IPL Photograph: (OTV)
୨୦୨୬ IPLର ମିନି ଅକ୍ସନ ଆଜି ଆବୁଧାବିରେ ଅନୁଷ୍ଠିତ ହେବ। ଲଗାତାର ତୃତୀୟ ଥର ପାଇଁ IPL ଅକ୍ସନ ଭାରତ ବାହାରେ ହେଉଛି। ତେବେ IPL ନିଲାମ ତାଲିକାରେ ଯୋଡ଼ି ହୋଇଛି ୨ ଓଡ଼ିଆ କ୍ରିକେଟରଙ୍କ ନାଁ।
ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଆଇପିଏଲ ନିଲାମ ତାଲିକାରେ ଯୋଡ଼ିଛି ବିସିସିଆଇ। ଉଭୟଙ୍କ ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା। ୨ ଓଡ଼ିଆ କ୍ରିକେଟରଙ୍କ ସମେତ ମୋଟ୍ ୧୯ ଜଣଙ୍କ ନାଁ ଯୋଡ଼ିଛି BCCI।୨୦୨୪ରେ ପ୍ରଥମ ଥର ପାଇଁ IPL ନିଲାମ ଦୁବାଇରେ ଅନୁଷ୍ଠିତ ହୋଇଥିବା ବେଳେ ୨୦୨୫ ସିଜନର ମେଗା ନିଲାମ ନଭେମ୍ବର ୨୦୨୪ରେ ଜେଡାଠାରେ ଅନୁଷ୍ଠିତ ହୋଇଥିଲା।
ଫ୍ରାଞ୍ଚାଇଜ୍ ଗୁଡ଼ିକୁ ୨୦୨୫ ସିଜନର ସ୍କ୍ୱାଡରୁ କେଉଁ ଖେଳାଳିଙ୍କୁ ରିଟେନ କିମ୍ବା ରିଲିଜ କରିବାକୁ ହେବ, ସେମାନଙ୍କ ତାଲିକା BCCIକୁ ଦେଇଛନ୍ତି। ଏହାପରେ ବୋର୍ଡ ପକ୍ଷରୁ ସେମାନଙ୍କୁ ଖେଳାଳିଙ୍କ ପଞ୍ଜୀକୃତ ତାଲିକା ପଠାଯାଇଛି। ଏଥିରୁ ଏକ ସର୍ଟଲିଷ୍ଟ ପ୍ରସ୍ତୁତ ହୋଇଛି। ଏହି ତାଲିକାକୁ ଅନ୍ତିମ ରୂପ ଦେଇ ନିଲାମ ପୁଲ୍ ସ୍ଥିର କରାଯିବ।
ଆଇପିଏଲର ମିନି ଅକ୍ସନ ପାଇଁ ହଜାର ହଜାର ଖେଳାଳି ନିଜ ନାଁ ପଞ୍ଜୀକରଣ କରିଥିଲେ। ପ୍ରଥମେ କେବଳ ୩୫୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୯ ଜଣଙ୍କୁ ସାମିଲ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଓଡିଶାର ଏହି ଦୁଇ ଖେଳାଳୀଙ୍କୁ ସାମିଲ କରାଯାଇଛି। ନିଲାମ ତାଲିକାରେ ଅଛନ୍ତି ମୋଟ୍ ୩୬୯ ଜଣ ଖେଳାଳି। ଲମ୍ବା ପଞ୍ଜିକରଣ ତାଲିକାରୁ ବିସିସିଆଇ ୧୦୦୫ ଜଣ ଖେଳାଳିଙ୍କୁ ହଟାଇ ଦେଇଛି।
ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ବଡ଼ ଡିଲ୍ କରିଛି। ସେମାନେ ଲକ୍ଷ୍ନୌ ସୁପର ଜିଆଣ୍ଟସରୁ ଶାର୍ଦ୍ଦୁଲ ଠାକୁରଙ୍କୁ ୨ କୋଟି ଟଙ୍କାରେ ଏବଂ ଗୁଜରାଟ ଟାଇଟାନ୍ସରୁ ଶେରଫେନ ରଦରଫୋର୍ଡଙ୍କୁ ୨.୬୦ କୋଟି ଟଙ୍କାରେ କିଣିଛନ୍ତି।
• IPL ନିଲାମ ତାଲିକାରେ ୨ ଓଡ଼ିଆ
• IPL ନିଲାମ ତାଲିକାରେ ଯୋଡ଼ି ହେଲା ୨ ଓଡ଼ିଆ କ୍ରିକେଟରଙ୍କ ନାଁ
• ୨ ଓଡ଼ିଆ କ୍ରିକେଟରଙ୍କୁ IPL ନିଲାମ ତାଲିକାରେ ଯୋଡ଼ିଲା ବିସିସିଆଇ
• ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଯୋଡ଼ି ହେଲା
• ଉଭୟଙ୍କ ବେସ୍ ପ୍ରାଇସ୍ ରହିଛି ୩୦ ଲକ୍ଷ ଟଙ୍କା
• ୨ ଓଡ଼ିଆ କ୍ରିକେଟରଙ୍କ ସମେତ ମୋଟ୍ ୧୯ ଜଣଙ୍କ ନାଁ ଯୋଡ଼ିଲା BCCI
• ୨୦୨୬ IPL ପାଇଁ ଆଜି ଆବୁଧାବିରେ ହେବ ନିଲାମ
• ନିଲାମ ତାଲିକାରେ ଅଛନ୍ତି ମୋଟ୍ ୩୬୯ ଜଣ ଖେଳାଳି
• ଆଜି IPL-୨୦୨୬ ପାଇଁ ମିନି ଅକ୍ସନ
• ଆବୁଧାବିରେ ହେବ ନିଲାମ
• ଅକ୍ସନରେ ୩୫୦ ଜଣ ଖେଳାଳି ସାମିଲ
• ୧୦୦୫ ଜଣ ଖେଳାଳି ତାଲିକାରୁ ବାଦ୍
• ମୁମ୍ବାଇ ଇଣ୍ଡିଆନ୍ସ କରିଛି ଦୁଇଟି ବଡ଼ ଡିଲ୍
• ଶାର୍ଦ୍ଦୁଲ ଠାକୁରଙ୍କୁ ୨ କୋଟି ଟଙ୍କାରେ କିଣିଛନ୍ତି
• ରଦରଫୋର୍ଡଙ୍କୁ ୨.୬୦ କୋଟି ଟଙ୍କାରେ କିଣିଛନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/16/ipl-2025-12-16-11-52-18.jpg)