bolt
ନୂଆଦିଲ୍ଲୀ: ଦୁନିଆର ମହାନ୍ ସ୍ପ୍ରିଣ୍ଟର ଉସେନ୍ ବୋଲ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଗଷ୍ଟ ୨୧ ତାରିଖରେ ବୋଲ୍ଟ ନିଜର ଜନ୍ମଦିନ ପାଳିଥିଲେ, ଯେଉଁଥିରେ କିଛି ଜଣାଶୁଣା ଅତିଥି ଅଂଶଗ୍ରହଣ କରିଥିଲେ। ଏହା ପରେ ବୋଲ୍ଟ ନିଜର କରୋନା ଟେଷ୍ଟ କରାଇଥିଲେ, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ବୋଲ୍ଟ ନିଜକୁ ସେଲ୍ଫ ଆଇସୋଲେସନରେ କରିଛନ୍ତି।
https://twitter.com/usainbolt/status/1297929980874194945?s=20
ଏ ନେଇ ବୋଲ୍ଟ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସମସ୍ତଙ୍କୁ ଶୁଭ ସକାଳ। ଶନିବାର ମୋର କୋଭିଡ୍-୧୯ ଟେଷ୍ଟ ହୋଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ଜଣେ ଦାୟିତ୍ୱବାନ ବ୍ୟକ୍ତି ଭାବେ ମୁଁ ଘରେ ରହିବା ସହ ସାଙ୍ଗମାନଙ୍କଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ମୋ ଭିତରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନାହିଁ, ତେଣୁ ମୁଁ ନିଜକୁ କ୍ୱାରେଣ୍ଟିନ୍ କରିଛି। କ୍ୱାରେଣ୍ଟିନ୍ ପାଇଁ ସରକାରଙ୍କ କ'ଣ ପ୍ରୋଟୋକଲ୍ ରହିଛି, ତାକୁ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ମୁଁ ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ନିବେଦନ କରୁଛି।
https://twitter.com/verna_reid/status/1297505337617121281?s=20
ରିପୋର୍ଟ ଅନୁଯାୟୀ, ଗତ ୨୧ ତାରିଖରେ ବୋଲ୍ଟ ଜନ୍ମଦିନ ପାଳନ କରିଥିଲେ, ଯେଉଁଥିରେ ସାମାଜିକ ଦୂରତାର ଅବମାନନା ହୋଇଥିଲା। ଏପରିକି ଜନ୍ମଦିନ ପାର୍ଟିରେ କେହିବି ମାସ୍କ ପିନ୍ଧି ନଥିଲେ। ଏହି ପାର୍ଟିରେ ୱେଷ୍ଟଇଣ୍ଡିଜର ଷ୍ଟାର୍ କ୍ରିକେଟ୍ କ୍ରିସ୍ ଗେଲ୍, ଫୁଟବଲର୍ ରହିମ୍ ଷ୍ଟର୍ଲିଙ୍ଗ୍ ଏବଂ ଲିଅନ୍ ବେଲି ଉପସ୍ଥିତ ଥିଲେ। ଏହି ପାର୍ଟିରେ ସାମିଲ୍ ହୋଇଥିବା ସବୁ ଅତିଥି ବିନା ମାସ୍କରେ ଖୁବ୍ ନାଚିଥିଲେ।
ବୋଲ୍ଟଙ୍କ ନାଁରେ ଉଭୟ ୧୦୦ ମିଟର୍ ଓ ୨୦୦ ମିଟରର ୱାର୍ଲ୍ଡ ରେକର୍ଡ ରହିଛି। ସେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ୧୦୦ ମିଟର୍, ୨୦୦ ମିଟର୍ ଏବଂ ୪ଗୁଣା ୧୦୦ ମିଟର୍ ରିଲେ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ସମେତ ୧୧ଥର ୱାର୍ଲ୍ଡ ଚାମ୍ପିୟନ୍ ହେବାର ଆଖ୍ୟା ଅର୍ଜନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bolt_1625394424.jpg)