୋଭସ୍ ପିନ୍ଧି ନେଟ୍ସକୁ ଓହ୍ଲାଇଲେ, ସେ […]

ବ୍ୟାଟ୍ ଧରିବା ମାତ୍ରକେ ଡରିଗଲେ ବିରାଟ୍ କୋହଲି

kohli

Advertisment

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଭ୍ୟାସ ଆରମ୍ଭ କରିଦେଇଛି। ଦୁବାଇରେ ଟିମର କ୍ୟାପଟେନ୍ ବିରାଟ୍ କୋହଲି ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ତେବେ ପ୍ରାକ୍ଟିସ୍ କରିବା ପରେ ବିରାଟ୍ କୋହଲି ଆଶ୍ଚର୍ଯ୍ୟ ଚକିତ କଲା ଭଳି କଥା କହିଛନ୍ତି। ବିରାଟଙ୍କୁ ବୋଲିଂ କରିବା ପାଇଁ ନାମୀଦାମୀ ବୋଲର ଭୟ କରନ୍ତି, କିନ୍ତୁ ଦୁବାଇରେ ପ୍ରଥମଥର କୋହଲି ଯେତେବେଳେ ପ୍ୟାଡ୍ ଓ ଗ୍ଲୋଭସ୍ ପିନ୍ଧି ନେଟ୍ସକୁ ଓହ୍ଲାଇଲେ, ସେ ବହୁତ ଡରି ଯାଇଥଲେ। ତେବେ କାହିଁକି ବିରାଟ୍ ଏମିତି ଡରିଗଲେ, ଆସନ୍ତୁ ଜାଣିବା।

Advertisment

Virat Kohli

ଏ ନେଇ କୋହଲି କହିଛନ୍ତି, ସତ କହିବାକୁ ଗଲେ ନେଟ୍ସରେ ପ୍ରାକ୍ଟିସ୍ କରିବା ବହୁତ ଭଲ ରହିଲା। କିନ୍ତୁ ପ୍ରାକ୍ଟିସ୍ ପୂର୍ବରୁ ମୁଁ ଡରି ଯାଇଥିଲି। ମୁଁ ପାଞ୍ଚମାସ ହେଲା ବ୍ୟାଟ୍ ଧରିନଥିଲି, କିନ୍ତୁ ବ୍ୟାଟ୍ ଧରି ଅଭ୍ୟାସ କରିବା ପରେ ମୋ ଭିତରେ ଆତ୍ମବିଶ୍ୱାସ ବଢ଼ିଯାଇଥିଲା। ମୁଁ ପୂର୍ବରୁ ଯାହା ଭାବୁଥିଲି, ତା'ଠାରୁ ଅଧିକ ଭଲ ଅଭ୍ୟାସ କରିପାରିଛି ବୋଲି କୋହଲି କହିଛନ୍ତି।

Virat Kohli

ସୂଚନାଯୋଗ୍ୟ, କରୋନା ଭାଇରସ୍ ଯୋଗୁ ପ୍ରାୟ ୫ ମାସ ଧରି ସମସ୍ତ ଗତିବିଧି ବନ୍ଦ ରହିଥିଲା। ଏହି କାରଣରୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର କ୍ୟାପଟେନ୍ ମଧ୍ୟ ଆଦୌ ପ୍ରାକ୍ଟିସ୍ କରିନଥିଲେ। ନେଟ୍ ସେସନରେ ଦକ୍ଷିଣ ଆଫ୍ରିକାର ମହାନ୍ ବୋଲର ଡେଲ୍ ଷ୍ଟେନ୍ ଏବଂ ଟିମ୍ ନିର୍ଦ୍ଦେଶକ ମାଇକ୍ ହେସନ୍ ମଧ୍ୟ ସାମିଲ୍ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ