Advertisment

ବିରାଟଙ୍କ ଅର୍ଦ୍ଧଶତକ, ପାଣ୍ଡ୍ୟା ଆଉଟ୍, ବଡ଼ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ

ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିସ୍ଫୋରକ ଶତକ ମାରି ଆଉଟ୍ ହୋଇଛନ୍ତି । ରୋହିତ୍ ୧୧୩ ବଲରେ ୧୪ ଚୌକା ଓ ୩ ଛକା ସହ ୧୪୦ ରନ୍ କରି ହାସନ୍ ଅଲୀଙ୍କ ବଲରେ ଆଉଟ୍ ହୋଇଛନ୍ତି । ରୋହିତ୍ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଥିଲେ। ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ଦମଦାର ବ୍ୟାଟିଂ କରି ଆଉ ଏକ ଅର୍ଦ୍ଧଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୫୧ତମ ଅର୍ଦ୍ଧଶତକ। […]

ବିରାଟଙ୍କ ଅର୍ଦ୍ଧଶତକ, ପାଣ୍ଡ୍ୟା ଆଉଟ୍, ବଡ଼ ସ୍କୋର ଅଭିମୁଖେ ଟିମ୍ ଇଣ୍ଡିଆ

virat

Advertisment

ମାଞ୍ଚେଷ୍ଟର: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିସ୍ଫୋରକ ଶତକ ମାରି ଆଉଟ୍ ହୋଇଛନ୍ତି । ରୋହିତ୍ ୧୧୩ ବଲରେ ୧୪ ଚୌକା ଓ ୩ ଛକା ସହ ୧୪୦ ରନ୍ କରି ହାସନ୍ ଅଲୀଙ୍କ ବଲରେ ଆଉଟ୍ ହୋଇଛନ୍ତି । ରୋହିତ୍ ମାତ୍ର ୮୫ ବଲରେ କ୍ୟାରିୟରର ୨୪ତମ ଶତକ ମାରିଥିଲେ।

Advertisment

ତେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି ଦମଦାର ବ୍ୟାଟିଂ କରି ଆଉ ଏକ ଅର୍ଦ୍ଧଶତକ ମାରିଛନ୍ତି। ଏହା ତାଙ୍କ କ୍ୟାରିୟରର ୫୧ତମ ଅର୍ଦ୍ଧଶତକ। ପାଣ୍ଡ୍ୟା ୨୬ ରନ୍ କରି ଆଉଟ୍ ହୋଇଛନ୍ତି।

ଆଜି ମ୍ୟାଚରେ ରୋହିତଙ୍କ ସହ ଓପନ୍ କରୁଥିବା ଲୋକେଶ ରାହୁଲ ମଧ୍ୟ ଭଲ ବ୍ୟାଟିଂ କରି ଭାରତକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୩୬ ରନର ଶତକୀୟ ଭାଗୀଦାରୀ କରିଥିଲେ।

Advertisment

ରାହୁଲ ଅର୍ଦ୍ଧଶତକ ମାରିବା ପରେ ୱହାବ ରିଆଜଙ୍କ ବଲରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ସେ ୫୭ ରନ୍ କରି ଆଉଟ୍ ହୋଇଛନ୍ତି। ରୋହିତଙ୍କ ସହ କ୍ୟାପଟେନ୍ ବିରାଟ୍ କୋହଲି ବ୍ୟାଟିଂ କରୁଥିଲେ। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୪୪ ଓଭରରେ ୨ ୱିକେଟ୍ ହରାଇ ୨୭୨ ରନ୍ କରିଛି । ବିରାଟ୍ ୫୬ ରନ୍ କରି ବ୍ୟାଟିଂ କରୁଛନ୍ତି ।

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ