saf
ଜୋହାନସବର୍ଗ: ଧୀରେ ଧୀରେ ଆରମ୍ଭ ହେବାରେ ଲାଗିଛି ଅନ୍ତର୍ଜାତୀୟ କ୍ରିକେଟ୍। ଇତିମଧ୍ୟରେ ଇଂଲଣ୍ଡ ତା' ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ବିପକ୍ଷ ଦ୍ୱିପାକ୍ଷିକ ସିରିଜ୍ ଖେଳି ସମ୍ଭାବନାକୁ ଆହୁରି ବଢ଼ାଇ ଦେଇଛି। ଏହାଛଡ଼ା ଏବେ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ ମଧ୍ୟ ଆରମ୍ଭ ହୋଇସାରିଛି। ଆସନ୍ତାମାସଠାରୁ ଆଇପିଏଲ୍ ମଧ୍ୟ ଆରମ୍ଭ ହେବ। କିନ୍ତୁ ଏହା ମଧ୍ୟରେ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ବଡ଼ ଝଟକା ଲାଗିଛି।
ଦକ୍ଷିଣ ଆଫ୍ରିକା ଜାତୀୟ ଟିମ୍ର ଦୁଇ ଜଣ ପୁରୁଷ କ୍ରିକେଟର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦୁଇ ଜଣ କ୍ରିକେଟର କରୋନାରେ ଆକ୍ରାନ୍ତ ହୋଇଥିବାରୁ ବୋର୍ଡ ପକ୍ଷରୁ ଦଳ ପାଇଁ ଆୟୋଜିତ ସ୍ୱତନ୍ତ୍ର କ୍ୟାମ୍ପରେ ଏମାନେ ଯୋଗଦେଇ ପାରିବେ ନାହିଁ।
ତେବେ କେଉଁ ଦୁଇ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ସେ ସମ୍ପର୍କରେ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ କୌଣସି ସୂଚନା ଦେଇନାହିଁ। ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଆୟୋଜନ କରୁଥିବା ସ୍ୱତନ୍ତ୍ର କ୍ୟାମ୍ପରେ ପ୍ରାୟ ୩୨ ଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ ସାମିଲ ହେବାର ଥିଲା। ଏଥିପାଇଁ ସମସ୍ତଙ୍କ ପ୍ରାୟ ୫୦ ଥର କରୋନା ଟେଷ୍ଟ କରାଯାଇଥିଲା।
ଏହି ସମୟରେ ଦୁଇ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଯେଉଁମାନେ କ୍ୟାମ୍ପରେ ଯୋଗଦେଇ ପାରିବେ ନାହିଁ, ସେମାନେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/saf_1625410248.jpg)