oca
କଟକ: ଉନ୍ନତମାନର ଏବଂ ଆନ୍ତର୍ଜାତିକସ୍ତରର କ୍ରିକେଟ୍ ଏକାଡେମୀ ସ୍ଥାପନ କରିବ ଓଡ଼ିଶା କ୍ରିକେଟ୍ ଆସୋସିଏସନ (ଓସିଏ)। କଟକ-ଭୁବନେଶ୍ୱର ଟୁଇନ ସିଟି ମଧ୍ୟବର୍ତ୍ତୀ କୌଣସି ଅଞ୍ଚଳରେ ଏହି ଏକାଡେମୀ ପ୍ରତିଷ୍ଠା କରିବାକୁ ଓସିଏ ଯୋଜନା କରୁଛି।
୨୦ ରୁ ୪୦ ଏକର ପରିମିତ ସ୍ଥାନରେ ଏହି ଏକାଡେମୀ ତିଆରି କରାଯିବ। ଯେଉଁଠାରେ ୩ରୁ ୪ଟି ପ୍ରାକ୍ଟିସ୍ ଗ୍ରାଉଣ୍ଡ ସହ ୩ରୁ ୪ଟି ଅଭ୍ୟାସ ପିଚ୍ ମଧ୍ୟ ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଏକାଡେମୀରେ ଖେଳାଳିମାନଙ୍କୁ ସୁବିଧା ପାଇଁ ଜିମ୍, ସୁଇମି˚ ପୁଲ୍, ଥଇଥାନ କେନ୍ଦ୍ର ଆଦି ରହିବ। ଏହାସହ ଏକାଡେମୀରେ ଯେପରି ୨୦୦ରୁ ୩୦୦ ପିଲା ରହିପାରିବେ, ତା'ର ମଧ୍ୟ ବନ୍ଦୋବସ୍ଥ କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ଏଥିପାଇଁ ଓସିଏ ୫୦ କୋଟି ଟଙ୍କାର ବଜେଟ ରଖିଛି।
ଏହାଛଡା ବାରବାଟୀ ଷ୍ଟାଡିୟମର ନବୀକରଣ କରାଯିବ ବୋଲି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୭ ନମ୍ବର ଗ୍ୟାଲେରୀ, କ୍ଲବ୍ ହାଉସ, ତେନ୍ଦୁଲକର ଇଣ୍ଡୋର ହଲ, ଷ୍ଟାଡିୟମ ପଡିଆ, ଓସିଏ ଏକାଡେମୀ ଆଦିକୁ ଏହି ନବୀକରଣରେ ସାମଲ କରିଛି ଓସିଏ।
ସେହିପରି ଓସିଏ ପୂର୍ବତନ ରଣଜୀ ଖେଳାଳିମାନଙ୍କର ପେନସନ ମଧ୍ୟ ବୃଦ୍ଧି କରିଛି। ଯେଉଁମାନେ ରାଜ୍ୟ ପାଇଁ ସର୍ବାଧିକ ୪ଟି ମ୍ୟାଚ୍ ଖେଳିଥିବେ, ସେମାନଙ୍କ ପେନସନ୍ ୧୫୦୦ରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫ରୁ ୧୪ ମ୍ୟାଚ୍ ଖେଳିଥିବା ଖେଳାଳିମାନେ ପୂର୍ବରୁ ୩୦୦୦ ଟଙ୍କା ପାଉଥିଲା ବେଳେ ଏବେ ୪୫୦୦ ଟଙ୍କା ପାଇବେ। ୧୫ରୁ ୨୪ ମ୍ୟାଚ୍ ଖେଳିଥିବା ଖେଳାଳିମାନଙ୍କର ପେନସନ୍ ୫୦୦୦ରୁ ୭୦୦୦ ଟଙ୍କାକୁ ବୃଦ୍ଧି କରାଯିବାକୁ ସ୍ଥିର ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/oca_1625481663.jpg)