Advertisment

Virat Kohli Cryptic Posts: ‍ବିରାଟ ଦେଲେ ବଡ଼ ବୟାନ, ଚେତାବନୀ ନା ଆଉ କିଛି ...

ଯେଉଁ ପ୍ରଶଂସକମାନେ ରୋହିତଙ୍କ ଅବସର ବିଷୟରେ କଥା ହେଉଥିଲେ, ସେମାନଙ୍କ ପାଇଁ ବିରାଟ ଏକ ପ୍ରକାର ଚେତାବନୀ ଦେଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଆହତ ହୋଇଛନ୍ତି ଏବଂ ଏହି ସିରିଜରେ ଭାଗ ନେଉନାହାନ୍ତି।

VIRAT

VIRAT Photograph: (OTV)

Advertisment

ସକାଳୁ ସକାଳୁ ଟିମ୍ ଇଣ୍ଡିଆର ଅଷ୍ଟ୍ରେଲିଆ ପହଞ୍ଚିବାର ଫଟୋ ଆସିଲା ଓ ସେହିପରି ବିରାଟ କୋହଲିଙ୍କର ଏକ ୧୨ ଶବ୍ଦର ଧମାକେଦାର ‘X’ ଟ୍ୱିଟ୍ ମଧ୍ୟ ଆସିଲା “The only time you truly fail, is when you decide to give up-ତୁମେ ଯେତେବେଳେ ବିଫଳ ହୁଅ ସେତେବେଳେ ତୁମେ ଛାଡ଼ି ଦେବାକୁ ଚାହଁ । 

Advertisment

ଏହା ‘ବିରାଟ ଚ୍ୟାଲେଞ୍ଜ’ ବୋଲି ବୁଝନ୍ତୁ

ଯେଉଁମାନେ ବିରାଟଙ୍କୁ ନିକଟରୁ ଜାଣନ୍ତି, ସେମାନେ ମାନନ୍ତି ଯେ ବିରାଟ ଚ୍ୟାଲେଞ୍ଜ ପୂର୍ଣ୍ଣ ପରିସ୍ଥିତିରେ ଆହୁରି ଅଧିକ ଭଲ ପ୍ରଦର୍ଶନ କରନ୍ତି । ବିରାଟ ଓ ରୋହିତ ଶର୍ମା ଚଳିତ ODI ସିରିଜର ତିନୋଟି ମ୍ୟାଚରେ ଭାଗ ନେବେ। କିନ୍ତୁ ବିରାଟ ସଂପୂର୍ଣ୍ଣ ପ୍ରସ୍ତୁତି ସହ ସେଠାକୁ ଯାଇଛନ୍ତି। ଯିବା ପୂର୍ବରୁ ଦିଲ୍ଲୀରେ ତାଙ୍କର ହସ ଭରା ଫଟୋ ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆସିଛି, ଯାହା ଏକ ସଂକେତ ଦେଉଛି ଯେ ଆଗାମୀ ODI ସିରିଜରେ ଏକ ବଡ଼ ଧମାକା ହେବାକୁ ଯାଉଛି। 

ତାଙ୍କର ସାଙ୍ଗ ଖେଳାଳି ଦିନେଶ କାର୍ତ୍ତିକ ମଧ୍ୟ ଖୋଲାଖୋଲି ବିରାଟଙ୍କ ପକ୍ଷରେ ଘୋଷଣା କରିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତିକ କହିଛନ୍ତି, “ବିରାଟ ଏହି ସମୟରେ ଲଣ୍ଡନରେ ଟ୍ରେନିଂ ଜାରି ରଖିଛନ୍ତି। ମୋତେ ମଧ୍ୟ ଜଣାଅଛି ଯେ ସେ ସପ୍ତାହରେ ୨-୩ ଥର କ୍ରିକେଟ ଅଭ୍ୟାସ କରୁଛନ୍ତି। ଏହାର ଅର୍ଥ ସ୍ପଷ୍ଟ ଯେ ସେ ୨୦୨୭ କ୍ରିକେଟ ବିଶ୍ୱକପ ଖେଳିବା ପାଇଁ ସିରିୟସ ଅଛନ୍ତି । ଯଦି ସେ ଟିମ୍ ସହ ଅଛନ୍ତି, ତେବେ କୌଣସି ଚିନ୍ତାର କାରଣ ନାହିଁ।

Advertisment

ଯେଉଁ ପ୍ରଶଂସକମାନେ ରୋହିତଙ୍କ ଅବସର ବିଷୟରେ କଥା ହେଉଥିଲେ, ସେମାନଙ୍କ ପାଇଁ ବିରାଟ ଏକ ପ୍ରକାର ଚେତାବନୀ ଦେଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଆହତ ହୋଇଛନ୍ତି ଏବଂ ଏହି ସିରିଜରେ ଭାଗ ନେଉନାହାନ୍ତି। କମିନ୍ସଙ୍କ ସ୍ଥାନରେ ମିଚେଲ ମାର୍ଶ ଟିମର ଅଧିନାୟକତ୍ୱ କରିବେ। କିନ୍ତୁ ସିରିଜ ପୂର୍ବରୁ କମିନ୍ସଙ୍କ ଏକ ବୟାନ କ୍ରିକେଟ ଜଗତରେ ପୁଣି ହଲଚଲ ସୃଷ୍ଟି କରିଛି। କମିନ୍ସ କହିଛନ୍ତି, “ବିରାଟ ଓ ରୋହିତ ଗତ ୧୫ ବର୍ଷ ଧରି ପ୍ରାୟ ପ୍ରତ୍ୟେକ ଭାରତୀୟ ଟିମର ଅଂଶ ରହିଛନ୍ତି। ତେଣୁ ଏହା ଅଷ୍ଟ୍ରେଲିଆ ଦର୍ଶକଙ୍କ ପାଇଁ ସେମାନଙ୍କୁ ଏଠାରେ ଖେଳୁଥିବାର ଦେଖିବାର ‘ଶେଷ ସୁଯୋଗ’ ହୋଇପାରେ। ଏମାନେ (ବିରାଟ ଓ ରୋହିତ) ସ୍ପଷ୍ଟ ଭାବେ ଭାରତ ପାଇଁ ଖେଳର ଚାମ୍ପିଅନ ରହିଛନ୍ତି ଏବଂ ସେମାନଙ୍କର ଅସଂଖ୍ୟ ପ୍ରଶଂସକ ଅଛନ୍ତି। ଯେତେବେଳେ ଆମେ ସେମାନଙ୍କ ବିପକ୍ଷରେ ଖେଳୁ, ସେମାନଙ୍କୁ ନେଇ ଦର୍ଶକମାନେ ବେଶ୍ ଉତ୍ସାହିତ ଥାଆନ୍ତି ।

Advertisment

ସେପଟେ ହରଭଜନ ସିଂ ବଡ଼ ଘୋଷଣା କରିଛନ୍ତି ଯେ ଏହି ସିରିଜରେ ବିରାଟ ଅଷ୍ଟ୍ରେଲିଆରେ ଦୁଇଟି ଶତକୀୟ ଇନିଂସ ଖେଳିପାରନ୍ତି। ତେଣୁ କ୍ରିକେଟ ଜଗତ ବିରାଟଙ୍କ ପୁରୁଣା ଆଗ୍ରେସନରେ ଦେଖିବାକୁ ପ୍ରସ୍ତୁତ ହୁଅନ୍ତୁ। ସିଟ୍ ବେଲ୍ଟ ବାନ୍ଧି ରଖନ୍ତୁ- ଅଷ୍ଟ୍ରେଲିଆର ପାଗ ଖରାପ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ