Advertisment

ଟିମ୍‌ ପାଇଁ ୬ ହଜାର ରନ୍‌ ପୂରଣ କଲେ ବିରାଟ

ଦୁବାଇ: ଆଇପିଏଲ୍‌ରେ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପାଇଁ ୬୦୦୦ ରନ୍ ପୂରଣ କଲେ କ୍ୟାପ୍ଟେନ୍‌ ବିରାଟ କୋହଲି। ଆଜି ଦୁବାଇରେ ଖେଳାଯାଉଥିବା ଆଇପିଏଲ୍‌ର ୨୫ ତମ ମ୍ୟାଚ୍‌ରେ ବିରାଟ୍ ଚେନ୍ନାଇ ବିରୋଧରେ ଏହି ଲମ୍ବା ସ୍କୋର୍ ପୂରଣ କରିଛନ୍ତି। ଏପରି କରିବାରେ କୋହଲି ବାଙ୍ଗାଲୁରୁ ଦଳର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ୬ ହଜାରରୁ ଚାମ୍ପିୟନ ଲିଗ୍‌ ଟି-୨୦ରେ ବିରାଟ ୩୮.୫୪ ହାରରେ ମାତ୍ର ୧୫ଟି ମ୍ୟାଚ୍ ଖେଳି ୪୨୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧ […]

ଅଦ୍ୟତନ ହୋଇଛି
ଟିମ୍‌ ପାଇଁ ୬ ହଜାର ରନ୍‌ ପୂରଣ କଲେ ବିରାଟ

virat

Advertisment

ଦୁବାଇ: ଆଇପିଏଲ୍‌ରେ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପାଇଁ ୬୦୦୦ ରନ୍ ପୂରଣ କଲେ କ୍ୟାପ୍ଟେନ୍‌ ବିରାଟ କୋହଲି। ଆଜି ଦୁବାଇରେ ଖେଳାଯାଉଥିବା ଆଇପିଏଲ୍‌ର ୨୫ ତମ ମ୍ୟାଚ୍‌ରେ ବିରାଟ୍ ଚେନ୍ନାଇ ବିରୋଧରେ ଏହି ଲମ୍ବା ସ୍କୋର୍ ପୂରଣ କରିଛନ୍ତି। ଏପରି କରିବାରେ କୋହଲି ବାଙ୍ଗାଲୁରୁ ଦଳର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

Advertisment

ଏହି ୬ ହଜାରରୁ ଚାମ୍ପିୟନ ଲିଗ୍‌ ଟି-୨୦ରେ ବିରାଟ ୩୮.୫୪ ହାରରେ ମାତ୍ର ୧୫ଟି ମ୍ୟାଚ୍ ଖେଳି ୪୨୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧ ଶତକ ବି ରହିଛି। ବାକି ୫୫୭୬ ରନ୍‌ ବିରାଟ ଆଇପିଏଲ୍‌ରୁ ସଂଗ୍ରହ କରିଛନ୍ତି। ଆଇପିଏଲରେ ବିରାଟ ସାର୍ବଧିକ ରନ୍‌ ସଂଗ୍ରହ କରିବାର ରେକର୍ଡ ମଧ୍ୟ ନିଜ ନାଁରେ ରଖିଛନ୍ତି।

ଟି-୨୦ ଚାମ୍ପିୟନ୍ସ ଲିଗ୍‌ରେ ସର୍ବାଧିକ ସ୍କୋର୍ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ବିରାଟ ୧୧ ତମ ସ୍ଥାନରେ ରହିଛନ୍ତି। ଚେନ୍ନାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ବିରାଟ ୨୮୬ ଟି-୨୦ ମ୍ୟାଚ୍‌ରୁ ୯୦୩୩ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୫ଟି ଶତକ ଏବଂ ୬୫ଟି ଅର୍ଦ୍ଧଶତକ ରହିଛି। ତାଙ୍କ ବ୍ୟାଟିଂ ହାର ୪୧.୦୫ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ